Advertisment

ଏଲନ ମସ୍କଙ୍କ ‘ଭାରତ ଯୋଜନା’ ସମ୍ପର୍କରେ ବଡ଼ କଥା କହିଲେ ମୋଦି

ଭାରତରେ ପୁଞ୍ଜି ନିବେଶ ପାଇଁ ଯିଏ କେହି ବି ଚାହୁଁଛନ୍ତି, ତାଙ୍କୁ ସ୍ୱାଗତ। କିନ୍ତୁ ଦ୍ରବ୍ୟ ଗୁଡ଼ିକ ଭାରତୀୟମାନଙ୍କ ଦ୍ୱାରା ତିଆରି ହେବ।

author-image
Hemant Lenka
Musk

Musk

ଭାରତରେ ପୁଞ୍ଜି ନିବେଶ ପାଇଁ ଯିଏ କେହି ବି ଚାହୁଁଛନ୍ତି, ତାଙ୍କୁ ସ୍ୱାଗତ। କିନ୍ତୁ ଦ୍ରବ୍ୟ ଗୁଡ଼ିକ ଭାରତୀୟମାନଙ୍କ ଦ୍ୱାରା ତିଆରି ହେବ। ଏହାଦ୍ୱାରା ଯୁବଗୋଷ୍ଠୀ ଅଧିକ ମାତ୍ରାରେ ନିଯୁକ୍ତି ସୁଯୋଗ ପାଇପାରିବେ। ଟେସଲା ଓ ଷ୍ଟାରଲିଙ୍କ ଭାରତରେ ବ୍ୟବସାୟୀ କରିବାକୁ ଚାହୁଁଥିବା ପ୍ରଶ୍ନରେ ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ନ୍ୟୁଜ ଏଜେନ୍ସି ଏଏନ୍‌ଆଇକୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି, “ଭାତରେ ନିବେଶ ହେଉ ବୋଲି ମୁଁ ଚାହୁଁଛି। ଟଙ୍କା କିଏ ନିବେଶ କରିବ, ତାହା ପ୍ରସଙ୍ଗ ନୁହେଁ। କିନ୍ତୁ ଏଥିରେ ଆମ ଲୋକଙ୍କ ପରିଶ୍ରମ ଓ ଝାଳ ରହିବ। ଆମ ମାଟିର ବାସ୍ନା ଦ୍ରବ୍ୟରେ ରହିବ। ଏହାଦ୍ୱାରା ଦେଶର ଯୁବଗୋଷ୍ଠୀ ନିଯୁକ୍ତି ସୁଯୋଗ ପାଇପାରିବେ।”

ନିକଟରେ ରୟଟର୍ସରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଟେଲସାର ମାଲିକ ଏଲନ ମସ୍କ ତାଙ୍କ କମ୍ପାନୀ ପାଇଁ ନୂଆଦିଲ୍ଲୀ ଓ ମୁମ୍ବାଇରେ ଉପଯୁକ୍ତ ଜମି ଖୋଜୁଛନ୍ତି। ଚଳିତ ବର୍ଷ ଶେଷ ଭାଗ ସୁଦ୍ଧା ଟେସଲା ଭାରତରେ ବ୍ୟବସାୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଚଳିତ ମାସରେ ହିଁ ମସ୍କ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ଭାରତ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ବୋଲି ଏକ୍ସ ଯୋଗେ ସୂଚନା ଦେଇଛଦନ୍ତି।

Advertisment

ମସ୍କ ଏକଦା କହିଥିଲେ ଯେ ସେ ମୋଦିଙ୍କ ଫ୍ୟାନ। ଏହା ଉପରେ ଆଜି ମୋଦି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ଦେଖନ୍ତୁ ପ୍ରଥମ କଥା ହେଲେ ଏଲନ ମସ୍କ ମୋଦିଙ୍କ ସମର୍ଥକ କହିବା ଗୋଟିଏ ଭିନ୍ନ କଥା। ସେ ଭାରତର ସମର୍ଥକ। ମୁଁ ତାଙ୍କୁ ନିକଟରେ ଭେଟିଥିଲି। ଏହା ସେମିତି କିଛି ନୁହେଁ।”

୨୦୧୫ ମସ୍କଙ୍କୁ ଭେଟିବା ବେଳର କଥା ମଧ୍ୟ ମୋଦି ଆଜି କହିଛନ୍ତି। ସେ କହିଛନ୍ତି, “ସେ ତାଙ୍କ ଫ୍ୟାକ୍ଟ୍ରୀରେ ଥିବା ସବୁ ଜିନିଷ ଦେଖାଇଛନ୍ତି। ମୁଁ ତାଙ୍କ ଠାରୁ ତାଙ୍କ ଦୂରଦୃଷ୍ଟି ସମ୍ପର୍କରେ ବୁଝିଥିଲି। ୨୦୨୩ରେ ମଧ୍ୟ ମୁଁ ଆମେରିକା ଯାଇଥିଲି ଓ ମୁଁ ତାଙ୍କ ପୁଣି ଭେଟିଛି। ଏବେ ସେ ଭାରତ ଆସିବାର ଅଛି।”

Elon Musk PM Modi