Advertisment

ତିନି ଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ମୋଦି

ବିଶ୍ୱର ସବୁଠାରୁ ଧନୀ ସୁଲତାନଙ୍କୁ ଭେଟିବେ ମୋଦି।

ଅଦ୍ୟତନ ହୋଇଛି
Pm Modi

Pm Modi

Advertisment

ତିନି ଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି। ଏହା ହେଉଛି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବ୍ରୁନେଇକୁ ପ୍ରଥମ ଗସ୍ତ। ଏଠାରେ ସେ ବିଶ୍ୱର ସବୁଠାରୁ ଧନୀ ସୁଲତାନଙ୍କୁ ଭେଟିବେ। ବ୍ରୁନେଇର ରାଜା ସୁଲତାନ ହାଜି ହସନାଲ ବୋଲିକିଆହାଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରୁନେଇ ଗସ୍ତ କରିଛନ୍ତି।

Advertisment

ଭାରତର ଯେ କୌଣସି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବ୍ରୁନେଇ ଗସ୍ତ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନା ହେବ। ପରେ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଙ୍ଗାପୁର ଗସ୍ତ କରିବେ।

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ରଙ୍ଗଙ୍କ ଆମନ୍ତ୍ରଣକୁ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ ସେ ସିଙ୍ଗାପୁରର ବ୍ୟବସାୟ ସମ୍ପ୍ରଦାୟର ନେତାମାନଙ୍କୁ ମଧ୍ୟ ଭେଟିବେ। ଆସନ୍ତା ୫ ତାରିଖରେ ତିନି ଦିନିଆ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଫେରିବେ।

Advertisment

ବ୍ରୁନେଇ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଭାରତର 'ଆକ୍ଟ ଇଷ୍ଟ' ନୀତିରେ ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଦୃଷ୍ଟିଭଙ୍ଗୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଏହି ଗସ୍ତ କେବଳ ଦୁଇ ଦେଶ ନୁହେଁ ଭାରତର ସହଭାଗିତାକୁ ଆହୁରି ଦୃଢ଼ କରିବ।

PM Modi Singapore PM Modi Visit To Brunei
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe