Advertisment

ତୃତୀୟ ପାଳିରେ ମୋଦିଙ୍କ ପ୍ରଥମ ଦସ୍ତଖତ, ଚାଷୀଙ୍କୁ ମିଳିବ ୨୦ ହଜାର କୋଟି

ଚାଷୀଙ୍କୁ ମିଳିବ ପିଏମ କିଶାନ ନିଧି ଯୋଜାନାରେ ୧୭ ତମ କିସ୍ତି। ୯.୩ କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ ହଜାର କୋଟି ଟଙ୍କା।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଆରମ୍ଭ ହେଲା ମୋଦି ୩.୦। ଶପଥ ଗ୍ରହଣର ୧୬ ଘଣ୍ଟା ପରେ ଆଜି ଅଫିସ ଆସି ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ତୃତୀୟ ପାଳିର ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ସାଉଥ ବ୍ଲକରେ ଥିବା କାର୍ଯ୍ୟାଳୟରେ ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି।

Advertisment

ପିଏମ୍ କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମାରେ ମୋଦି ଦସ୍ତଖତ କରିଛନ୍ତି। ଫଳରେ ୯.୩ କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ ହଜାର କୋଟି ଟଙ୍କା। ଏହାସହ ଚାଷୀଙ୍କୁ ମିଳିବ ପିଏମ କିଶାନ ନିଧି ଯୋଜାନାରେ ୧୭ ତମ କିସ୍ତି। ଚାଷୀଙ୍କ କଲ୍ୟାଣରୁ ଆରମ୍ଭ ହୋଇଛି ମୋଦିଙ୍କ ତୃତୀୟ ପାଳି। 

ଫାଇଲରେ ଦସ୍ତଖତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 'ସେ କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ। କୃଷକଙ୍କ କଲ୍ୟାଣ ପାଇଁ ଆମେ ଯଥାସମ୍ଭବ କାର୍ଯ୍ୟ କରିବାକୁ ଚାହୁଁଛୁ। ଆମ ସରକାର ଲଗାତର ଭାବେ ଏହା ଉପରେ କାମ କରୁଛନ୍ତି ଏବଂ ଏହା ଆଗକୁ ମଧ୍ୟ ଏହି କାମ ଜାରି ରହିବ।'

Advertisment

ମୋଦି ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ଆଜି ବସୁଛି ପ୍ରଥମ କ୍ୟାବିନେଟ୍ ବୈଠକ। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିବ। ସେହିପରି କେଉଁ ମନ୍ତ୍ରୀଙ୍କୁ କେଉଁ ମନ୍ତ୍ରାଳୟ ମିଳିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଗତକାଲି ମୋଦୀଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି। ୫ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।  

PM Modi Modi 3.0 PM Kisan Nidhi Funds
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe