Advertisment

ଆସନ୍ତା ୧୦ରେ ଏସୀୟ କ୍ରୀଡ଼ା ପ୍ରତିଯୋଗୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

କବାଡିରେ ସ୍ୱର୍ଣ୍ଣ ସହ ଭାରତ ଏସିଆନ୍ ଗେମ୍ସ ଯାତ୍ରାରେ ଇତିହାସ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

Advertisment

ଏସୀୟ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀଙ୍କ ସଫଳତା ପରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା। ଦେଶର ପଦକ ସଂଖ୍ୟା ଶତକରେ ପହଞ୍ଚିବାକୁ ଐତିହାସିକ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ଏହି ସଫଳତାରେ ପୂରା ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଚୀନର ହାଙ୍ଗଝୌରେ ଖେଳା ଯାଉଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଭାରତର ପଦକ ସଂଖ୍ୟା ୧୦୦ରେ ପହଞ୍ଚିଛି । କବାଡିରେ ସ୍ୱର୍ଣ୍ଣ ସହ ଭାରତ ଏସିଆନ୍ ଗେମ୍ସ ଯାତ୍ରାରେ ଇତିହାସ ସୃଷ୍ଟି କରିଛି। ଆସନ୍ତାକାଲି ଉଦଯାପନୀ ଦିବସ ରହିଛି। ଏହାପରେ ୧୦ରେ ପ୍ରଧାନମନ୍ତ୍ରୀ ସମସ୍ତ ପ୍ରତିଯୋଗୀଙ୍କୁ ଭେଟି ସମ୍ବୋଧିତ କରିବେ।

Advertisment

ଏନେଇ ଟ୍ୱିଟ୍(ବର୍ତ୍ତମାନର ଏକ୍ସ) ଯୋଗେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିଟି ପ୍ରଦର୍ଶନ ଇତିହାସ ସୃଷ୍ଟି କରିଛି ଏବଂ ଆମକୁ ଗର୍ବିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

Asian Games PM Modi Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe