Advertisment

ପ୍ରଶଂସା ଆଳରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ ମୋଦି

ଗେହଲଟଙ୍କୁ ପ୍ରଶଂସା ଓ ନିଜର ବନ୍ଧୁ ବୋଲି ମୋଦି କହିଥିଲେ ହେଁ ତେର୍ଚ୍ଛାବାଣ ମାରିବାକୁ ଭୁଲି ନାହାନ୍ତି।

author-image
Hemant Lenka
PM Modi

PM Modi

ରାଜସ୍ଥାନର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ଲଞ୍ଚ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କଟାକ୍ଷ କରିଛନ୍ତି। ଗେହଲଟଙ୍କୁ ପ୍ରଶଂସା ଓ ନିଜର ବନ୍ଧୁ ବୋଲି ମୋଦି କହିଥିଲେ ହେଁ ତେର୍ଚ୍ଛାବାଣ ମାରିବାକୁ ଭୁଲି ନାହାନ୍ତି। ଗୋଟିଏ ପଟେ ଗେହଲଟ ସରକାରଙ୍କ ବିରୋଧରେ ଖୋଦ କଂଗ୍ରେସ ନେତା ସଚିନ ପାଇଲଟ ବିକ୍ଷୋଭ କରୁଛନ୍ତି।

Advertisment

ଗେହଲଟ ସରକାର ଦୁର୍ନୀତି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଉ ନଥିବାରୁ ପାଇଲଟ ମଙ୍ଗଳବାର ଅନଶନ କରିଥିଲେ। ସେହିପରି ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦକୁ ନେଇ ମଧ୍ୟ କଂଗ୍ରେସରେ ଟଣାଓଟରା ସ୍ଥିତି ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ମୋଦି ଏପରି କଥା କହିଛନ୍ତି।

ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିବା ପରେ ମୋଦି ସମସ୍ତଙ୍କୁ ସମ୍ବୋଧନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗେହଲଟ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜ ଭାଷଣର ଶେଷ ଭାଗରେ କହିଥିଲେ ଯେ “ମୁଁ ସ୍ୱତନ୍ତ୍ର ଭାବେ ଗେହଲଟଜୀଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି।

Advertisment

ଏବେ ସେ ଅନେକ ପ୍ରକାରର ରାଜନୀତିକ ସଙ୍କଟ ଦେଇ ଗତି କରୁଛନ୍ତି। କିନ୍ତୁ ଏତେ ସବୁ ବିବାଦ ସତ୍ତ୍ୱେ ସେ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ସମୟ ବାହାର କରିପାରିଛନ୍ତି। ସେ ରେଳବାଇ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମୁଁ ତାଙ୍କୁ ସ୍ୱାଗତ କରୁଛି।” କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ କଲରାଜ ମିଶ୍ରା ମଧ୍ୟ ଉପସ୍ଥିତ ଥିଲେ।

ରେଳମନ୍ତ୍ରୀ ଓ ରେଳବାଇ ବୋର୍ଡ ଚେୟାରମ୍ୟାନ୍‌ ଉଭୟ ରାଜସ୍ଥାନର ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମୁଁ କହିବାକୁ ଚାହୁଁଛି ଯେ ଗେହଲଟଜୀ ଆପଣଙ୍କ ଦୁଇ ହାତରେ ଲଡୁ ରହିଛି। ରେଳବାଇ ମନ୍ତ୍ରୀ ରାଜସ୍ଥାନର ହୋଇଥିବା ବେଳେ ରେଳ ବୋର୍ଡ ଅଧ୍ୟକ୍ଷ ମଧ୍ୟ ରାଜସ୍ଥାନର। ଯେଉଁ କାମ ସ୍ୱାଧୀନତା ପରେପରେ ହେବା କଥା ସେ କାମଗୁଡ଼ିକ ଏଯାଏ ହୋଇପାରିନି।”

PM Modi Ashok Gehlot Vande Bharat Express