Advertisment

ରାଜସ୍ଥାନ କଂଗ୍ରେସରେ ଚାଲିଥିବା କନ୍ଦଳକୁ ନେଇ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ

ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଗତକାଲି ସିଧାସଳଖ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଗେହଲଟଙ୍କ ନେତା ସୋନିଆ ଗାନ୍ଧି ନୁହନ୍ତି ବରଂ ବିଜେପି ନେତ୍ରୀ ବସୁନ୍ଧରା ରାଜେ।

author-image
Hemant Lenka
PM Modi

PM Modi

ରାଜସ୍ଥାନ କଂଗ୍ରେସର ଦୁଇ ବରିଷ୍ଠ ନେତା ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଏହି ପ୍ରସଙ୍ଗ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନରେ ଉଠାଇବା ସହ କ୍ଷମତାସୀନ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।

Advertisment

ସରକାର ଏଠି ନିଜର ବିଧାୟକମାନଙ୍କୁ ବିଶ୍ୱାସ କରୁ ନଥିବା ବେଳେ ବିଧାୟକମାନେ ମୁଖ୍ୟମନ୍ତ୍ରୀ(ଅଶୋକ ଗେହଲଟ)ଙ୍କୁ ବିଶ୍ୱାସକୁ ନେଉ ନାହାନ୍ତି। ଏହା କେମିତିକା ସରକାର ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “ଏଠାରେ ସରକାରରେ ଥିବା ସମସ୍ତେ ପରସ୍ପରକୁ ଅପମାନିତ କରିବା ପ୍ରତିଯୋଗିତାରେ ଲାଗି ପଡ଼ିଛନ୍ତି। ଯେତେବେଳେ ଚୌକି(ମୁଖ୍ୟମନ୍ତ୍ରୀ) ୫ ବର୍ଷ ହେଲା ବିଶୃଙ୍ଖଳାରେ ରହିଛି ସେତେବେଳେ କିଏ ରାଜସ୍ଥାନ ବିକାଶ କଥା ଚିନ୍ତା କରିବ।”

Advertisment

ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଗତକାଲି ସିଧାସଳଖ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଗେହଲଟଙ୍କ ନେତା ସୋନିଆ ଗାନ୍ଧି ନୁହନ୍ତି ବରଂ ବିଜେପି ନେତ୍ରୀ ବସୁନ୍ଧରା ରାଜେ।

ଏଥିସହ ସେ ଦୁର୍ନୀତି ବିରୋଧରେ ଜନ ସଂଘର୍ଷ ଯାତ୍ରା ଆସନ୍ତା ୧୧ ତାରିଖରେ କରିବେ ବୋଲି କହିଥିଲେ। ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ଜାରି ରହିଥିବା ତିକ୍ତତା ଦିନକୁ ଦିନ ତୀବ୍ର ହେଉଥିବାରୁ ମୋଦି ଆଜି ଏହି ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Congress PM Modi Ashok Gehlot Rajasthan