Advertisment

'ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଭାରତର ଏକତାକୁ ମଜବୁତ କରିଛି'

ଆଜିର ନିଷ୍ପତ୍ତି କେବଳ ଆଇନଗତ ନିଷ୍ପତ୍ତି ନୁହେଁ; ଏହା ଏକ ଆଶାର କିରଣ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଜ୍ଞା ଏବଂ ଏକ ମଜବୁତ ନିର୍ମାଣ ପାଇଁ ଆମର ସାମୂହିକ ସଂକଳ୍ପର ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବୈଧ ବୋଲି ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖୁସିବ୍ୟକ୍ତ କରିବା ସହ ଜମ୍ମୁ କଶ୍ମୀର ଏବଂ ଲଦାଖରେ ଥିବା ଭାଇ ଓ ଭଉଣୀମାନଙ୍କ ପାଇଁ ଏହା ଆଶା, ପ୍ରଗତି ଏବଂ ଏକତାର ଏକ ଘୋଷଣାନାମା ବୋଲି କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ଏନେଇ ଏକ ଏକ୍ସ ପୋଷ୍ଟ କରି କହିଛନ୍ତି, "ଧାରା ୩୭୦ ରଦ୍ଦ କରିବା ଉପରେ ଆଜି ସୁପ୍ରିମକୋର୍ଟ ପ୍ରକାଶ କରିଥିବା ରାୟ ଐତିହାସିକ ଏବଂ ଅଗଷ୍ଟ ୫, ୨୦୧୯ରେ ସଂସଦ ନେଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ ସମର୍ଥନ ମିଳିଛି। ଏହା ଜମ୍ମୁ, କାଶ୍ମୀର ଏବଂ ଲଦାଖରେ ଥିବା ଆମର ଭାଇ ଓ ଭାଇମାନଙ୍କ ପାଇଁ ଆଶା, ପ୍ରଗତି ଏବଂ ଏକତାର ଏକ ଘୋଷଣାନାମା। କୋର୍ଟ ଏହି ମହତ୍ୱପୂର୍ଣ୍ଣ ରାୟ ଦେଇ ଭାରତର ଏକତାକୁ ମଜବୁତ କରାଇଛନ୍ତି।"

Advertisment

ଆଜିର ନିଷ୍ପତ୍ତି କେବଳ ଆଇନଗତ ନିଷ୍ପତ୍ତି ନୁହେଁ; ଏହା ଏକ ଆଶାର କିରଣ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଜ୍ଞା ଏବଂ ଏକ ମଜବୁତ ନିର୍ମାଣ ପାଇଁ ଆମର ସାମୂହିକ ସଂକଳ୍ପର ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏଥିସହ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ମୁଁ ଜମ୍ମୁ କଶ୍ମୀର ଏବଂ ଲଦାଖ ବାସୀଙ୍କୁ କହିବାକୁ ଚାହୁଁଛି, ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ପ୍ରତିବଦ୍ଧତା ନିରନ୍ତର ରହିବ। ପ୍ରଗତିର ସୁଫଳ କେବଳ ଆପଣଙ୍କ ପାଖରେ ପହଞ୍ଚିବ ନାହିଁ, ବରଂ ଯେଉଁମାନେ ଧାରା ୩୭୦ କାରଣରୁ ପ୍ରଭାବିତ ହେଉଥିଲେ ସେମାନଙ୍କ ନିକଟରେ ବି ପହଞ୍ଚିବ, ଏଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।"

Article 370 PM Modi Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe