Advertisment

NDA ବୈଠକରେ ବିରୋଧୀଙ୍କ INDIAକୁ କାଉଣ୍ଟର କଲେ ପ୍ରଧାନମନ୍ତ୍ରୀ ମୋଦି

ବିରୋଧୀଙ୍କ ଏହି INDIAକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି NDA ବୈଠକରେ କାଉଣ୍ଟର କରିଛନ୍ତି। ୩୮ଟି ଦଳକୁ ନେଇ ଗଠିତ ଏନଡିଏ ଦେଶରେ ସ୍ଥିରତା ଆଣିବ। ଏହା ଇନ୍ଦ୍ରଧନୁ ଭଳି ଅତି ସୁନ୍ଦର ବୋଲି ମୋଦି କହିଛନ୍ତି।

NDA

NDA

Advertisment

ବେଙ୍ଗାଲୁରୁରେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ନିଜର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଦିଲ୍ଲୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ତା’ର ବଳ ଦେଖାଇଛି। ଏନଡିଏକୁ ୨୦୨୪ରେ ଚେକ ଦେବାକୁ ବିରୋଧୀ ଦଳ ଗୁଡ଼ିକ INDIA ନାଁରେ ମେଣ୍ଟ କରିଛନ୍ତି।

Advertisment

ତେବେ ବିରୋଧୀଙ୍କ ଏହି INDIAକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି NDA ବୈଠକରେ କାଉଣ୍ଟର କରିଛନ୍ତି। ୩୮ଟି ଦଳକୁ ନେଇ ଗଠିତ ଏନଡିଏ ଦେଶରେ ସ୍ଥିରତା ଆଣିବ। ଏହା ଇନ୍ଦ୍ରଧନୁ ଭଳି ଅତି ସୁନ୍ଦର ବୋଲି ମୋଦି କହିଛନ୍ତି। NDAର ନୂଆ ସାଥୀମାନଙ୍କୁ ଅଭିନନ୍ଦନ ବି ସେ ଜଣାଇଛନ୍ତି। 

ସେ କହିଛନ୍ତି, “୨୫ ବର୍ଷ ଧରି NDA ଦେଶହିତ ଲାଗି ସମର୍ପିତ। ଆଗାମୀ ସମୟ ଲାଗି NDAର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ମୁଖ୍ୟ ଲକ୍ଷ୍ୟ। ଦେଶର ସବୁ ବର୍ଗଙ୍କର ବିଶ୍ୱାସ NDA ଉପରେ ରହିଛି।

Advertisment

NDAର ବିଚାରଧାରା ସକାରାତ୍ମକ। ସରକାର ବହୁମତରେ ଚାଲେ। ଦେଶ ସମସ୍ତଙ୍କ ପ୍ରଚେଷ୍ଟାରେ ଆଗକୁ ବଢ଼େ। NDA କାହା ବିରୋଧରେ ସୃଷ୍ଟି ହୋଇନାହିଁ। ଯେଉଁ ମେଣ୍ଟ ନକାରାତ୍ମକରୁ ସୃଷ୍ଟି ହୋଇଥାଏ, ତାହା କେବେ ହେଲେ ସଫଳ ହୁଏନି। NDAର ବିଚାରଧାରା ହେଉଛି, ଦେଶର ସୁରକ୍ଷା ପ୍ରଥମ।

NDA ଗରିବଙ୍କୁ ସଶକ୍ତ କରିବା ଉପରେ ଜୋର୍ ଦିଏ। NDA ସରକାରରେ ସାମାଜିକ ନ୍ୟାୟ ଲାଗି ଯୋଜନାବଦ୍ଧ କାର୍ଯ୍ୟ କରିଥାଏ। NDA ସରକାରରେ ମହିଳାଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଦେଶକୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦେଇଛି NDA। NDA ହେଉଛି ଏକ ଅତି ସୁନ୍ଦର ଇନ୍ଦ୍ରଧନୁ।

NDAର ଅର୍ଥ ହେଉଛି ନ୍ୟୁ ଇଣ୍ଡିଆ, ଡେଭଲପମେଣ୍ଟ ଓ ଲୋକଙ୍କ ଆସ୍ପିରେସନ। ବିକାଶବାଦୀ ସକାରାତ୍ମକ ରାଜନୀତିକୁ ବଳ ଦେଇଛି NDA। ଆଜିକା ଦିନରେ ଯୁବଗୋଷ୍ଠୀ, ମହିଳା, ଦଳିତ ଓ ଅନ୍ୟ ସମସ୍ତ ଅବହେଳିତ ଲୋକ ଏନଡିଏ ଉପରେ ବିଶ୍ୱାସ ରଖିଛନ୍ତି। ଏନଡିଏ ସବୁବେଳେ ଲୋକଙ୍କ ପାଇଁ ପ୍ରତିବଦ୍ଧ। ଲୋକଙ୍କୁ ସଶକ୍ତୀକରଣ କରିବା ହିଁ ଏନଡିଏର ଏକମାତ୍ର ଲକ୍ଷ୍ୟ।‘”

ଏନଡିଏ ବୈଠକରେ ମୋଦି ଆହୁରି କହିଛନ୍ତି, ଏନଡିଏ ସବୁବେଳେ ସକାରାତ୍ମକ ରାଜନୀତି କରିଛି। ଏପରି କି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମୟରେ ଦଳ ବିରୋଧୀ ଗୋଷ୍ଠୀରେ ଥିଲା ବେଳେ ମଧ୍ୟ ନିଜର କର୍ତ୍ତବ୍ୟକୁ ଭୁଲି ନଥିଲା।

ସେ କହିଛନ୍ତି, “ଆମେ ସବୁବେଳେ ଏପରି କି ବିରୋଧୀ ଭାବେ କାର୍ଯ୍ୟ କରୁଥିବା ବେଳେ ସକାରାତ୍ମକ ରାଜନୀତି କରିଛୁ। ଆମେ କେବେ ହେଲେ ଜନାଦେଶକୁ ଅସମ୍ମାନ କରିନୁ। ଆମେ ସରକାରଙ୍କୁ ବିରୋଧ କରିବା ପାଇଁ କେବେ ହେଲେ ବିଦେଶରୁ ସହାୟତା ଲୋଡ଼ିନୁ। ଆମେ ବିରୋଧୀ ଭାବେ ଥିବା ବେଳେ କେବେ ହେଲେ ବିକାଶମୂଳକ କାର୍ଯ୍ୟ କିମ୍ବା ଦେଶର ପ୍ରଗତିରେ କଣ୍ଟା ହୋଇ ଛିଡ଼ା ହୋଇ ନଥିଲୁ।”

ବେଙ୍ଗାଲୁରୁରେ ୨୬ଟି ଦଳ କରିଥିବା ବୈଠକକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ଦୁର୍ନୀତି କରିବା ଲକ୍ଷ୍ୟ ନେଇ କୌଣସି ମେଣ୍ଟ ହୋଇଥାଏ ସେତେବେଳେ ଦେଶର ବହୁତ ବଡ଼ କ୍ଷତି ହୁଏ। ଏଥିପ୍ରତି ସମସ୍ତେ ସତର୍କ ରହିବା ଦରକାର ବୋଲି ମୋଦି କହିଛନ୍ତି। 

PM Modi Opposition Nda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe