Advertisment

ଟିକେଟ ନ ପାଇ ନିରାଶ ହୋଇଥିବା ବିଜେପି ନେତାଙ୍କୁ ହଠାତ୍‌ ଫୋନ କଲେ ମୋଦି

ଦଳୀୟ ନେତାଙ୍କ ଏପରି ବିଦ୍ରୋହ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି। ବିରୋଧୀ କଂଗ୍ରେସ ଏହାର ଫାଇଦା ଉଠାଇବା ଲକ୍ଷ୍ୟରେ ଥିବା ବେଳେ ଆଜି ଟିକେଟ ନ ପାଇ ନିରାଶ ହୋଇଥିବା ଜଣେ ବରିଷ୍ଠ ନେତାଙ୍କୁ ମନେଇବାକୁ ଚେଷ୍ଟା କରିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Hemant Lenka
BJP

BJP

ଆସନ୍ତା କର୍ଣ୍ଣାଟକା ବିଧାନସଭା ନିର୍ବାଚନ ମେ’ ୧୦ରେ ଅନୁଷ୍ଠିତ ହେବ। ରାଜ୍ୟରେ ବର୍ତ୍ତମାନ କ୍ଷମତାରେ ଥିବା ବିଜେପି ଅନେକ ବରିଷ୍ଠ ନେତା ଓ ବିଧାୟକଙ୍କ ଟିକେଟ ଏଥର କାଟି ଦେଇଛି। ଟିକେଟ ନ ପାଇ କିଛି ବରିଷ୍ଠ ନେତା ଅନ୍ୟ ଦଳକୁ ଯାଉଥିବା ବେଳେ ଆଉ କିଛି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।

Advertisment

ଦଳୀୟ ନେତାଙ୍କ ଏପରି ବିଦ୍ରୋହ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି। ବିରୋଧୀ କଂଗ୍ରେସ ଏହାର ଫାଇଦା ଉଠାଇବା ଲକ୍ଷ୍ୟରେ ଥିବା ବେଳେ ଆଜି ଟିକେଟ ନ ପାଇ ନିରାଶ ହୋଇଥିବା ଜଣେ ବରିଷ୍ଠ ନେତାଙ୍କୁ ମନେଇବାକୁ ଚେଷ୍ଟା କରିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏକଦା କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା କେଏସ୍‌ ଈଶ୍ୱରପ୍ପାଙ୍କୁ ବିଜେପି ଏଥର ଟିକେଟ ଦେଇନାହିଁ। ସେ ଟିକେଟ ପାଇବେ ନାହିଁ ବୋଲି ଭଲ ଭାବେ ଜାଣିଥିବାରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ପୂର୍ବରୁ ହିଁ ଈଶ୍ୱରପ୍ପା ନିଜ ଆଡ଼ୁ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଉଥିବା କଥା ଘୋଷଣା କରିଥିଲେ। ତଥାପି କାଳେ ସେ ବିଦ୍ରୋହ ଘୋଷଣା କରିବେ, ସେ ଭୟ ବିଜେପି ମଧ୍ୟରେ ରହିଥିଲା।

Advertisment

ଏବେ ତାଙ୍କୁ ମନେଇବାକ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଜି ତାଙ୍କୁ ହଠାତ୍‌ ଫୋନ କରିଛନ୍ତି। କେନ୍ଦ୍ରୀୟ କର୍ଣ୍ଣାଟକାର ଶିବମୋଗା ଆସନରୁ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଈଶ୍ୱରପ୍ପା ଦଳର ନିଷ୍ପତ୍ତିକୁ ଏଥର ସମ୍ମାନ କରିବା ସହ ଦଳ ପ୍ରତି ତାଙ୍କର ନିଷ୍ଠା ଦେଖାଇଥିବାରୁ ମୋଦି ତାଙ୍କୁ ଫୋନରେ ପ୍ରଶଂସା କରିଛନ୍ତି।

ଫୋନ କଥାବାର୍ତ୍ତାର ଭିଡିଓକୁ ଈଶ୍ୱରପ୍ପା ସୋଶାଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି। ଏଥିରେ ଈଶ୍ୱରପ୍ପା ଫୋନରେ ମୋଦିଙ୍କୁ କହୁଛନ୍ତି ଯେ “ମୋ ଭଳି ଜଣେ ସାଧାରଣ କର୍ମୀଙ୍କୁ ଆପଣଙ୍କ ଭଳି ନେତା ଫୋନ କରିବା ଅତ୍ୟନ୍ତ ଭାଗ୍ୟର କଥା।” ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଦଳ ପ୍ରତି ଆପଣ ନିଷ୍ଠା ଦେଖାଇଛନ୍ତି। ଆପଣଙ୍କ ଉପରେ ମୁଁ ବହୁତ ଖୁସି। ତେଣୁ ମୁଁ ଆପଣଙ୍କ ସହ କଥା ହେବାକୁ ନିଷ୍ପତ୍ତି ନେଇଥିଲି। ମୁଁ କର୍ଣ୍ଣାଟକା ଗସ୍ତରେ ଗଲେ, ଆପଣଙ୍କ ସହ ନିଶ୍ଚିତ ଭେଟ କରିବି।”

ଈଶ୍ୱରପ୍ପା ଏବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ତାଙ୍କ ନିର୍ବାଚନମଣ୍ଡଳରେ ପ୍ରଚାର କରିବେ। ବିଜେପି କର୍ଣ୍ଣାଟକାରେ ପୁଣି କେମିତି ଜିତିବ, ସେନେଇ ସବୁ ପ୍ରକାରର ପ୍ରଚେଷ୍ଟା କରିବେ ବୋଲି ଫୋନ ଯୋଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଫୋନ ଆଲୋଚନା ପରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, “ମୁଁ କେବେ ସ୍ୱପ୍ନରେ ସୁଧା ଭାବି ନଥିଲି ଯେ ମୋଦିଜୀ ମୋତେ ଫୋନ କରିବେ। ତାଙ୍କ ଆଚାର ଓ ବ୍ୟବହାର ଅତ୍ୟନ୍ତ ପ୍ରେରଣାଦାୟକ।”

ଆସନ୍ତା ମେ’ ୧୦ ତାରିଖରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ। ସେହିପରି ୧୩ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Bjp Karnataka PM Modi