Advertisment

ରାଜଘାଟରେ ବାପୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ମହାତ୍ମା ଗାନ୍ଧିଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ଏକତା ଏବଂ କରୁଣା ମନୋଭାବ ସହ ଆଗକୁ ବଢାଇବା ପାଇଁ ସମଗ୍ର ମାନବଜାତିଙ୍କୁ ଉତ୍ସାହିତ କରୁଛି କହିଲେ ପ୍ରଧାନମନ୍ତ୍ରୀ।

PM Modi Tribute To Mahatma

PM Modi Tribute To Mahatma

Advertisment

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 154ତମ ଜନ୍ମ ଜୟନ୍ତୀରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାସୁମନ ଅର୍ପଣ। ରାଷ୍ଟ୍ରପତି ଦୌପ୍ରଦି ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Advertisment

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗାନ୍ଧିଜୀଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ଏକତା ଏବଂ କରୁଣାକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ବିଶ୍ୱବାସୀଙ୍କୁ ପ୍ରେରଣା ଯୋଗାଉଛି।

Advertisment

ସେ ଆହୁରି କହିଛନ୍ତି, 'ଗାନ୍ଧି ଜୟନ୍ତୀ ବିଶେଷ ଉତ୍ସବରେ ମୁଁ ମହାତ୍ମାଙ୍କୁ ପ୍ରଣାମ କରୁଛି। ତାଙ୍କର କାଳଜୟୀ ଶିକ୍ଷା ଆମ ପଥକୁ ଆଲୋକିତ କରିବାରେ ଲାଗିଛି। ମହାତ୍ମା ଗାନ୍ଧିଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ଏକତା ଏବଂ କରୁଣା ମନୋଭାବ ସହ ଆଗକୁ ବଢାଇବା ପାଇଁ ସମଗ୍ର ମାନବଜାତିଙ୍କୁ ଉତ୍ସାହିତ କରୁଛି।' 

ଏଥିସହ ବାପୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ବାପୁଙ୍କ ଏକତା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଆଜିର ଯୁବପିଢି ତାଙ୍କ ସ୍ୱପ୍ନକୁ ସାକାର କରନ୍ତୁ ବୋଲି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଚିରକାଳ ଏବଂ ସର୍ବଦା ବିଶ୍ୱ ପାଇଁ ପ୍ରାସଙ୍ଗିକ ରହିବ ବୋଲି କହିଛନ୍ତି। ଦେଶର କଲ୍ୟାଣ ପାଇଁ ତାଙ୍କର ମୂଲ୍ୟବୋଧ ଏବଂ ଶିକ୍ଷାକୁ ଅନୁସରଣ କରିବା ପାଇଁ ଲୋକଙ୍କୁ ସବୁବେଳେ ଅନୁରୋଧ କରୁଥିଲେ ବାପୁ। ଏକ ଆଦର୍ଶ ସମାଜ ପାଇଁ ସତ୍ୟ ଏବଂ ଅହିଂସା ଏକ ନୂଆ ପଥ ପରିଷ୍କାର କରିଥିଲା। 

ଗାନ୍ଧିଜୀ କେବଳ ଜୀବନସାରା ଅହିଂସା ପାଇଁ ଲଢିନଥିଲେ ବରଂ ସେ ସ୍ୱଚ୍ଛତା, ମହିଳା ସଶକ୍ତିକରଣ, ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ଅଧିକାରର ପାଇଁ ମଧ୍ୟ ସ୍ୱର ଉଠାଉଥିଲେ। ଅସ୍ପୃଶ୍ୟତା, ସାମାଜିକ ଭେଦଭାବ ଏବଂ ନିରକ୍ଷରତା ବିରୋଧରେ ବାପୁ ଲଢିଥିଲେ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି, 'ବାପୁଙ୍କୁ ଜୟନ୍ତୀରେ ଶତାଧିକ ଦଣ୍ଡବତ। ସତ୍ୟ, ଅହିଂସା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚିନ୍ତାଧାରାରେ ଭାରତକୁ ଏକ କରିବାର ପଥ ମହାତ୍ମା ଗାନ୍ଧି ଦର୍ଶାଇଥିଲେ ବୋଲି ରାହୁଲ ଗାନ୍ଧି କହିଛନ୍ତି। 

ଗାନ୍ଧି ଜୟନ୍ତୀ ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଚିନ୍ତାଧାରା ଏବଂ ଆଦର୍ଶ ସମଗ୍ର ବିଶ୍ୱକୁ ସତ୍ୟ, ଅହିଂସା ଏବଂ ଶାନ୍ତି ପଥରେ ଅନୁସରଣ କରିବାକୁ ପ୍ରେରଣା ଦେଇଛି ଏବଂ ସ୍ୱାଧୀନତା ସଂଗ୍ରାମର ପ୍ରତିଷ୍ଠାତା ଆଜି ମଧ୍ୟ ଆମ ପାଇଁ ପ୍ରାସଙ୍ଗିକ ବୋଲି ସେ କହିଛନ୍ତି। 

ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

President Droupadi Murmu Nrendra Modi PM Modi Tribute To Mahatma Gandhi Jayanti Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe