ପ୍ରଧାନମନ୍ତ୍ରୀ ମୋଦି
ଆଉ କିଛି ସମୟ ପରେ ସଂସଦରେ ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାପୂର୍ବରୁ ସଂସଦ ଭବନରୁ ସମସ୍ତଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବୁଧବାର ଠାରୁ ସଂସଦର ବଜେଟ ଅଧିବେଶ(Budget Session 2026) ଆରମ୍ଭ ହୋଇଛି। ଆଜି ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବାକୁ ଥିବା ବେଳେ ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣକାଳୀନ ବିଜେଟ ଉପସ୍ଥାପନ କରିବେ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ସାଂସଦ ଓ ଦେଶବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି। ଏଥିସହ ନିକଟରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ହୋଇଥିବା ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିର ସୁଯୋଗ ସମସ୍ତ ଉତ୍ପାଦନକାରୀ ଉଠାଇବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି। ଏହାବାଦ ଭାରତ ଏବେ ସଂସ୍କାରମୂଳକ ଏକ୍ସପ୍ରେସରେ ବସି ସାରିଥିବା ସେ କହିଛନ୍ତି।
ମୋଦି କହିଛନ୍ତି, “ଏହି ଅଧିବେଶନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଆତ୍ମବିଶ୍ୱାସ ପୂର୍ଣ୍ଣ ଭାରତ ବିଶ୍ୱରେ ଆକର୍ଷଣର କେନ୍ଦ୍ର ପାଲଟିଛି। ଭାରତ-ଇୟୁ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ହୋଇଛି। ଭାରତ ପାଇଁ ବଡ଼ ବଜାର ଖୋଲିଛି। ରାଷ୍ଟ୍ରର ପ୍ରଗତି ପାଇଁ ଏହି ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଭାରତ-ଇୟୁ ମଧ୍ୟରେ ହୋଇଥିବା ଚୁକ୍ତିର ସୁଯୋଗ ଉତ୍ପାଦନକାରୀମାନେ ଉଠାଇବା ଦରକାର।
ଇୟୁ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ଯୋଗୁ ଖୋଲିଥିବା ନୂଆ ମାର୍କେଟର ଫାଇଦା ଉତ୍ପାଦନକାରୀ ଉଠାନ୍ତୁ। ଚୁକ୍ତି ପରେ ଗୋଟିଏ ନୂଆ ମାର୍କେଟ ଖୋଲିଛି। ସମସ୍ତେ ୟୁରୋପୀୟ ସଂଘରର ସମସ୍ତ ୨୭ ସଦସ୍ୟ ରାଷ୍ଟ୍ରକୁ ଗୁଣବତ୍ତାପୂର୍ଣ୍ଣ ଉତ୍ପାଦ ଉପଲବ୍ଧ କରାନ୍ତୁ।
ଏହି ସରକାର ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନ ପାଇଁ ବେଶ ପରିଚିତ। ଏବେ ଆମ ସଂସ୍କାର ରାସ୍ତାରେ ଚାଲିବା ଆରମ୍ଭ କରିଛେ। ଭାରତ ସଂସ୍କାର ଏକ୍ସପ୍ରେସରେ ବସି ସାରିଛି। ମୁଁ ସଂସଦରେ ଥିବା ମୋର ସମସ୍ତ ସହଯୋଗୀଙ୍କ ପ୍ରତି କୃତଜ୍ଞତା ଜଣାଉଛି। ବିଶେଷ କରି ଯେଉଁମାନେ ଏହି ସଂସ୍କାର ଗତିରେ ନିଜର ସକାରାତ୍ମକ ଯୋଗଦାନ ଦେଉଛନ୍ତି, ସେମାନଙ୍କୁ ଧନ୍ୟବାଦ।
ସେମାନଙ୍କ ସହଯୋଗରେ ହିଁ ସଂସ୍କାରର ରାସ୍ତା ଅଧିକ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଏବେ ଦେଶ ଦୀର୍ଘ ସମୟ ଧରି ରହିଥିବା ସମସ୍ୟାକୁ ପଛରେ ପକାଇ ଦୀର୍ଘକାଳୀନ ସମାଧାନର ରାସ୍ତାରେ ପାଦ ରଖିବାରେ ଲାଗିଛି।”
ସେ ଆହୁରି କହିଛନ୍ତି ଯେ “ଏକବିଂଶ ଶତାବ୍ଦୀର ୧/୪ ଅଂଶ ଶେଷ ହୋଇଗଲାଣି। ଏହା ପରବର୍ତ୍ତୀ କ୍ୱାର୍ଟରର ଆରମ୍ଭ। ୨୦୪୭ରେ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ୨୫ ବର୍ଷର ଆରମ୍ଭ ହୋଇଯାଇଛି। ଦ୍ୱିତୀୟ କ୍ୱାର୍ଟରର ପ୍ରଥମ ବଜେଟ ଉପସ୍ଥାପନ ହେବାକୁ ଯାଉଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ପ୍ରଥମଥ ଅର୍ଥମନ୍ତ୍ରୀ ଓ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଯିଏ କ୍ରମାଗତ ତଥା ରେକର୍ଡ ୯ମ ଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ନିଶ୍ଚିତ ଭାବେ ଦେଶର ସଂସଦୀୟ ଇତିହାସରେ ଗୋଟିଏ ଐତିହାସିକ ମୁହୂର୍ତ୍ତ ଭାବେ ଲିପିବଦ୍ଧ ହୋଇ ରହିବ।”
ପ୍ରଧାମନ୍ତ୍ରୀ ମୋଦିଙ୍କ କହିବା କଥା ଯେ ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣ ୧୪୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ପ୍ରତିପାଦନ କରିଛି। ଯୁବଗୋଷ୍ଠୀର କ୍ଷମତା ଓ ଆଶାକୁ ଏହା ଦର୍ଶାଇଛି।
ରାଷ୍ଟ୍ରପତିଙ୍କ ଅଭିଭାଷଣ ସମସ୍ତ ସାଂସଦଙ୍କ ପାଇଁ ବଜେଟ ଅଧିବେଶନ ପୂର୍ବରୁ ମାର୍ଗଦର୍ଶକ ଭାବେ ଉଭା ହୋଇଛି। ରାଷ୍ଟ୍ରପତି ଦେଖାଇଥିବା ମାର୍ଗକୁ ସମସ୍ତ ସାଂସଦ ଗୁରୁତ୍ୱର ସହ ନେଇ କାମ କରିବେ ବୋଲି ମୋଦି ଆଶା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/29/pm-modi-2026-01-29-11-24-05.jpg)