Advertisment

ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ଟ୍ରମ୍ପଙ୍କ ସହ ବିବାଦ ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି।

Putin

Putin

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବେ ଭାରତ ବିରୋଧୀ ଆଭିମୁଖ୍ୟକୁ ବଢ଼ାଇ ଚାଲିଛନ୍ତି। ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ ଲଗାଇଥିବାରୁ ଏହାର ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛି ନୂଆଦିଲ୍ଲୀ। ଟ୍ରମ୍ପଙ୍କ ସହ ବିବାଦ ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି।

Advertisment

ସେ ପୁଟିନଙ୍କ ସହ ବେଶ ଭଲ ଓ ବିସ୍ତୃତ ଭାବେ ସବୁ ପ୍ରସଙ୍ଗରେ କଥା ହେବା ସହ ଦୁଇ ଦେଶ ମଧ୍ୟରେ ଥିବା ରଣନୀତିକ ଭାଗିଦାରୀ ପ୍ରତି ଭାରତ ପ୍ରତିବଦ୍ଧ ରହିଥିବା ମୋଦି ଜଣାଇଛନ୍ତି।

ଚଳିତ ବର୍ଷ ଭାରତ-ରୁଷ ୨୩ତମ ବାର୍ଷିକ ସମ୍ମିଳନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ସମୟରେ ପୁଟିନଙ୍କୁ ସ୍ୱାଗତ କରିବା ପାଇଁ ମୋଦି ଅପେକ୍ଷା କରିବେ ବୋଲି ଏକ୍ସରେ ସୂଚନା ଦେଇଛନ୍ତି। ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ପୁଟିନ ତାଙ୍କୁ ବିସ୍ତୃତ ତଥ୍ୟ ଦେଇଥିବାରୁ ମୋଦି ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Advertisment

ଏକ୍ସରେ ମୋଦି କହିଛନ୍ତି, “ଗୋଟିଏ ସକାରାତ୍ମକ ଓ ବିସ୍ତୃତ ଆଲୋଚନା ମୋ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହ କରିଛି। ୟୁକ୍ରେନ ଯୁଦ୍ଧ ସହ ଜଡ଼ିତ ସଦ୍ୟତମ ତଥ୍ୟ ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଇଛି। ଆମେ ଦ୍ୱିପାକ୍ଷିକ ଏଜେଣ୍ଡାର ସମୀକ୍ଷା କରିଛୁ। ଭାରତ-ରୁଷ ମଧ୍ୟରେ ଥିବା ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀକୁ ଆହୁରି ନିବିଡ଼ କରିବା ଦିଗରେ ଆମେ ପ୍ରତିଶ୍ରୁତିବଦ୍ଧ। ଚଳିତ ବର୍ଷ ରାଷ୍ଟ୍ରପତି ପୁଟିନଙ୍କୁ ଭାରତର ସ୍ୱାଗତ କରିବାକୁ ମୁଁ ଅପେକ୍ଷାରତ।”

ମୋଦି ଓ ପୁଟିନଙ୍କ ଫୋନ ଯୋଗେ ଆଲୋଚନା କରେ ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ବିବାଦ ସମାଧାନ ପାଇଁ ଭାରତ ପକ୍ଷରୁ ରୁଷ ଓ ୟୁକ୍ରେନକୁ ଆଲୋଚନା କରିବାକୁ ଆହ୍ୱାନ କରାଯାଇଛି।

ଯୁଦ୍ଧ ଏବେ ୪ର୍ଥ ବର୍ଷରେ ପ୍ରବେଶ କଲାଣି। ଏହାବାଦ ଦୁଇ ନେତା ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଓ ପରସ୍ପର ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ପ୍ରତିବଦ୍ଧ ଥିବା ଜଣାଇଛନ୍ତି।

PM Modi Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe