Advertisment

୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ଦେବେ ପ୍ରଧାନମନ୍ତ୍ରୀ, ଏସ୍‌ଏଚ୍‌ଜିଗୁଡ଼ିକ ପାଇଁ ରହିଛି ଖୁସି ଖବର

ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୩୦ ହଜାର ସ୍ଥାନରୁ ଲୋକେ ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

author-image
Jitendra Garnayak
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ୧୧ ଲକ୍ଷ ନୂଆ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ବାଣ୍ଟିବା ସହିତ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ତୃତୀୟ ପାଳିରେ ଏହି ୧୧ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇଛନ୍ତି।

Advertisment

ନୂଆ ୧୧ ଲକ୍ଷ ‘ଲକ୍ଷପତି ଦିଦି’ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ଜାଲଗାଁଓରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରମାଣପତ୍ର ଦେବା ସହିତ ସମ୍ବର୍ଦ୍ଧିତ କରିବେ। ଏହା ସହିତ ପ୍ରଧାନମନ୍ତ୍ରୀ ସାରା ଦେଶର ଲକ୍ଷପତି ଦିଦିଙ୍କ ସହିତ ଭାବବିନିମୟ କରିବେ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସ୍ୱୟଂ ସହାୟତା ଗୋଷ୍ଠୀ (SHG)ଗୁଡ଼ିକ ପାଇଁ ୨୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବେ। ଏହା ଦ୍ୱାରା ୪.୩ ଲକ୍ଷ ଏସ୍‌ଏଚ୍‌ଜିର ୪୮ ଲକ୍ଷ ସଦସ୍ୟ ଉପକୃତ ହେବେ।

Advertisment

ଏହା ସହିତ ପ୍ରଧାନମନ୍ତ୍ରୀ ୫୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିବେ। ଏହି ଋଣ ଦ୍ୱାରା ୨.୩୫ ଲକ୍ଷ ଏସ୍‌ଏଚ୍‌ଜିର ୨୫.୮ ଲକ୍ଷ ସଦସ୍ୟ ଉପକୃତ ହେବେ।

ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୩୦ ହଜାର ସ୍ଥାନରୁ ଲୋକେ ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

‘ଲକ୍ଷପତି ଦିଦି’ ଯୋଜନା ଆରମ୍ଭ ହେବା ପରଠାରୁ ଏଯାବତ୍ ଦେଶରେ ୧ କୋଟି ମହିଳା ‘ଲକ୍ଷପତି ଦିଦି’ ହୋଇସାରିଲେଣି। ସରକାର ଆଗାମୀ ୩ ବର୍ଷରେ ୩ କୋଟି ‘ଲକ୍ଷପତି ଦିଦି’ ତିଆରି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Shg Women Lakhpati Didi