Advertisment

ସମ୍ବିଧାନ ବିତର୍କରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି, ୧୪ରେ ରଖିବେ ମତ

ସବୁ ସଦସ୍ୟ ମତ ରଖି ସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପକ୍ଷ ରଖିବେ। ସେ ଡିସେମ୍ବର ୧୪ରେ ସମ୍ବିଧାନ ବିତର୍କରେ ଭାଗ ନେଇ ଜବାବ ରଖିବେ ବୋଲି ଜଣାପଡ଼ିଛି।

author-image
Hemant Lenka
PM Modi

PM Modi

ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ବିତର୍କ ଲୋକସଭାରେ ହେବ। ଆସନ୍ତା ୧୩ ଓ ୧୪ ଦୁଇ ଦିନ ଧରି ବିଭିନ୍ନ ଦଳର ସଦସ୍ୟ ସମ୍ବିଧାନ ଉପରେ ହେବାକୁ ଥିବା ବିତର୍କରେ ଭାଗ ନେଇ ନିଜର ମତ ରଖିବେ।

Advertisment

ସବୁ ସଦସ୍ୟ ମତ ରଖି ସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପକ୍ଷ ରଖିବେ। ସେ ଡିସେମ୍ବର ୧୪ରେ ସମ୍ବିଧାନ ବିତର୍କରେ ଭାଗ ନେଇ ଜବାବ ରଖିବେ ବୋଲି ଜଣାପଡ଼ିଛି।

ସମ୍ବିଧାନ ଉପରେ ବିତର୍କ ୧୩ ଓ ୧୪ ଦୁଇ ଦିନ ଧରି ଲୋକସଭାରେ ଓ ଡିସେମ୍ବର ୧୬ ଓ ୧୭ରେ ରାଜ୍ୟସଭାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ମତ ରଖିବାକୁ ଯାଉଥିବା ବେଳେ ରାଜ୍ୟସଭାରେ ବିତର୍କର ନେତୃତ୍ୱ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନେବେ। ସେ ଡିସେମ୍ବର ୧୬ରେ ରାଜ୍ୟସଭାରେ ନିଜର ପକ୍ଷ ରଖିବେ।

Advertisment

ନଭେମ୍ବର ୨୫ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା। ତେବେ ସମ୍ବିଧାନକୁ ନେଇ ବିତର୍କ ଦାବିରେ ବାରମ୍ବାର ହଟ୍ଟଗୋଳ ଓ ଗୃହ ମୁଲତବୀ ହୋଇଥିଲା। ଯାହାକୁ ନେଇ ଡିସେମ୍ବର ୨ରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ଓମ୍ ବିର୍ଲା। ଏହି ବୈଠକରେ ସମ୍ବିଧାନ ଉପରେ ବିତର୍କ ପାଇଁ ସବୁ ଦଳର ସଦସ୍ୟ ସହମତି ପ୍ରକାଶ କରିଥିଲେ।

PM Modi Constitution