Advertisment

NCERT ବହିରେ ତ୍ରୁଟି: କ୍ୟାବିନେଟ ବୈଠକରେ ଅସନ୍ତୋଷ ଝାଡ଼ିଥିଲେ ପ୍ରଧାନମନ୍ତ୍ରୀ

ମଙ୍ଗଳବାର କ୍ୟାବିନେଟ ବୈଠକ ବେଳେ ଏନସିଇଆରଟିରେ ଥିବା ବିବାଦୀୟ ବିଷୟକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ମୋଦି। ଏଥିସହ ଘଟଣା ପାଇଁ ଦାୟୀ ବ୍ୟକ୍ତି ବିଶେଷଙ୍କୁ ଉତ୍ତରଦାୟୀ କରିବାକୁ ମଧ୍ୟ ସେ କହିଥିଲେ ବୋଲି ଆଜି ସରକାରୀ ସୂତ୍ରରରେ କୁହାଯାଇଛି।

PM-Modi

ପ୍ରଧାନମନ୍ତ୍ରୀ ମୋଦି

Advertisment

୮ମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ଥିବା ନ୍ୟାୟିକ ଦୁର୍ନୀତି ବିଷୟକୁ ନେଇ ପୂରା ଦେଶରେ ହଇଚଇ। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ କ୍ଷୁବ୍ଧ ହେବା ସହ ବହିରେ ଥିବା ବିଷୟବସ୍ତୁ ଉପରେ ରୋକ ଲଗାଇ ଦେଇଛନ୍ତି। ତେବ ସୁପ୍ରିମକୋର୍ଟ କ୍ଷୁବ୍ଧ ହେବା ପୂର୍ବରୁ ଏହି ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୁ ଆସିଥିଲା।

Advertisment

ମଙ୍ଗଳବାର କ୍ୟାବିନେଟ ବୈଠକ ବେଳେ ଏନସିଇଆରଟିରେ ଥିବା ବିବାଦୀୟ ବିଷୟକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ମୋଦି। ଏଥିସହ ଘଟଣା ପାଇଁ ଦାୟୀ ବ୍ୟକ୍ତି ବିଶେଷଙ୍କୁ ଉତ୍ତରଦାୟୀ କରିବାକୁ ମଧ୍ୟ ସେ କହିଥିଲେ ବୋଲି ଆଜି ସରକାରୀ ସୂତ୍ରରରେ କୁହାଯାଇଛି। 

ସରକାରୀ ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ମାଧ୍ୟମିକ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ବହିରେ ନ୍ୟାୟପାଳିକା ସହ ଜଡ଼ିତ ଦୁର୍ନୀତି ପ୍ରସଙ୍ଗକୁ ସାମିଲ କରାଯିବା କଥାକୁ ବିରୋଧ କରିଥିଲେ। ସେହିପରି ବିଷୟର ଯର୍ଥାଥା ତଥା ଏହାକୁ ମଞ୍ଜୁରୀ ଦିଆଯିବା ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। 

Advertisment

କ୍ୟାବିନେଟ ବୈଠକ ବେଳେ ମୋଦି କହିଥିଲେ ଯେ “କ’ଣ ପାଇଁ ଆମେ ୮ମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ନ୍ୟାୟିକ ଦୁର୍ନୀତି ସମ୍ପର୍କରେ ପଢ଼ାଇବା? ଏସବୁ ବିଷୟକୁ କେଉଁମାନେ ଦେଖୁଛନ୍ତି? କେଉଁମାନେ ଏହାର ସମୀକ୍ଷା କରିବା ସହ ଏପରି ବିଷୟକୁ ଶ୍ରେଣୀ ଗୃହରେ ପଢ଼ାଇବାକୁ ଅନୁମତି ଦେଇଛନ୍ତି?” ସ୍କୁଲ ଶିକ୍ଷାରେ ଏପରି ସମ୍ବେଦନଶୀଳ ପ୍ରସଙ୍ଗକୁ ସାମିଲ କରାଯିବା ଘଟଣାକୁ ସରକାରୀ ସ୍ତରରେ ମଧ୍ୟ ଠିକ ଭାବେ ଗ୍ରହଣ କରାଯାଇ ନଥିବା ମୋଦିଙ୍କ ବୟାନରୁ ସ୍ପଷ୍ଟ ହୋଇଛି। 

ଏହା ପୂର୍ବରୁ ଏନସିଇଆରଟି(NCERT)ର ବିବାଦୀୟ ୮ମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ଥିବା ବିଷୟବସ୍ତୁକୁ ସୁପ୍ରିମକୋର୍ଟକୁ ବ୍ୟାନ କରିବା ସହ ଅଦାଲତ ଅବମାନନା ନୋଟିସ ଜାରି କରିଥିଲେ। ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂରା ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିବା ସହ ସରକାର ସଂପୂର୍ଣ୍ଣ ଭାବେ କୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବେ ବୋଲି କହିଥିଲେ। 

ସୁପ୍ରିମକୋର୍ଟ(Supreme Court)ଙ୍କ ନାଲି ଆଖି ପରେ ପ୍ରଥମେ କେନ୍ଦ୍ର ସରକାର ବିବାଦୀୟ ବିଷୟବସ୍ତୁ ପାଇଁ କ୍ଷମା ମାଗିଥିଲେ। ଏଥିସହ ଏପରି ବିଷୟବସ୍ତୁ ପ୍ରସ୍ତୁତ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଧର୍ମେନ୍ଦ୍ରଙ୍କ ବୟାନ ସାମ୍ନାକୁ ଆସିଛି। 

କେନ୍ଦ୍ରର କ୍ଷମା ଆବେଦନରେ ମଧ୍ୟ ସୁପ୍ରିମକୋର୍ଟ ସନ୍ତୁଷ୍ଟ ହୋଇନାହାନ୍ତି। କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସର୍ବୋଚ୍ଚ ଅଦାଲତ କହି ବହିର ପ୍ରଚାର ଓ ପ୍ରକାଶନ ଉପରେ ରୋକ ଲଗାଇ ଦେଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ୮ମ ଶ୍ରେଣୀର ସାମାଜିକ ବିଜ୍ଞାନ ବହି-Exploring Society: India and Beyond, Vol II ଉପରେ ସଂପୂର୍ଣ୍ଣ ବ୍ୟାନ ଲଗାଇ ଦେଇଛନ୍ତି।

ଏହି ବହିର ଆଉ ପ୍ରକାଶନ କିମ୍ବା ଡିଜିଟାଲ ପ୍ରଚାର ହୋଇପାରିବ ନାହିଁ। ଖଣ୍ଡପୀଠ କହିଛନ୍ତି, “ଆଦେଶକୁ ବାଇପାସ କରିବା ପାଇଁ ଯେକୌଣସି ଉଦ୍ୟମକୁ ଆଦୌ ସହ୍ୟ କରାଯିବ ନାହିଁ।

ଆଦେଶକୁ ଅଣଦେଖା କରିବା ପାଇଁ ଯଦି ଡିଜିଟାଲ ବିତରଣ କିମ୍ବା ଶୀର୍ଷକକୁ ବଦଳାଇବାକୁ ଚେଷ୍ଟା କରାଯାଏ, ତା’ହେଲେ ମଧ୍ୟ ଏହାକୁ ଅଦାଲତନ ଅବମାନନା ଭାବେ ବିବେଚନା କରାଯିବ।”

Supreme Court NCERT
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe