Advertisment

‘ପ୍ରଧାନମନ୍ତ୍ରୀ ସବୁବେଳେ ବାବାଙ୍କ ଚରଣ ସ୍ପର୍ଶ କରୁଥିଲେ’

‘Pranab, My Father: A Daughter Remembers’ ନାଁରେ ଏକ ପୁସ୍ତକ ଲେଖିଛନ୍ତି ସ୍ୱର୍ଗତଃ ପ୍ରଣବ ମୂଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୂଖାର୍ଜୀ।

author-image
Jitendra Garnayak
ଅଦ୍ୟତନ ହୋଇଛି
Pranab and Modi

Pranab and Modi

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ମଧ୍ୟରେ ଏକ ଅଦ୍ଭୁତ ସଂପର୍କ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ପ୍ରଣବ ମୂଖାର୍ଜୀଙ୍କ ଚରଣ ସ୍ପର୍ଶ କରି ପ୍ରଣିପାତ ହେଉଥିଲେ। ସେ ପ୍ରଣବ ମୂଖାର୍ଜୀଙ୍କୁ ବହୁତ ସମ୍ମାନ କରୁଥିଲେ। ତେଣୁ ସେମିତି ଢଙ୍ଗରେ ପ୍ରଣାମ କରୁଥିଲେ। ତାହା ପୁଣି ସଂପୂର୍ଣ୍ଣ ସହୃଦୟତାର ସହିତ।’ ଆଜି ଏନ୍‌ଡିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି ସ୍ୱର୍ଗତଃ ପ୍ରଣବ ମୂଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୂଖାର୍ଜୀ।

Advertisment

‘Pranab, My Father: A Daughter Remembers’ ନାଁରେ ଏକ ପୁସ୍ତକ ଲେଖିଥିବା ଶର୍ମିଷ୍ଠା କହିଛନ୍ତି, ଯେତେବେଳେ ମୋ ବାବା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସେତେବେଳେ ସେ ତାଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସଂପର୍କରେ ପୂରା ସ୍ପଷ୍ଟ ଥିଲେ। ଜଣେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସଂପର୍କ କେବଳ ବ୍ୟକ୍ତିଗତ ସମ୍ମାନରେ ଗଢ଼ି ଉଠେ ନାହିଁ। ରାଷ୍ଟ୍ରପତି ଭାବେ ମୋ ବାବା ବିଶ୍ୱାସ କରୁଥିଲେ ଯେ ଏକ ନିର୍ବାଚିତ ସରକାରର କାର୍ଯ୍ୟକଳାପରେ ହସ୍ତକ୍ଷେପ ନ କରିବା ମଧ୍ୟ ତାଙ୍କର ଏକ ଦାୟିତ୍ୱ। ସେଥିପାଇଁ ପ୍ରଥମ ସାକ୍ଷାତରେ ସେ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଥିଲେ, ଆମେ ଦୁଇଟି ଭିନ୍ନ ଭିନ୍ନ ଆଦର୍ଶରୁ ଆସିଛନ୍ତି। କିନ୍ତୁ ଲୋକେ ଆପଣଙ୍କୁ ଭୋଟ୍ ଦେଇଛନ୍ତି। ମୁଁ ସରକାରରେ ହସ୍ତକ୍ଷେପ କରିବି ନାହିଁ। ତାହା ଆପଣଙ୍କ କାମ। କିନ୍ତୁ ଯଦି ଆପଣ କେବେ କୌଣସି ସାମ୍ବିଧାନିକ ପ୍ରସଙ୍ଗରେ କୌଣସି ସାହାଯ୍ୟ ଆବଶ୍ୟକ କରିବେ, ତା’ହେଲେ ମୁଁ ନିହାତି ସହଯୋଗ କରିବି।

ଏ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ପଷ୍ଟ କରିଛନ୍ତି। ଶର୍ମିଷ୍ଠା କହିଛନ୍ତି, ମିଷ୍ଟର ମୋଦି ନିଜେ ମୋତେ ଏହା ବିଷୟରେ କହିଥିଲେ। ସେ କହିଥିଲେ, ଦାଦା ଏହି କଥା କହିବା ମୋ ପାଇଁ ବହୁତ ବଡ଼।

Advertisment

ଶର୍ମିଷ୍ଠା କହିଛନ୍ତି, ମୁଁ ଭାବୁଛି ଏହା ଭାରି ଅଦ୍ଭୁତ। କାରଣ ଦୁହେଁ ଭିନ୍ନ ଭିନ୍ନ ଆଦର୍ଶରୁ ଆସିଥିଲେ। ତେବେ ସେମାନଙ୍କ ସଂପର୍କ ପ୍ରକୃତରେ ବହୁତ ବର୍ଷ ତଳୁ ଗଢ଼ି ଉଠିଥିଲା। ସେତେବେଳେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇନଥିଲେ।

ସେ କହିଛନ୍ତି, ସେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) କହିଥିଲେ ଯେ ସେ ସେତେବେଳେ ଜଣେ ସାଧାରଣ ଦଳୀୟ କର୍ମୀ ଭାବେ ବିଭିନ୍ନ କାମ ପାଇଁ ଦିଲ୍ଲୀ ଆସୁଥିଲେ ଓ ମର୍ଣ୍ଣିଂ ୱାକ୍ ବେଳେ ବାବାଙ୍କୁ ଭେଟୁଥିଲେ। ସେ କହିଥିଲେ ଯେ ବାବା ସବୁବେଳେ ତାଙ୍କ ସହିତ ବହୁତ ଭଲରେ କଥା ହେଉଥିଲେ। ସେ ସବୁ ବେଳେ ବାବାଙ୍କୁ ଚରଣ ସ୍ପର୍ଶ କରି ପ୍ରଣାମ କରୁଥିଲେ। ଚରଣ ସ୍ପର୍ଶ କଥା ବାବା ତାଙ୍କ ଡାଏରୀରେ ମଧ୍ୟ ଉଲ୍ଲେଖ କରିଥିଲେ।

ଶର୍ମିଷ୍ଠା କହିଛନ୍ତି, ବାବା ଲେଖିଛନ୍ତି- ସେ କଂଗ୍ରେସ ସରକାର ଓ ଏହାର ନୀତିଗୁଡ଼ିକୁ କଡ଼ା ସମାଲୋଚନା କରୁଥିଲେ। କିନ୍ତୁ ଯେତେବେଳେ ବ୍ୟକ୍ତିଗତ ଭାବେ ଭେଟୁଥିଲେ, ସବୁବେଳେ ମୋ ଚରଣ ସ୍ପର୍ଶ କରି ପ୍ରଣାମ କରୁଥିଲେ। ସେ କହୁଥିଲେ ଏହା ତାଙ୍କୁ ବହୁତ ଆନନ୍ଦ ଦିଏ। ମୁଁ ବୁଝିପାରେନି କାହିଁକି...।

ସେ କହିଛନ୍ତି, ମିଷ୍ଟର ମୋଦି ଓ ବାବାଙ୍କ ଭିତରେ ପ୍ରାରମ୍ଭରୁ ଏକ ଭଲ ସଂପର୍କ ରହି ଆସିଥିଲା। ତେବେ ଏହାର ଅର୍ଥ ନଥିଲା ଯେ ରାଷ୍ଟ୍ରପତି ଭାବେ ମୋ ବାବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେବେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରି ନଥିଲେ। 

Pranab Mukherjee PM Narendra Modi Sharmishtha Mukherjee