Advertisment

ଟନେଲ ତଳେ ଫସିଛି ୪୧ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ଫୋନ୍ ଯୋଗେ ଧାମିଙ୍କ ସହ କଥା ହୋଇଛନ୍ତି ମୋଦି।

author-image
Madhupriya Mistry
ଅଦ୍ୟତନ ହୋଇଛି
PM Modi took update on Silkyara tunnel accident

PM Modi took update on Silkyara tunnel accident

୯ ଦିନ ହେଲା ଟନେଲ ତଳେ ଫସିଛି ୪୧ ଜୀବନ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡିବା ଯୋଗୁ ୪୧ ଜଣ ଶ୍ରମିକଙ୍କ ଦୀର୍ଘ ଦିନ ହେବ ଏଠାରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ଏନ୍‌ଡିଆର୍‌ଏଫ୍ ଓ ଏସ୍‌ଡିଆର୍‌ଏଫ୍ ଟିମ୍‌ ଦିନ ରାତି ଏକ କାରିସାରିଲେଣି। ଦୀର୍ଘ ୧୭୦ ଘଣ୍ଟା ହେବ ଶ୍ରମିକମାନେ ଟନେଲ ତଳେ ଅଛନ୍ତି। ଏହାରି ଭିତରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଫୋନ୍ ଯୋଗେ ଧାମିଙ୍କ ସହ କଥା ହୋଇଛନ୍ତି ମୋଦି। ସିଲ୍‌କ୍ୟାରା ନିକଟ ଟନେଲ ତଳେ ଫସିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଚାଲିଥିବା ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ଆବଶ୍ୟକ ଉଦ୍ଧାର ଉପକରଣ ଏବଂ ସମ୍ବଳ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି। କେନ୍ଦ୍ରୀୟ ଏବଂ ରାଜ୍ୟ ଏଜେନ୍ସିଗୁଡ଼ିକ ମଧ୍ୟରେ ପାରସ୍ପରିକ ସମନ୍ୱୟ ରକ୍ଷା କରି ଶ୍ରମିକମାନଙ୍କୁ ନିରାପଦ ଭାବେ ସ୍ଥାନାନ୍ତର କରାଯିବ। ଫସି ରହିଥିବା ଶ୍ରମିକମାନଙ୍କ ମନୋବଳ ବଜାୟ ରଖିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ସେପେଟା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, 'ରାଜ୍ୟ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ପାରସ୍ପରିକ ସମନ୍ୱୟ ଏବଂ ତତ୍ପରତା ସହିତ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଟନେଲରେ ଫସି ରହିଥିବା ଶ୍ରମିକମାନେ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ଅକ୍ସିଜେନ୍‌, ପୁଷ୍ଟିକର ଖାଦ୍ୟ ଏବଂ ଜଳ ଯୋଗାଇ ଦିଆଯାଉଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ବିଶେଷଜ୍ଞଙ୍କ ମତାମତ ନେଇ ଏଜେନ୍ସିଗୁଡ଼ିକ କାମ କରୁଛନ୍ତି। ଶ୍ରମିକମାନଙ୍କୁ ଶୀଘ୍ର ବାହାରକୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି।'

Advertisment

ଉତ୍ତରକାଶୀର ସିଲ୍‌କ୍ୟାରାରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡିବା ପରେ ପ୍ରାୟ ୪୧ ଜଣ ଶ୍ରମିକ ଏଠାରେ ୯ ଦିନ ହେବ ଫସି ରହିଛନ୍ତି। ରେସ୍କ୍ୟୁ ଅପରେସନ୍‌ ଜାରି ରହିଥିଲେ ସୁଦ୍ଧା ଏଥିରେ କୌଣସି ସଫଳତା ମିଳିନାହିଁ। ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଦିଲ୍ଲୀରୁ ଆଣାଯାଇଥିବା ଆଗର ମେସିନ୍ ନଭେମ୍ବର ୧୭ରେ କାମ ବନ୍ଦ କରିଦେଇଥିଲା। ଏହା ପରେ ଇନ୍ଦୋରରୁ ଏକ ନୂତନ ମେସିନ୍ ଅଣାଯାଇଛି, ଯାହାକୁ ବର୍ତ୍ତମାନ ଟନେଲ୍ର ୨୦୦ ମିଟର ଭିତରକୁ ନିଆଯାଉଛି। ବର୍ତ୍ତମାନ ସୁଡ଼ଙ୍ଗ ଉପରରୁ ଡ୍ରିଲିଂ କରାଯିବ, ଯାହାଫଳରେ ଆବର୍ଜନାଗୁଡିକ ସହଜରେ ହଟାଯାଇପାରିବ।

PM Modi Tunnel Collapses In Uttarakhand