Advertisment

Blast in Delhi: ଲାଲକିଲ୍ଲା ବିସ୍ଫୋରଣକୁ ନେଇ ବଡ଼ ସଙ୍କେତ ଦେଲେ, ହଠାତ ହିନ୍ଦୀ ବଦଳରେ ଇଂରାଜୀ ଶବ୍ଦ ପ୍ରୟୋଗ କଲେ ପ୍ରଧାନମନ୍ତ୍ରୀ ମୋଦି

ସୋମବାର ସନ୍ଧ୍ୟାରେ ହୋଇଥିବା ଆତ୍ମଘାତୀ କାର ବିସ୍ଫୋରଣରେ ୧୩ ଜଣ ପ୍ରାଣ ହରାଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏଥିରେ ଗଭୀର ଶୋକ ପ୍ରକାଶ କରି ଘଟଣା ପଛରେ ଥିବା କାହାକୁ ବି ଛଡ଼ା ଯିବନାହିଁ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇଛନ୍ତି।

PM-Modi

ପ୍ରଧାନମନ୍ତ୍ରୀ ମୋଦି

Advertisment

ଦେଶକୁ ଦୋହଲାଇ ଦେଇଥିବା ଦିଲ୍ଲା ୧୦/୧୧ ବିସ୍ଫୋରଣକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ଭୁଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ସେଠାରୁ ଲାଲକିଲ୍ଲା ବିସ୍ଫୋରଣକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି।

Advertisment

ସୋମବାର ସନ୍ଧ୍ୟାରେ ହୋଇଥିବା ଆତ୍ମଘାତୀ କାର ବିସ୍ଫୋରଣ(Blast in Delhi) ରେ ୧୩ ଜଣ ପ୍ରାଣ ହରାଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଏଥିରେ ଗଭୀର ଶୋକ ପ୍ରକାଶ କରି ଘଟଣା ପଛରେ ଥିବା କାହାକୁ ବି ଛଡ଼ା ଯିବନାହିଁ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇଛନ୍ତି। 

ଭୁଟାନର ଥିମ୍ଫୁରେ ମୋଦି କହିଛନ୍ତି, “ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ। ଏଥିପାଇଁ ଦାୟୀ ସମସ୍ତ ଲୋକଙ୍କୁ ନ୍ୟାୟର କାଠଗଡ଼ାକୁ ଅଣାଯିବ।” ଥିମ୍ଫୁରେ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ବିସ୍ଫୋରଣକୁ ଭୟଙ୍କର ବୋଲି କହିଛନ୍ତି। ଏଥିସହ ପ୍ରଭାବିତ ପରିବାରର ଦୁଃଖକୁ ସେ ବୁଝିପାରୁଥିବା ମତ ରଖିଛନ୍ତି। 

Advertisment

ସେ କହିଛନ୍ତି, “ ଆଜି ମୁଁ ଏଠାକୁ ଅତ୍ୟନ୍ତ ଦୁଃଖ ମନରେ ଆସିଛି। ଗତକାଲି ଦିଲ୍ଲୀରେ ଯାହା ଘଟିଛି, ତାହା ସମସ୍ତଙ୍କୁ ମର୍ମାହତ କରିଛି। ମୁଁ ପ୍ରଭାବିତ ଲୋକଙ୍କ ପରିବାରର ଦୁଃଖ ଓ ଯନ୍ତ୍ରଣାକୁ ବୁଝି ପାରୁଛି। ପୂରା ଦେଶ ଆଜି ପ୍ରଭାବିତ ଲୋକଙ୍କ ସହ ରହିଛି। ରାତି ସାରା ମୁଁ ସମସ୍ତ ତଦନ୍ତକାରୀ ଏଜେନ୍ସି ସହ ଯୋଗାଯୋଗରେ ରହିଥିଲି।

 ଆମ ଏଜେନ୍ସିଗୁଡ଼ିକ ଏହି ଷଡ଼ଯନ୍ତ୍ରର ମୂଳରେ ପହଞ୍ଚିବେ।” ଏସବୁ ହିନ୍ଦୀରେ କହିଥିବା ମୋଦି ହଠାତ୍‌ ଇଂରାଜୀ ଭାଷାର ପ୍ରୟୋଗ କରିଥିଲେ। ସେ କହିଛନ୍ତି, “ଏଥିପାଇଁ ଦାୟୀ ସମସ୍ତ ଲୋକଙ୍କୁ ନ୍ୟାୟର କାଠଗଡ଼ାକୁ ଅଣାଯିବ।”

ଏପ୍ରିଲ ୨୨ ପହଲଗାମ ନରସଂହାର ପରେ ଦେଶକୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ସମାନ ଢଙ୍ଗରେ ନିଜର ହିନ୍ଦୀ ସମ୍ବୋଧନକୁ ଇଂରାଜୀକୁ ବଦଳାଇ ଦେଇଥିଲେ। ସେ ହଠାତ୍‌ କହିଥିଲେ ଯେ “ଭାରତ ନିଶ୍ଚିତ ଭାବେ ସମସ୍ତ ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକଙ୍କୁ ଚିହ୍ନଟ କରିବ, ଧରିବ ଓ ଦଣ୍ଡଦେବ।”

ଏପରି ଇଂରାଜୀ ବୟାନର ଗୋଟିଏ ସପ୍ତାହ ପରେ ଭାରତୀୟ ସେନା ପହଲଗାମ ନରସଂହାରର ବଦଲା ନେବାକୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଅପରେସନ ସିନ୍ଦୂର ଜରିଆରେ ଏୟାର ଷ୍ଟ୍ରାଇକ କରିଥିଲା। ଏବେ ମୋଦି( PM Modi ) ସମାନ ଢଙ୍ଗରେ ଦିଲ୍ଲୀ ୧୦/୧୧ ବିସ୍ଫୋରଣ ପଛରେ ଥିବା ସମସ୍ତଙ୍କୁ ଦଣ୍ଡ ଦିଆଯିବ ବୋଲି ଇଂରାଜୀରେ କହିଛନ୍ତି। 

PM Modi Blast Delhi Blast In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe