Advertisment

ସିଲାବସ୍‌ରୁ ହଟିବେ ‘ସାରେ ଜାହାଁ ସେ ଆଚ୍ଛା’ ଲେଖିଥିବା କବି ଇକବାଲ

ଅବିଭକ୍ତ ଭାରତର ସିଆଲକୋଟରେ ୧୮୭୭ରେ ଜନ୍ମିତ ଇକବାଲ ପ୍ରସିଦ୍ଧ ଗୀତ ସାରେ ଜାହାଁ ସେ ଆଚ୍ଛାର ଜନକ। ତାଙ୍କୁ ପାକିସ୍ତାନ ସୃଷ୍ଟିର ଜନ୍ମଦାତା ଭାବେ ମଧ୍ୟ ବିବେଚନା କରାଯାଏ।

Poet Muhammad Allama Iqbal

Poet Muhammad Allama Iqbal

Advertisment

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ଶୁକ୍ରବାର ଗୋଟିଏ ସଂକଳ୍ପ ପାରିତ କରି ପାକିସ୍ତାନର ଜାତୀୟ କବି ମହମ୍ମଦ ଇକବାଲ ଓରଫ ଆଲାମ ଇକବାଲଙ୍କ ଉପରେ ଲେଖାଥିବା ବିଷୟବସ୍ତକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ରାଜନୀତ ବିଜ୍ଞାନର ସିଲାବସରେ ଇକବାଲଙ୍କ ବିଷୟରେ ରହିଥିଲା।

Advertisment

ଅବିଭକ୍ତ ଭାରତର ସିଆଲକୋଟରେ ୧୮୭୭ରେ ଜନ୍ମିତ ଇକବାଲ ପ୍ରସିଦ୍ଧ ଗୀତ ସାରେ ଜାହାଁ ସେ ଆଚ୍ଛାର ଜନକ। ତାଙ୍କୁ ପାକିସ୍ତାନ ସୃଷ୍ଟିର ଜନ୍ମଦାତା ଭାବେ ମଧ୍ୟ ବିବେଚନା କରାଯାଏ।

ବିଏର ୬ଷ୍ଠ ସେମିଷ୍ଟରରେ ମର୍ଡନ ଇଣ୍ଡିଆନ ପଲଟିକାଲ ଥଟସ ନାଁରେ ଗୋଟିଏ ବିଷୟବସ୍ତୁ ରହିଛି। ଏଥିରେ ଇକବାଲଙ୍କ ବିଷୟରେ ମଧ୍ୟ ଉଲ୍ଲେଖ ରହିଥିଲା। ଏବେ ଏହାକୁ ହଟାଇବାକୁ ଗୋଟିଏ ସଂକଳ୍ପ ପାରିତ କରାଯାଇଛି। ଏହି ପ୍ରସଙ୍ଗକୁ ଏବେ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦରେ ଉପସ୍ଥାପନ କରାଯିବ। ଏହାପରେ ଇକବାଲଙ୍କ ବିଷୟରେ ପିଲାମାନେ ପଢ଼ିବେ କି ନାହିଁ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Advertisment

ଏକାଡେମି କାଉନସିଲର ଜଣେ ସଦସ୍ୟ କହିଛନ୍ତି, “ରାଜନୀତି ବିଜ୍ଞାନର ସିଲାବାସକୁ ବଦଳାଇବା ପାଇଁ ଗୋଟିଏ ସଂକଳ୍ପ ଆଗତ କରାଯାଇଥିଲା। ସଂକଳ୍ପ ଅନୁସାରେ ଇକବାଲଙ୍କ ଉପରେ ଥିବା ଗୋଟିଏ ବିଷୟବସ୍ତକୁ ସିଲାବସରୁ ହଟାଇବାକୁ ନିଷ୍ପତ୍ତି ହୋଇଛି।”

ସିଲାବସରେ ଥିବା ଇକବାଲ: କମ୍ୟୁନିଟୀ ଶୀର୍ଷକ ଗୋଟିଏ ୟୁନିଟର ସୀମାକ୍ଷା ମଧ୍ୟ କରାଯାଇଛି। ଏହି ବିଷୟବସ୍ତୁ ସହ ମୋଟ ୧୧ଟି ୟୁନିଟ ରହିଛି। ବ୍ୟକ୍ତିବିଶେଷ ଚିନ୍ତାଧାରାର ଗୁରୁତ୍ୱକୁ ବୁଝିବା ପାଇଁ ଏହି ସବୁ ୟୁନିଟରେ ବ୍ୟବସ୍ଥା ରହିଛି। ଏହି ବିଷୟବସ୍ତୁ ସହ ରାମମୋହନ ରୟ, ପଣ୍ଡିତ ରାମାବାଇ, ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧି ଓ ଭୀମରାଓ ଆମ୍ବେଦକରଙ୍କ ଚିନ୍ତାଧାରା ମଧ୍ୟ ରହିଛି।

ଶିକ୍ଷାର୍ଥୀଙ୍କୁ ଭାରତୀୟ ରାଜନୀତିକ ଚିନ୍ତାଧାରାର ସମୃଦ୍ଧି ଓ ବିବିଧତା ସମ୍ପର୍କରେ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସିଲାବସରେ ଏପରି ବ୍ୟକ୍ତିବିଶେଷଙ୍କ ଚିନ୍ତାଧାରାକୁ ସ୍ଥାନିତ କରାଯାଇଛି। ଆଧୁନିକ ଭାରତର ବିଚାରଧାରାକୁ ବୁଝାଇବା ପାଇଁ ଏହି ବିଷୟବସ୍ତୁତର ଲକ୍ଷ୍ୟ। କିନ୍ତୁ ଏବେ ‌ଉକ୍ତ ବିଷୟବସ୍ତୁରୁ ଇକବାଲଙ୍କ ୟୁନିଟକୁ ହଟାଇ ଦେବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର ଏପରି ପଦକ୍ଷେପକୁ ଛାତ୍ର ସଂଗଠନ ଏବିଭିପି ସ୍ୱାଗତ କରିଛି। ଏବିଭିପି ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ପକ୍ଷରୁ ଧର୍ମାନ୍ଧ ଗବେଷକ ମହମ୍ମଦ ଇକବାଲଙ୍କ ଉପରେ ପଢ଼ା ଯାଉଥିବା ବିଷୟବସ୍ତକୁ ରାଜନୀତି ବିଜ୍ଞାନ ସିଲାବସରୁ ହଟାଇବାକୁ ନିଷ୍ପତ୍ତି ହୋଇଛି।

ଏହାକୁ ବିଏ ୬ଷ୍ଠ ସେମିଷ୍ଟରର ମର୍ଡନ ଇଣ୍ଡିଆନ ପଲଟିକାଲ ଥଟସ୍‌ ବିଷୟବସ୍ତୁରେ ସାମିଲ କରାଯାଇଥିଲା। ମହମ୍ମଦ ଇକବାଲ ହେଉଛନ୍ତି ପାକିସ୍ତାନ ଗଠନର ଜନକ। ସେ ଜିନ୍ନାହଙ୍କୁ ମୁସଲିମ ଲିଗ୍‌ର ନେତା ଭାବେ ଅବସ୍ଥାପିତ କରିଥିଲେ। ଇକବାଲ ହେଉଛନ୍ତି ଭାରତ ବିଭାଜନର ସୂତ୍ର ଧର। ତେଣୁ ବିଶ୍ୱବିଦ୍ୟାଳୟର ଏପରି ନିଷ୍ପତ୍ତିକୁ ଏହି ଛାତ୍ର ସଂଗଠନ ସ୍ୱାଗତ କରିଛି।

Delhi ABVP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe