Advertisment

କବିତା ପାଠୋତ୍ସବରେ କବିତା ପାଠ କରୁଥିଲେ କବି, ହଠାତ୍‌ ଟଳି ପଡ଼ିଲେ

କବିତା ପାଠୋତ୍ସବରେ କବିତା ଆବୃତ୍ତି କରୁଥିଲେ କବି। ଏହା ଶୁଣି ଶ୍ରୋତାମାନେ ମଧ୍ୟ ଖୁବ୍‌ ଜୋରରେ କରତାଳି ମାରୁଥିଲେ। ମାତ୍ର ହଠାତ୍‌ ଘଟିଗଲା ଅଘଟଣ।

author-image
Niharika Rout
Heart Attack On Stage

Heart Attack On Stage

କବିତା ପାଠୋତ୍ସବରେ କବିତା ଆବୃତ୍ତି କରୁଥିଲେ କବି। ଏହା ଶୁଣି ଶ୍ରୋତାମାନେ ମଧ୍ୟ ଖୁବ୍‌ ଜୋରରେ କରତାଳି ମାରୁଥିଲେ। ମାତ୍ର ହଠାତ୍‌ ଘଟିଗଲା ଅଘଟଣ। କେହି କିଛି ବୁଝିବା ଆଗରୁ ହଠାତ୍‌ ଷ୍ଟେଜରେ ଟଳି ପଡ଼ିଲେ କବିଜଣକ । ଆଉ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରାଖଣ୍ଡର ପନ୍ଥନଗରରେ ଘଟିଛି।

Advertisment

ମୃତ କବିଜଣକ ସୁବାସ ଚର୍ତୁବେଦୀ ବୋଲି ଚିହ୍ନଟ ହୋଇଛନ୍ତି। ସେ ପନ୍ଥନଗର ୟୁନିଭରସିଟିରେ ଆସିଷ୍ଟାଣ୍ଟ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିବା ବେଳେ ୨୦୧୪ ମସିହାରେ ଅବସର ଗ୍ରହଣ କରିଥିଲେ। ଜଣେ କବି ହିସାବରେ ତାଙ୍କର ବେଶ୍‌ ସୁନାମ ଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ସେ କବିତା ପାଠ କରୁଥିଲେ।

ପନ୍ଥନଗର ୟୁନିଭରସିଟି ତରଫରୁ ଆୟୋଜିତ କାବ୍ୟ ମହୋତ୍ସବରେ ଯୋଗ ଦେଇ ସେ କବିତା ପାଠ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। କବିତା ପାଠ କରୁ କରୁ ସୁବାସ ଚର୍ତୁବେଦୀ ଷ୍ଟେଜରେ ପଡ଼ି ଯାଇଥିଲେ।

Advertisment

ଆୟୋଜକମାନେ ତୁରନ୍ତ ତାଙ୍କୁ ଅଚେତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚ ମୃତଦେହକୁ ନେଇ ଯାଇଥିବା ଜଣାଯାଇଛି।

ହୃଦଘାତଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଏହା ଖୁବ୍‌ ଉଦବେଗର କାରଣ ପାଲଟିଛି।

Uttarakhand Heart Attack On Stage