Advertisment

ରାଜନାଥଙ୍କ ବଡ଼ ବୟାନ: ପିଓକେ ଲୋକ ଆମ ନିଜର, ଆମ ପରିବାରର ଅଂଶ ବିଶେଷ

ରାଜନାଥ ସିଂହ ସୀମା ପାର ଆତଙ୍କବାଦ ପ୍ରସଙ୍ଗରେ ଭାରତର ସିଦ୍ଧାନ୍ତକୁ ଏହି ମଞ୍ଚ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି।

author-image
Hemant Lenka
Rajnath Singh

Rajnath Singh

ସିଆଇଆଇ ବାର୍ଷିକ ବିଜନେସ ସମ୍ମିଳନୀ ୨୦୨୫ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନ ପ୍ରତି ଭାରତର କଡ଼ା ଆଭିମୁଖ୍ୟକୁ ଦୋହରାଇଛନ୍ତି। ଏଥିସହ ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେରେ ଥିବା ଲୋକଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିଛନ୍ତି। ପିଓକେକୁ ସେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମଧ୍ୟ କହିଛନ୍ତି।

Advertisment

ରାଜନାଥ ସିଂହ କହିଛନ୍ତି, “ଆମେ ପାକିସ୍ତାନ ସହ ଆମର କଥାବାର୍ତ୍ତା ଓ ସମ୍ପର୍କ ସମ୍ପର୍କରେ ସ୍ପଷ୍ଟ କରି ସାରିଛୁ। ଏବେ ଯେତେବେଳେ ବି କଥାବାର୍ତ୍ତା ହେବ ତା’ହା କେବଳ ଆତଙ୍କବାଦ ଓ ପିଓକେ ଉପରେ। ଏହା ଛଡ଼ା ଆଉ କୌଣସି ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ।”

ଅଖଣ୍ଡ ଭାରତ ପ୍ରତି ଦେଶର ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ସିଂହ କହିଛନ୍ତି, “ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେର ଲୋକ ଆମ ନିଜର। ସେମାନେ ଆମ ପରିବାରର ଅଂଶବିଶେଷ। ଗୋଟିଏ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆମର ପୂରା ବିଶ୍ୱାସ ଅଛି ଯେ ଆମର ଯେଉଁ ଭାଇମାନେ ଭୌଗଳିକ ଓ ରାଜନୀତିକ କାରଣରୁ ଆମଠାରୁ ଆଜି ଅଲଗା ହୋଇଯାଇଛନ୍ତି, ସେମାନେ ନିଶ୍ଚିତ ଭାବେ ଗୋଟିଏ ଦିନ ଭାରତର ମୁଖ୍ୟସ୍ରୋତରେ ସାମିଲ ହେବେ।”

Advertisment

ରାଜନାଥ ସିଂହ ସୀମା ପାର ଆତଙ୍କବାଦ ପ୍ରସଙ୍ଗରେ ଭାରତର ସିଦ୍ଧାନ୍ତକୁ ଏହି ମଞ୍ଚ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ସେ କହିଛନ୍ତି, “ଆତଙ୍କବାଦର ପ୍ରାୟୋଜକ ସାଜିଥିବା ପାକିସ୍ତାନ ଏବେ ଏହାର ବହୁମୂଲ୍ୟ ଦେବାକୁ ପଡ଼ିଛି। ଆତଙ୍କବାଦର ବ୍ୟବସାୟ କରିବା ଆଦୌ ଲାଭଜନକ ନୁହେଁ। ଆଜି ପାକିସ୍ତାନ ଏହାକୁ ବୁଝୁଛି ଓ ଏଥିପାଇଁ ବହୁମୂଲ୍ୟ ଦେଉଛି। ଭାରତର ରଣନୀତି ଓ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ପୁନଃନିର୍ଦ୍ଧାରଣ କରାଯାଇଛି।”

ଆତଙ୍କବାଦ ବିରୋଧରେ ଭାରତୀୟ ସେନା ଆରମ୍ଭ କରିଥିବା ଅପରେସନ ସିନ୍ଦୂରକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ଅପରେସନ ସିନ୍ଦୂରରେ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ଅସ୍ତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ରାଜନାଥ କହିଛନ୍ତି।

Pakistan Rajnath Singh Defence Minister POK