Advertisment

ପ୍ରେମିକା ସହ ମିଶି ପତ୍ନୀ ତଣ୍ଟି ଚିପିଥିଲେ, ବର୍ଷେ ପରେ ବନ୍ଧା ହେଲେ

ଭଲ ପାଇବା ରାସ୍ତାରେ ପତ୍ନୀ କଣ୍ଟା ହେବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କଲେ। ପ୍ରେମିକା ସହ ମିଶି ପତ୍ନୀଙ୍କ ତଣ୍ଟି ଚିପି ଦେଲେ।

Arrest

Arrest

Advertisment

ବିବାହ ପରେ ପତ୍ନୀଙ୍କୁ ଧୋକା ଦେଇ ମାତିଥିଲେ ପ୍ରେମରେ । ଭଲ ପାଇବା ରାସ୍ତାରେ ପତ୍ନୀ କଣ୍ଟା ହେବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କଲେ। ପ୍ରେମିକା ସହ ମିଶି ପତ୍ନୀଙ୍କ ତଣ୍ଟି ଚିପି ଦେଲେ।

Advertisment

ଘଟଣା ପରେ ପରେ ପୁଲିସ୍‌ ପ୍ରେମିକାଙ୍କୁ ଗିରଫ କରିଥିବା ବେଳେ ଅଭିଯୁକ୍ତଜଣକ କିନ୍ତୁ ଖସି ଯାଇଥିଲେ। ମାତ୍ର ବର୍ଷେ ପରେ ଅଭିଯୁକ୍ତଜଣକ ପୁଲିସ୍‌ ହାବୁଡ଼ରେ ପଡ଼ିଥିବା ବେଳେ ପୁଲିସ୍‌ ତାଙ୍କୁ ବାନ୍ଧି ଜେଲ୍‌ ହାଜତକୁ ପଠାଇଛି। ଏପରି ଏକ ଘଟଣା ଝାଡ଼ଖଣ୍ଡର ରାମଗଡ଼ ଅଞ୍ଚଳରେ  ବର୍ଷେ ତଳେ ଘଟିଥିବା ବେଳେ ପୁଲିସ୍‌ ଅଭିଯୁକ୍ତଙ୍କୁ କୋଲକତାରୁ ବାନ୍ଧିଛି। 

ରାମଗଡ଼ର କୁଜ୍ଜୁ ଓପି ଅଞ୍ଚଳର ସୁନୀଲ ସିଂହଙ୍କ ବିବାହ କିଛି ବର୍ଷ ପୂର୍ବେ ହୋଇଥିଲା। ମାତ୍ର ବିବାହ ପରେ ପରେ ତାଙ୍କର ଶ୍ୱଶୁର ଘର ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ସୁନୀଲଙ୍କ ପତ୍ନୀ ଏହା ଜାଣିପାରି ପ୍ରବଳ ବିରୋଧ କରିଥିଲେ। ଫଳରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା।

Advertisment

ପତ୍ନୀଙ୍କୁ ନିଜ ଭଲ ପାଇବା ରାସ୍ତାରେ କଣ୍ଟା ଭାବି ତାଙ୍କୁ ସଫା କରିବାକୁ ଯୋଜନା କଲେ ସୁନୀଲ। ଏଥିନିମନ୍ତେ ସେ ନିଜ ପ୍ରେମିକାଙ୍କ ସହ ମିଶି ଯୋଜନା ପ୍ରସ୍ତତ କଲେ। ଏହାପରେ ଶାଢିରେ ତଣ୍ଟି ଚିପି ଉଭୟ ଉକ୍ତ ମହିଳାଙ୍କ ଜୀବନ ନେଲେ।

ଏହି ଘଟଣା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ମହିଳାଙ୍କ ପରିବାର ଲୋକେ ସବୁ କଥା କହିଥିଲେ। ପୁଲିସ୍‌ ତତ୍‌କ୍ଷଣାତ ସମ୍ପୃକ୍ତ ପ୍ରେମିକାଙ୍କୁ ଗିରଫ କରିଥିବା ବେଳେ ସୁନୀଲ ସେବେଠୁ ଫେରାର ଥିଲେ। ପ୍ରାୟ ବର୍ଷ ହେବ ସେ ପୁଲିସ୍‌ ସହ ଲୁଚକାଳି ଖେଳ ଖେଳୁଥିଲେ। ମାତ୍ର ଶେଷରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍‌ ତାଙ୍କୁ କୋଲକତାରୁ ମାଡ଼ି ବସି ଗିରଫ କରିଛି। ଏହାପରେ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି। 

Kolkata Arrest Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe