Advertisment

ସନ୍ଦେଶଖାଲିରେ ସୀମା ଡେଇଁଲା ପୁଲିସ୍‌; ଲାଇଭ୍ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ଉଠାଇ ନେଲା

ରିପବ୍ଲିକ ବାଙ୍ଗଲା ଟିଭି ସାମ୍ବାଦିକ ସନ୍ତୁ ପନ ରିପୋର୍ଟିଂ କରୁଥିବା ବେଳେ ତାଙ୍କୁ ଗିରଫ କରିଛି ପୁଲିସ୍‌।

ଅଦ୍ୟତନ ହୋଇଛି
Journalist Arrest

Journalist Arrest

Advertisment

ସନ୍ଦେଶଖାଲିରେ ସବୁ ସୀମା ଡେଇଁଲା ପୋଲିସ୍। ଲାଇଭ୍ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ଉଠାଇ ନେଲା ପଶ୍ଚିମବଙ୍ଗ ପୁଲିସ୍ । ରିପବ୍ଲିକ ବାଙ୍ଗଲା ଟିଭି ସାମ୍ବାଦିକ ସନ୍ତୁ ପନ ରିପୋର୍ଟିଂ କରୁଥିବା ବେଳେ ତାଙ୍କୁ ଗିରଫ କରିଛି ପୁଲିସ୍‌।

Advertisment

ଗତ ସନ୍ଧ୍ୟାରେ ସନ୍ଦେଶଖାଲି ରେ ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ କରିଥିଲେ ସନ୍ତୁ ପନ୍। ସନ୍ଦେଶଖାଲିର ସ୍ଥିତି ସମ୍ପର୍କରେ ଦର୍ଶକଙ୍କୁ ଅବଗତ କରାଉଥିଲେ। ହେଲେ ଏହି ସମୟରେ ପୁଲିସ୍ ଓ ଅନ୍ୟ ଫୋର୍ସ ତାଙ୍କୁ ସେଠାରୁ ଟେକି ନେବା ସହ ତୁରନ୍ତ ଗିରଫ କରିଛନ୍ତି।

ସାମ୍ବାଦିକଙ୍କ ଉପରେ ଏପରି ବ୍ୟବହାରକୁ ନେଇ ବିଭିନ୍ନ ମହଳରୁ ନିନ୍ଦା କରାଯାଇଛି। ସେପଟେ ସନ୍ତୁ ପନଙ୍କ ନାଁରେ କିଛି ଅଭିଯୋଗ ରହିଛି ଯାହାକୁ ଆଧାର କରି ତାଙ୍କୁ ଗିରଫ କରାଯାଇଥିବା ପଶ୍ଚିମବଙ୍ଗ ପୁଲିସ୍ କହିଛି।

Advertisment

ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରୟା ପ୍ରକାଶ କରି ରିପବ୍ଲିକ ବଙ୍ଗଳା ଟିଭିର ସିନିୟର ଏଡିଟର ସରନେଲ ସରକାର କହିଛନ୍ତି, ପୁଲିସ୍‌ ଏପରି ପଦକ୍ଷେପ କିପରି ଉଠାଇ ପାରୁଛି ତାହା ବୁଝାପଡ଼ୁନି। ଟିଏମସି ନେତା ଶାଜାହାନ ଶେଖଙ୍କୁ ଏଯାଏ ପୁଲିସ୍‌ ଗିରଫ କରି ପାରୁନି। ଶାଜାହାନ ଶେଖ ଏବେବି ସେଠାରେ ଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ପୁଲିସ୍‌ କିନ୍ତୁ ତାଙ୍କୁ କିପରି ଖୋଜି ପାରୁନି ତାହା ସନ୍ଦେହ ସୃଷ୍ଟି କରୁଛି। ସନ୍ତୁ ପନଙ୍କ ଉପରେ ଲାଗିଥିବା ସମସ୍ତ ଆରୋପ ମିଥ୍ୟା। କେବଳ ତାଙ୍କୁ ଗିରଫ କରିବା ନିମନ୍ତେ ଏପରି ମିଥ୍ୟା ଷଡଯନ୍ତ୍ର ରଚା ଯାଇଛି ବୋଲି କହିଛନ୍ତି ସରନେଲ ସରକାର ।

ରିପବ୍ଲିକ ବଙ୍ଗଳା ଟିଭିର ସିନିୟର ଏଡିଟର ଶୁଭାଂଶୁ ଚାଟାର୍ଜୀ କହିଛନ୍ତି, ସନ୍ତୁ ପନଙ୍କ ଉପରେ ଲାଗିଥିବା ପଶ୍ଚିମବଙ୍ଗ ସରକାର ଲଗାଇଥିବା ଆରୋପ ଅନ୍ୟ କୌଣସି ରାଜ୍ୟରେ କୌଣସି ସାମ୍ବାଦିକଙ୍କ ଉପରେ ଲଗା ଯାଇ ନ ଥାଏ । ଏଠାକାର ସରକାର ମା’, ମାଟି, ମାନୁଷ ବୋଲି କହିଥାଏ। କିନ୍ତୁ ଟିଏମସି ସରକାର ମାନୁଷର କଥା ଶୁଣିବାକୁ ରାଜି ନୁହଁ। ସରକାର ସାଧାରଣ ଲୋକଙ୍କୁ, ସାମ୍ବାଦିକଙ୍କୁ ଡରାଇବାକୁ ଚାହୁଁଛି। ସରକାର ଇଙ୍ଗିତରେ ନ ଚାଲିଲେ ମିଛ କେସ୍‌ରେ ଜେଲ୍‌ରେ ଫିଙ୍ଗି ଦେବାର ଧମକ ଦିଆଯାଉଛି।

ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ହୋଇଥିବା ହିଂସାକୁ ଇତି ମଧ୍ୟରେ ୪୬ ଦିନ ବିତି ଯାଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଥିବା ହଙ୍ଗାମା କିନ୍ତୁ ଥମୁନି। ଟିଏମ୍‌ସି ନେତା ଶାଜାହାନ ଶେଖ ଓ ତାଙ୍କ ସହଯୋଗୀମାନେ ମହିଳାଙ୍କ ଉପରେ କରିଥିବା ଯୌନ ନିର୍ଯାତନା ବିରୋଧରେ ସନ୍ଦେଶଖାଲିରେ ଆରମ୍ଭ ହୋଇଥିବା ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି।

West Bengal Journalist Arrested Sandeshkhali Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe