Advertisment

ମା’ ଝିଅଙ୍କ ତଣ୍ଟି କାଟି ୫୦ ଲକ୍ଷ ହାତେଇବାକୁ କଲେ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌, କିନ୍ତୁ ଶେଷରେ....

। ମା’ ଝିଅଙ୍କ ଜୀବନ ତ ନେଲେ ଅଭିଯୁକ୍ତ ହେଲେ ଟଙ୍କାର ଗନ୍ଧ ପାଇପାରିଲେନି। ଶେଷରେ ଏପରି ଷଡଯନ୍ତ୍ର ରଚିଥିବା ୨ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ସାଂଘାତିକ ହତ୍ୟାକାଣ୍ଡ ରାଜଧାନୀ ଦିଲ୍ଲୀରେ ଘଟିଛି।

Mother & Daughter

Mother & Daughter

Advertisment

୫୦ ଲକ୍ଷ ଟଙ୍କା ଆଶାରେ ମା’ ଝିଅଙ୍କ ତଣ୍ଟି କାଟିଦେଲେ। ଏଥିପାଇଁ ଆଗୁଆ କରିଥିଲେ ଯୋଜନା । ହ୍ୱାଟସ୍‌ ଆପ୍‌ରେ ‘ମାଲାମାଲ ମିଶନ’ ନାମକ ଗ୍ରୁପ୍‌ ବି କରିଥିଲେ। ମା’ ଝିଅଙ୍କ ଜୀବନ ତ ନେଲେ ଅଭିଯୁକ୍ତ ହେଲେ ଟଙ୍କାର ଗନ୍ଧ ପାଇପାରିଲେନି। ଶେଷରେ ଏପରି ଷଡଯନ୍ତ୍ର ରଚିଥିବା ୨ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ସାଂଘାତିକ ହତ୍ୟାକାଣ୍ଡ ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

ଦିଲ୍ଲୀର କୃଷ୍ଣାନଗର ଅଞ୍ଚଳରେ ୭୬ ବର୍ଷୀୟା ରାଜରାନୀ ଓ ତାଙ୍କ ୩୯ ବର୍ଷୀୟା ଗିନ୍ନି ହତ୍ୟା ମାମଲାରେ ପୁଲିସ୍‌ ୨ ଅଭିଯୁକ୍ତ ଅଙ୍କିତ ସିଂ ଓ କିଶନ ସିଂଙ୍କୁ ବାନ୍ଧିଛି । ଅଙ୍କିତ ସିଂ ଜଣେ ସିଙ୍ଗର ହୋଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ କିଶନ ସିଂ ନୋଏଡାର ଏକ ଫାର୍ମା କମ୍ପାନୀ ମ୍ୟାନେଜର ଭାବେ କାମ କରୁଥିଲେ।

ପୁଲିସ୍‌ ସୂଚନା ଅନୁଯାୟୀ, ରାଜରାନୀ ଆକାଶବାଣୀରେ ତବଲା ବାଦକ ଥିଲେ । ସେ ନିଜ ଝିଅ ପାଇଁ ଟ୍ୟୁସନ ମାଷ୍ଟର ଖୋଜୁଥିଲେ। ପ୍ରଥମେ କିଶନ ସିଂ  ଗିନ୍ନିଙ୍କୁ କମ୍ପ୍ୟୁଟର ଶିଖାଥିବା ବେଳେ ତାଙ୍କ ପରିବାର ସହ ସମ୍ପର୍କ ବଢ଼ାଇଥିଲେ। ଇତିମଧ୍ୟରେ ରାଜରାନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫୦ ଲକ୍ଷରୁ ଅଧିକ ଟଙ୍କା ଓ ଘରେ ଲକ୍ଷାଧୀକ ଟଙ୍କାର ସୁନାଗହଣା ଥିବା ସେ ଜାଣି ପାରିଲେ। ଏହାକୁ ହାତେଇବା ନିମନ୍ତେ ସେ ନିଜ ସାଙ୍ଗ ଅକିତଙ୍କ ସହ ଯୋଗାଯୋଗ କଲେ। ଅଙ୍କିତ ଗିନ୍ନିଙ୍କୁ ଭଲ ଇଂଲିଶ ପଢ଼ାଇ ପାରିବ କହି ସେ ତାଙ୍କୁ ଆସାମରୁ ଦିଲ୍ଲୀ ଡାକିଦେଲେ। ।

Advertisment

ଅଙ୍କିତ ଓ କିଶନ ଉଭୟ ମା’ ଝିଅଙ୍କୁ ହତ୍ୟା ନିମନ୍ତେ ଷଡଯନ୍ତ୍ର ରଚିଲେ। ଏଥିନିମନ୍ତେ ହ୍ୱାଟସ୍‌ ଆପ୍‌ରେ ‘ମିଶନ ମାଲାମାଲ’ ନାମକ ଗ୍ରୁପ କଲେ। ହତ୍ୟାର ସମସ୍ତ ଷଡଯନ୍ତ୍ର ସମ୍ପର୍କରେ ସେମାନେ ଉକ୍ତ ଗ୍ରୁପରେ ଆଲୋଚନା କଲେ। ୨୫ ମେ’ ରେ ଉଭୟ ରାଜରାନୀଙ୍କ ଘରେ ପଶି ଛୁରିରେ ଉଭୟ ମା’ ଝିଅଙ୍କ ଗଳା କାଟି ଦେଲେ।

ଏହାପରେ ଘରେ ଥିବା ଗହଣା, କ୍ୟାଶ୍‌ ଓ ଲାପଟପ୍‌ ନେଇ ପଳାଇଲେ। ରାଜରାନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ ଲକ୍ଷ ଟଙ୍କା ଉଠାଇବା ପାଇଁ ଦୁଇ ଅଭିଯୁକ୍ତ ବହୁ ପ୍ରୟାସ କରିଥିବା ବେଳେ ଓକିଲଙ୍କ ସହ ବି ଯୋଗାଯୋଗ କରିଥିଲେ। ମାତ୍ର ଏଥିରେ ସଫଳ ହୋଇ ପାରି ନ ଥିଲେ।

ତେଣୁ ହତ୍ୟାକାଣ୍ଡ ଘଟାଇ ସେମାନେ ନିଜ ମୋବାଇଲ ସୁଇଚ ଅପ୍‌ କରି ଭିନ୍ନ ଭିନ୍ନ ଆଡ଼େ ପଳାଇଥିଲେ। ପରସ୍ପର ସହ କୌଣସି ଯୋଗାଯୋଗ ରଖି ନ ଥିଲେ।

ରାଜରାନୀଙ୍କ ଘରୁ ଦୁର୍ଗନ୍ଧ ବାହାରିବାରୁ ତାଙ୍କ ପଡ଼ୋଶୀ ପୁଲିସ୍‌କୁ ଗତ ୩୧ ତାରିଖରେ ସୂଚନା ଦେଲେ। ପୁଲିସ୍‌ ପ୍ରାୟ ୨ଶହ ସିସିଟିଭି ଯାଞ୍ଚ ସହ ୫ଟି ସହରକୁ ଯାଇ ୨ଶହ ଲୋକଙ୍କୁ ପଚରାଉଚରା କଲା। ଏଥିସହ ୨ ହଜାର କିମି ଯାତ୍ରା କରି ୨ ଅଭିଯୁକ୍ତଙ୍କୁ ମାଡ଼ି ବସିଲା।

Murder Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe