/odisha-reporter/media/post_attachments/uploadimage/library/16_9/16_9_0/PCR_1758183155.jpg)
PCR
ହତ୍ୟାକାରୀ ସାଜିଲା ପୁଲିସ କଣ୍ଟ୍ରୋଲ ରୁମ ବା ପିସିଆର ଭ୍ୟାନ। ଦେଶର ରାଜଧାନୀ ଦିଲ୍ଲୀରେ ପୁଲିସ୍ର ଗୋଟିଏ ପିସିଆର ଭ୍ୟାନ ଜଣେ ଚା’ ଦୋକାନୀଙ୍କ ଜୀବନ ନେଇଛି। ଗୋଲେ ମାର୍କେଟ ଅଞ୍ଚଳରେ ଥିବା ରାସ୍ତା କଡ଼ ଚା’ ଦୋକାନ ଉପରେ ପିସିଆର ଭ୍ୟାନ ମାଡ଼ି ଯିବାରୁ ୫୦ ବର୍ଷୀୟ ଦୋକାନୀଙ୍କ ମୃତ୍ୟୁ ହୋଇଛି। ଗୁରୁବାର ସକାଳୁ ସକାଳୁ ଏପରି ଘଟଣା ଘଟିଥିବା ବେଳେ ପିସିଆର ଭ୍ୟାନରେ ଥିବା ପୁଲିସ୍ କର୍ମଚାରୀମାନେ ମଦ ପିଇଥିଲେ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ପିସିଆର ଭ୍ୟାନଟି ଚା’ ଦୋକାନ ଓ ଦୋକାନୀଙ୍କୁ ଦଳି ଦେଇଛି। ପିସିଆର ଭ୍ୟାନ ଧକ୍କାରେ ପ୍ରାଣ ହରାଇଥିବା ଚା’ ଦୋକାନୀ ଜଣଙ୍କ ହେଲେ ୫୦ ବର୍ଷୀୟ ଗଙ୍ଗା ରାମ ତିୱାରୀ। ସେ ଜଣେ ଦିବ୍ୟାଙ୍ଗ। ସେ ପ୍ରାୟ ୧୦ ବର୍ଷ ହେବ ରାମ କୃଷ୍ଣ ଆଶ୍ରମ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଗୋଟିଲ ଗଛ ନିକଟରେ ଚା’ ବିକ୍ରି କରୁଥିଲେ।
ଗୁରୁବାର ସକାଳୁ ଗଙ୍ଗା ରାମ ନିଜର ଝୁମ୍ପୁଡି ଦୋକାନରେ ଶୋଇଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଗୋଟିଏ ପିସିଆର ଭ୍ୟାନ ପ୍ରଥମେ ରାସ୍ତା କଡ଼ ଡିଭାଇଡରରେ ପିଟି ହେବା ପରେ ସିଧା ଦୋକାନ ଉପରେ ମାଡ଼ି ଯାଇଥିଲା।
ସ୍ଥାନୀୟ ଲୋକ ପୁଲିସ୍ କର୍ମଚାରୀମାନେ ମଦ ପିଇଥିଲେ ବୋଲି ଅଭିଯୋଗ ହୋଇଥିଲେ ହେଁ ଏହାକୁ ଅଧିକାରୀମାନେ ଖଣ୍ଡନ କରିଛନ୍ତି। ପୁଲିସ୍ର କହିବା କଥା ଯେ ପିସିଆର ଭ୍ୟାନ ଡ୍ରାଇଭର ଭୁଲବଶତଃ ଆକ୍ସେଲେରଟର ଉପରେ ଗୋଡ଼ ପକାଇ ଦେବାରୁ ଏହା ରୋଡସାଇଡ ରାମ୍ପକୁ ଧକ୍କା ଦେଇ ଦୋକାନ ଉପରେ ମାଡ଼ି ଯାଇଥିଲା। ଏଥିଯୋଗୁ ଦୋକାନ ଭିତରେ ଶୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ କହିଛି।
ପ୍ରତ୍ୟେକ୍ଷଦର୍ଶୀ ପଣ୍ଡିତ ବାବୁ ତିୱାରୀ ଅଭିଯୋଗ କରିଛନ୍ତି ଯେ ପୁଲିସ୍ କର୍ମଚାରୀମାନେ ଦୁର୍ଘଟଣା ବେଳେ ନିଶାସକ୍ତ ଅବସ୍ଥାରେ ରହିଥିଲେ। ପିସିଆର ଭ୍ୟାନ ଓ ସ୍ଥାନୀୟ ପୁଲିସ ରୁମରୁ ମଦ ବୋତଲ ମିଳିଛି। ଦୁର୍ଘଟଣା ବେଳେ ଗାଡ଼ିରେ ଥିବା ଜଣେ ଏସଆଇ ଓ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କର ମେଡିକାଲ ଟେଷ୍ଟ କରାଯିବ ବୋଲି ମଧ୍ୟ ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
