Advertisment

ଗଞ୍ଜେଇ, ପ୍ରସାଦ ଓ IIT ବାବା: କ’ଣ ପାଇଁ ମାମଲା ରୁଜୁ କଲା ପୁଲିସ୍‌?

ଆଇଆଇଟି ବାବାଙ୍କ ନାଁରେ କ’ଣ ପାଇଁ ପୁଲିସ୍‌ ମାମଲା ରୁଜୁ କରିଛି?

IIT Baba

IIT Baba

Advertisment

ନିକଟରେ ଶେଷ ହୋଇଥିବା ମହା କୁମ୍ଭ ମେଳା ବେଳେ ଚର୍ଚ୍ଚାକୁ ଆସିଥିବା ଅଭୟ ସିଂହ ଓରଫ ଆଇଆଇଟି ବାବାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କ ନାଁରେ ରାଜସ୍ଥାନ ପୁଲିସ୍‌ ରୁଜୁ କରିଛି ମାମଲା। ତାଙ୍କୁ ପୁଲିସ୍‌ ଆଜି କିଛି ସମୟ ଅଟକ ମଧ୍ୟ ରଖିଥିଲା। ମାମଲା ରୁଜୁ ହୋଇଥିଲେ ହେଁ ସେ ଗିରଫଦାରୀରୁ ବର୍ତ୍ତି ଯାଇଛନ୍ତି।

Advertisment

କିନ୍ତୁ ଆଇଆଇଟି ବାବାଙ୍କ ନାଁରେ କ’ଣ ପାଇଁ ପୁଲିସ୍‌ ମାମଲା ରୁଜୁ କରିଛି? ଏହାର କାରଣ ହେଲା ବାବାଙ୍କ ପାଖରୁ ମିଳିଛି ଗଞ୍ଜେଇ ପ୍ୟାକେଟ। ପୁଲିସ୍‌ ତାଙ୍କ ପାଖରୁ ଗଞ୍ଜେଇ ଜବତ କରି ମାମଲା ରୁଜୁ କରିଥିଲେ ହେଁ ଆଇଆଇଟି ବାବା ଏହାକୁ ବେଶ ହାଲୁକା ଭାବେ ନେଇଛନ୍ତି। ଗଞ୍ଜେଇ ଗୋଟିଏ ନିଶାଦ୍ରବ୍ୟ ହୋଇଥିଲେ ହେଁ ଏହାକୁ ସେ ପ୍ରସାଦ ବା ଭୋଗ ବୋଲି ସେ କହିବା ଚର୍ଚ୍ଚା ସୃଷ୍ଟି କରିଛି। 

ଗଞ୍ଜେଇ ଗୋଟିଏ ନିଶାଦ୍ରବ୍ୟ ହୋଇଥିବା ବେଳେ ଏହାର ଚାଲାଣ, ସେବନ ଓ ବ୍ୟବହାର ଆଇନତଃ ଦଣ୍ଡନୀୟ ଅପରାଧ। ଆଇଆଇଟି ବାବାଙ୍କ ପାଖରୁ ଗଞ୍ଜେଇ ମିଳିଥିଲେ ହେଁ ଏହାର ମାତ୍ରା ବହୁତ କମ ଥିଲା। ତେଣୁ ପୁଲିସ ତାଙ୍କୁ ଗିରଫ ନ କରି ଛାଡ଼ି ଦେଇଛି।

Advertisment

ଥାନାରୁ ବାହାରିବା ପରେ ଆଇଆଇଟି ବାବା ହସିହସି କହିଛନ୍ତି, “ସେମାନେ ମୋ ପାଖରୁ ପ୍ରସାସ(ଗଞ୍ଜେଇ) ପାଇଥିଲେ। ପ୍ରତିଟି ସାଧୁଙ୍କ ପାଖରେ ଏ ପ୍ରସାଦ ରହିଛି। ଯଦି ଏହା ବେଆଇନ, ତା’ହେଲେ ମହା କୁମ୍ଭରେ ସାମିଲ ହୋଇଥିବା ସମସ୍ତ ସାଧୁ-ସନ୍ଥଙ୍କୁ ଗିରଫ କରାଯାଉ। କାରଣ ସେମାନେ ସମସ୍ତେ ଏହାକୁ ନିଜ ପାଖରେ ଖୋଲାଖୋଲି ରଖି ବ୍ୟବହାର କରୁଥିଲେ।”

କିନ୍ତୁ ପୁଲିସ୍‌ ଦେଇଥିବା ବୟାନ କାହାଣୀରେ ନୂଆ ଟ୍ୱିଷ୍ଟ ଆଣିଛି। ପୁଲିସ୍‌ର କହିବା କଥା ଯେ ଆତ୍ମଘୋଷିତ ଆଇଆଇଟି ବାବା ଆତ୍ମହତ୍ୟା କରିବେ ବୋଲି ସୋଶାଲ ମିଡିଆରେ ଧମକ ଦେଇଥିବା ସୂଚନା ମିଳିଥିଲା। ଏହାପରେ ପୁଲିସ୍‌ ତୁରନ୍ତ ସେ ରହୁଥିବା ରିଧି ସିଧି ପାର୍କ କ୍ଲାସିକ ହୋଟେଲରେ ପହଞ୍ଚଥିଲା। ପୁଲିସ୍‌ ହୋଟେଲ ରୁମରେ ପହଞ୍ଚିବା ସହ ୩୫ ବର୍ଷୀୟ ଆଇଆଇଟି ବାବାଙ୍କ ବୟାନ ରେକର୍ଡ କରିବାକୁ ଚାହିଁଥିଲା। ଏହି ସମୟରେ ସେ ନଜ ପକେଟରେ ରଖିଥିବା ଗୋଟିଏ ଗଞ୍ଜେଇ ପ୍ୟାକେଟ କାଢ଼ିଥିଲେ।

ସେ କହିଥିଲେ, “ମୁଁ ଗଞ୍ଜେଇ ସେବନ କରିଛି। ଯଦି ମୁଁ ଏପରି ସ୍ଥିତିରେ କୌଣସି ବୟାନ ଦେବି, ତା’ହେଲେ ପରବର୍ତ୍ତୀ ଅବସ୍ଥାରେ ମୁଁ ଏଥିପାଇଁ ଦାୟୀ ରହିବି ନାହିଁ।” ପୁଲିସ୍‌ ଏକଥା ଶୁଣି ପୂରା ସ୍ତବ୍ଧ ହୋଯାଇଥିଲା। ତେବେ ୧.୫୦ ଗ୍ରାମ ଓଜନର ଗଞ୍ଜେଇ ପ୍ୟାକେଟକୁ ଜବତ କରିଥିଲା। ଏହାପରେ ଏନଡିପିଏସ ଆକ୍ଟ ବଳରେ ଆଇଆଇଟି ବାବାଙ୍କୁ ଥାନାକୁ ଆଣିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ କେବଳ ମାମଲା ରୁଜୁ କରି ଆଇଆଇଟି ବାବାଙ୍କୁ ଛାଡ଼ି ଦେଇଛି। ହେଲେ ସେ ଥାନାରୁ ବାହାରି ଗଞ୍ଜେଇକୁ ପ୍ରସାଦ କହିବା ସମସ୍ତଙ୍କୁ ଚକିତ କରିଛି।

ଆଇଆଇଟି ବମ୍ବେରୁ ଏରୋସ୍ପେଶ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଅଭୟ ସିଂହ ମହା କୁମ୍ଭ ବେଳେ ଗଣମାଧ୍ୟମକୁ ଆସିଥିଲେ। ସେ ଆଇଆଇଟି ଭଳି ଅନୁଷ୍ଠାନରୁ ଡିଗ୍ରୀ ହାସଲ କରିଥିଲେ ହେଁ ସାଧୁ ହୋଇ ମହାକୁମ୍ଭରେ ବୁଲିଥିଲେ। ସେବେଠାରୁ ସେ ଆଇଆଇଟି ବାବା ଭାବେ ପରିଚିତ। ପୁଲିସ୍‌ ଦାବି କରିଥିବା ଆତ୍ମହତ୍ୟା ସମ୍ପର୍କିତ ଖବରକୁ ଆଇଆଇଟି ବାବା ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, “ସେମାନେ ଅତ୍ୟନ୍ତ ଚକିତ କରିବା ଭଳି ମାମଲା ନେଇ ହୋଟେଲ ରୁମକୁ ଆସିଥିଲେ। ସେମାନଙ୍କୁ କେହି ମୁଁ ମରିବାକୁ ଯାଉଥିବା ସୂଚନା ଦେଇଥିଲା। କିନ୍ତୁ ସେମାନେ ହୋଟେଲ ରୁମକୁ ଆସିବା ସହ ଅଲଗା କିଛି କରିଥିଲେ। ସେମାନେ କେସ କରିଛନ୍ତି। ସେମାନେ କହୁଛନ୍ତି ଯେ ଗଞ୍ଜେଇ ସେବନ ଓ ରଖିବା ବେଆଇନ। କିନ୍ତୁ ଏହାର କିଛି ମୂଲ୍ୟ କିମ୍ବା ଅର୍ଥ ନାହିଁ। କାରଣ ଯଦି ଏହା ବେଆଇନ, ତା’ହେଲେ ମହା କୁମ୍ଭ ବେଳେ ସାଧୁମାନେ କେମିତି ସମସ୍ତଙ୍କ ଆଗରେ ଏହାକୁ ରଖିଥିଲେ ଓ ସେବନ କରୁଥିଲେ? ଏବେ କ’ଣ ପୁଲିସ୍ ସମସ୍ତଙ୍କୁ ଗିରଫ କରିବ? ଏହାର ଖୋଲା ପ୍ରମାଣ ରହିଛି।”

ନିକଟରେ ଆଇଆଇଟି ବାବା ଦାବି କରିଥିଲେ ଯେ ତାଙ୍କୁ ଗୋଟିଏ ଘରୋଇ ଟିଭି ଚ୍ୟାନେଲର ବିତର୍କ କାର୍ଯ୍ୟକ୍ରମରେ ମାଡ଼ ମରାଯାଇଛି। ଏହା ବିରୋଧରେ ସେ ନୋଏଡାର ସେକ୍ଟର ୧୨୬ ପୁଲିସ୍‌ ଆଉଟ ପୋଷ୍ଟ ଆଗରେ ବିକ୍ଷୋଭ କରିଥିଲେ। କିନ୍ତୁ ପୁଲିସ୍‌ର ବୁଝାସୁଝା ପରେ ସେ ବିକ୍ଷୋଭ ପ୍ରତ୍ୟାହାର କରିଥିଲେ।

IIT Bombay Maha Kumbha Mela IIT Baba
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe