Advertisment

ରୋହିତ ବେମୁଲା ଆତ୍ମହତ୍ୟା ମାମଲା: ଏକାଧିକ ବିଜେପି ନେତା ଓ ପୂର୍ବତନ ଭିସିଙ୍କୁ କ୍ଲିନଚିଟ୍‌

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଏଚଡି କରୁଥିବା ରୋହିତ ବେମୁଲା ୨୦୧୬ ମସିହା ଜାନୁଆରୀ ମାସରେ ଆତ୍ମହତ୍ୟା କରିଥିଲେ।

author-image
Hemant Lenka
Rohit

Rohit

ବହୁଚର୍ଚ୍ଚିତ ପିଏଚଡି ଛାତ୍ର ରୋହିତ ବେମୁଲା ଆତ୍ମହତ୍ୟା ଘଟଣାରେ ତେଲଙ୍ଗାନା ପୁଲିସ୍‌ ତଦନ୍ତ ଶେଷ କରି ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି। କ୍ଲୋଜର ରିପୋର୍ଟ ଦାଖଲ କରିବା ସହ ରୋହିତ ବେମୁଲା ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଏକାଧିକ ବିଜେପି ନେତା ଓ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ କ୍ଲିନଚିଟ ମଧ୍ୟ ମିଳିଛି।

Advertisment

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଏଚଡି କରୁଥିବା ରୋହିତ ବେମୁଲା ୨୦୧୬ ମସିହା ଜାନୁଆରୀ ମାସରେ ଆତ୍ମହତ୍ୟା କରିଥିଲେ। ଏହାକୁ ପୂରା ଦେଶର ତମ୍ବିତୋଫାନ ଦେଖିବାକୁ ମିଳିଥିଲା। ଜାତି ସମ୍ପର୍କରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିଯିବା ଭୟରେ ରୋହିତ ବେମୁଲା ଆତ୍ମହତ୍ୟା କରିଥିଲେ। କାରଣ ସେ ଅନୁସୂଚିତ ଜାତି ବର୍ଗର ପିଲା ନଥିଲେ। କିନ୍ତୁ ତାଙ୍କ ପାଖରେ ଏହାର ନକଲି ପ୍ରମାଣପତ୍ର ଥିଲା। ଏହାକୁ ସେ ଗୋପନ ଭାବେ ରଖିଥିଲେ ବୋଲି ପୁଲିସ୍‌ ଦାବି କରିଛି। 

ରିପୋର୍ଟରେ ହାଇଦ୍ରାବାଦର ପୂର୍ବତନ କୁଳପତି ଆପା ରାଓ, ବିଜେପି ନେତା ତଥା ତତ୍କାଳୀନ ସିକନ୍ଦରାବାଦ ସାଂସଦ ବନ୍ଦାରୁ ଦତ୍ତାତ୍ରେୟ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଏମଏଲସି ରାମଚନ୍ଦ୍ର ରାଓ ଓ ଏକାଧିକ ଏବିଭିପି ନେତାଙ୍କୁ ଦୋଷମୁକ୍ତ କରାଯାଇଛି। ରୋହିତ ବେମୁଲାଙ୍କ ଆତ୍ମହତ୍ୟା ପଛରେ ଏମାନଙ୍କ ହାତ ନଥିବା କୁହାଯାଇଛି।

Advertisment

ପୁଲିସ୍‌ କୋର୍ଟରେ ଦାଖଲ କରିଥିବା ରିପୋର୍ଟରେ କହିଛି, ରୋହିତ ବେମୁଲା ଭଲ ଭାବେ ଜାଣିଥିଲେ ଯେ ସେ ଏସ୍‌ସି ସଂପ୍ରଦାୟର ନୁହନ୍ତି। ତାଙ୍କ ମା’ ତାଙ୍କୁ ଗୋଟିଏ ଏସ୍‌ସି ପ୍ରମାଣପତ୍ର ଦେଇଥିଲେ। ସତ ସାମ୍ନାକୁ ଆସିଯିବା ଭୟ ତାଙ୍କୁ ସବୁବେଳେ ଘାରୁଥିଲା।

ଯଦି ସତ ସାମ୍ନାକୁ ଆସିଯିବ, ତା’ହେଲେ ଏତେ ବର୍ଷ ମଧ୍ୟରେ ସେ ହାସଲ କରିଥିବା ସମସ୍ତ ଶିକ୍ଷାଗତ ଡିଗ୍ରୀ ଅକାମୀ ହୋଇଯିବ। ସେହିପରି ସେ ଆଇନ ଜାଲରେ ମଧ୍ୟ ଛନ୍ଦି ହେବାର ଆଶଙ୍କା ଥିଲା। ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ପାଇଁ ବେମୁଲାଙ୍କୁ ଏକାଧିକ କାରଣ ବାଧ୍ୟ କରିଥିଲା। ହେଲେ କୌଣସି ବ୍ୟକ୍ତି ତାଙ୍କୁ ଏଥିପାଇଁ ବାଧ୍ୟ କରିବାର ପ୍ରମାଣ ମିଳିନାହିଁ।

ତେବେ ପୁଲିସ୍‌ର ତଦନ୍ତ ରିପୋର୍ଟକୁ ରୋହିତଙ୍କ ଭାଇ ରାଜା ବେମୁଲା ଗ୍ରହଣ କରି ନାହାନ୍ତି। ପୁଲିସର ଦାବି ଭୁଲ ଓ ସେମାନେ ଏନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ସହାୟତା ନେବେ ବୋଲି କହିଛନ୍ତି।

ସେ କହିଛନ୍ତି, “ଏସବୁ ସଂପୂର୍ଣ୍ଣ ଭୁଲ। ଜଣେ ବ୍ୟକ୍ତିଙ୍କ ଜାତି କେବେ ହେଲେ ଜଣେ ପୁଲିସ୍‌ ଅଫିସର ଚିହ୍ନଟ କରିପାରିବେ ନାହିଁ। ଆମେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଭେଟିବୁ। ଆମେ ଗୋଟିଏ ବିରୋଧ ପିଟିସନ ଦାଖଲ କରିବୁ। ଏଥିସହ ଅନ୍ୟ ବିକଳ୍ପର ବ୍ୟବହାର ମଧ୍ୟ କରାଯିବ।”

Bjp Hyderabad Rohit Vemula