Advertisment

ଡ୍ୟୁଟିରୁ ଫେରିଲେ ସିପାହୀ, ରୁମ୍‌ରୁ ଶୁଭିଲା ଗୁଳିର ଶବ୍ଦ

ଶିବ ରାତ୍ରୀରେ ଡ୍ୟୁଟିରେ ନିୟୋଜିତ ଥିଲେ ପୁଲିସ୍‌ କର୍ମୀ। ସେଠାରୁ ସେ ନିଜ ରୁମ୍‌କୁ ଫେରିଥିଲେ। କିଛି ସମୟରେ ରୁମ୍‌ରୁ ଶୁଭିଲା ଗୁଳିର ଶବ୍ଦ ।

police-constable

police-constable

Advertisment

ଶିବ ରାତ୍ରୀରେ ଡ୍ୟୁଟିରେ ନିୟୋଜିତ ଥିଲେ ପୁଲିସ୍‌ କର୍ମୀ। ସେଠାରୁ ସେ ନିଜ ରୁମ୍‌କୁ ଫେରିଥିଲେ। କିଛି ସମୟରେ ରୁମ୍‌ରୁ ଶୁଭିଲା ଗୁଳିର ଶବ୍ଦ । ସହକର୍ମୀମାନେ ଦୌଡ଼ି ଆସି କବାଟ ଭାଙ୍ଗି ପୁଲିସ୍‌ କର୍ମୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲେ।

Advertisment

ଏପରି ଏକ ଘଟଣା ଉତ୍ତରପ୍ରଦେଶର ବରେଲିରେ ଘଟିଛି। ମୃତକଜଣକ ଅରୁଣ ଯାଦବ ବୋଲି ଜଣାଯାଇଛି । ତାଙ୍କ ବୟସ ୨୫ ବର୍ଷ ହୋଇଥିବା ବେଳେ ସେ ଉତ୍ତରପ୍ରଦେଶ ପୁଲିସ୍‌ରେ ସିପାହୀ ଭାବେ କାମ କରୁଥିଲେ।

ଗତକାଲି ଅରୁଣଙ୍କର ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଶିବ ମନ୍ଦିରରେ ଡ୍ୟୁଟି ପଡ଼ିଥିଲା। ସେଠାରୁ କାମ ସାରି ସେ ନିଜ କ୍ୱାର୍ଟର୍ସକୁ ଫେରିଥିଲେ। ଏହାର କିଛି ସମୟ ପରେ ପାଖପଡ଼ୋଶୀଙ୍କୁ ଗୁଳି ଫୁଟିବା ଶବ୍ଦ ଶୁଭିଲା। ସେମାନେ ତୁରନ୍ତ ଅରୁଣଙ୍କ କବାଟ ଭାଙ୍ଗିଥିବା ବେଳେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିବାରିକ କାରଣ ଯୋଗୁ ଅରୁଣ ଏପରି ଚରମ ପଦକ୍ଷେପ ଉଠାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ୍ ଅଧିକାରୀ କହିଛନ୍ତି।

Uttar Pradesh Suicide Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe