Advertisment

ବାଇକରେ ଖସି ଯାଉଥିବା ଦୁଇ ଯୁବକଙ୍କ ପିଛା କରୁଥିଲେ, ଗୁଳିମାଡ଼ରେ କନଷ୍ଟେବଲ ମୃତ

ସେ ଗୋଟିଏ ଜାତୀୟ ରାଜପଥ ପୁଲିସ୍‌ ଆଉଟପୋଷ୍ଟରେ ନିଯୁକ୍ତି ପାଇଥିଲେ। ଆଜି ସେ ଆଉଟ ପୋଷ୍ଟ ଅତିକ୍ରମ କରୁଥିବା ଦୁଇ ଜଣ ଯୁବକଙ୍କ ବାଇକକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ।

Police

Police

Advertisment

ଉତ୍ତର ପ୍ରଦେଶର ଜଲାଉଁରେ ଘଟିଛି ଅଭାବନୀୟ ଘଟଣା। ବିଚ୍‌ ରାସ୍ତାରେ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ଜଣେ ୩୫ ବର୍ଷୀୟ ପୁଲିସ୍‌ କନଷ୍ଟେବଲ। ସେ ବାଇକରରେ ଖସି ଯାଉଥିବା ଦୁଇ ଜଣ ଯୁବକଙ୍କୁ ପିଛା କରୁଥିବା ବେଳେ ଏପରି ଘଟଣା ଘଟିଛି।

Advertisment

ଜଲାଉଁ ଏସ୍‌ପି ଇରାଜ ରାଜା କହିଛନ୍ତି ଯେ ଗୁଳିମାଡ଼ରେ କନଷ୍ଟେବଲ ଭେଡଜିନ ସିଂହ ପ୍ରାଣ ହରାଇଛନ୍ତି। ସେ ଗୋଟିଏ ଜାତୀୟ ରାଜପଥ ପୁଲିସ୍‌ ଆଉଟପୋଷ୍ଟରେ ନିଯୁକ୍ତି ପାଇଥିଲେ। ଆଜି ସେ ଆଉଟ ପୋଷ୍ଟ ଅତିକ୍ରମ କରୁଥିବା ଦୁଇ ଜଣ ଯୁବକଙ୍କ ବାଇକକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ।

ସେମାନଙ୍କ ଉପରେ ସନ୍ଦେହ ହେବାରୁ ଶ୍ରୀ ସିଂହ ଏପରି ପଦକ୍ଷେପ ନେଇଥିଲେ। କିନ୍ତୁ ସେମାନେ ପୁଲିସ୍‌କୁ ଦେଖି ସେଠାରୁ ଦ୍ରୁତଗତିରେ ଖସି ଯିବାକୁ ଚେଷ୍ଟା କରିଥିଲେ। ଶ୍ରୀ ସିଂହ ସେମାନଙ୍କ ପିଛା କରୁଥିବା ବେଳେ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଗୁଳି ମାଡ଼ କରିଥିଲା। ଗୁଳିଟି ଶ୍ରୀ ସିଂହଙ୍କ ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ଖବର ପାଇ ବରିଷ୍ଠ ପୁଲିସ୍‌ ଅଧିକାରୀ ଓ ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେହିପରି ଗୁଳିମାଡ଼ କରିଥିବା ଦୁଇ ଯୁବକଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ଏଥିପାଇଁ ୪ଟି ଟିମ ଗଠନ କରାଯାଇଛି ବୋଲି ଏସ୍‌ପି ରାଜା ସୂଚନା ଦେଇଛନ୍ତି।

ପ୍ରାଣ ହରାଇଥିବା କନଷ୍ଟେବଲଙ୍କ ଘର ମଥୁରାର ଚାରୁମ୍ବର। ୨୦୨୧ରେ ସେ ପୁଲିସ୍‌ ବିଭାଗରେ ନିଯୁକ୍ତି ପାଇଥିଲେ। ତାଙ୍କର ପ୍ରଥମ ପୋଷ୍ଟିଂ ଜଲାଉଁରେ ହୋଇଥିଲା।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe