Advertisment

ଲାଲକିଲ୍ଲା ନିକଟରେ ବିକ୍ଷୋଭ କରୁଥିବା କଂଗ୍ରେସ ନେତାଙ୍କୁ ଉଠାଇନେଲା ପୁଲିସ୍‌

ଦିଲ୍ଲୀ ପୁଲିସ୍‌ ବିକ୍ଷୋଭକାରୀଙ୍କୁ ସେଠାରୁ ହଟାଇବା ସହ ଅନେକ ସାଂସଦ ଓ ବରିଷ୍ଠ ନେତାଙ୍କୁ ଉଠାଇ ନେଇ ଅଟକ ରଖିଛି।

Police

Police

Advertisment

ଦେଶର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିକ୍ଷୋଭ କରୁଥିବା କଂଗ୍ରେସ କର୍ମୀ ଓ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ୍‌। ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଆଜି ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିକ୍ଷୋଭ କରାଯାଉଥିଲା। ଏହି ସମୟରେ ଦିଲ୍ଲୀ ପୁଲିସ୍‌ ବିକ୍ଷୋଭକାରୀଙ୍କୁ ସେଠାରୁ ହଟାଇବା ସହ ଅନେକ ସାଂସଦ ଓ ବରିଷ୍ଠ ନେତାଙ୍କୁ ଉଠାଇ ନେଇ ଅଟକ ରଖିଛି। ଏମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ରହିଛନ୍ତି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ କଂଗ୍ରେସ କର୍ମୀମାନେ ବିଭିନ୍ନ ପ୍ରକାରର ସରକାରୀ ବିରୋଧୀ ନାରା ଦେଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଭ୍ୟାନ ମଧ୍ୟକୁ ଭିଡି ନେଉଥିବା ଦେଖିବାକୁ ମିଳିଛି। ପୁଲିସ୍‌ ଲାଲକିଲ୍ଲା ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ କଂଗ୍ରେସ ନେତାମାନଙ୍କୁ ଅନୁମତି ଦେଇ ନଥିଲା। ଏହା ସତ୍ତ୍ୱେ ସମସ୍ତେ ଏକାଠି ହେବାରୁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ କରି ଦିଆଯାଇଛି। ଏହା ବିରୋଧରେ କଂଗ୍ରେସ ଗୋଟିଏ ମାସ ଧରି ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି। ଏହିକ୍ରମରେ ଆଜି ଲାଲକିଲ୍ଲାରେ ମଧ୍ୟ ବିକ୍ଷୋଭ କରିବାକୁ ଦଳୀୟ କର୍ମୀ ଓ ନେତା ଏକାଠି ହୋଇଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କୁ ବଳପୂର୍ବକ ଉଠାଇ ନେଇଛି।

Advertisment

ଗତକାଲି କଂଗ୍ରେସ ପକ୍ଷରୁ ସଂସଦ ଭିତରେ ଓ ବାହାରେ କଳା ପୋଷାକ ଆନ୍ଦୋଳନ କରାଯାଇଥିଲା। ଏହାକୁ ଅଧିକାଂଶ ବିରୋଧୀ ଦଳ ସମର୍ଥନ କରିଥିଲେ। ରାହୁଲ ଗାନ୍ଧିଙ୍କ ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିବା ବେଳେ ସେମାନେ ଗଣତନ୍ତ୍ରର ସୁରକ୍ଷା ଓ ଆଦାନି ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରିଛନ୍ତି।

Rahul Gandhi Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe