ଢୁଢୁ ବର୍ଷାରେ ୮ କିମି ଦୌଡ଼ି ମହିଳାଙ୍କ ଜୀବନ ବଞ୍ଚାଇଲା କୁକୁର

ଗୁରୁବାର ସନ୍ଥବେନ୍ନୁର ସ୍ଥିତ ବଡ ରୋଡ ପେଟ୍ରୋଲ ପମ୍ପ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା।

Dog

ଚର୍ଚ୍ଚାରେ ଥିବା କୁକୁର

Hemant Lenka
  • Published: Friday, 19 July 2024
  • Updated: 19 July 2024, 08:37 PM IST

Sports

Latest News

ପ୍ରବଳ ବର୍ଷା ହେଉଥିଲା। ରାସ୍ତାକୁ ବାହାରିବା ମୁସ୍କିଲ ଥିଲା। ତଥାପି ଗୋଟିଏ ପୁଲିସ କୁକୁର ତା’ର କର୍ତ୍ତବ୍ୟ କରିଛି। ଦୀର୍ଘ ୮ କିମି ବାଟ ସେ ଢୁଡୁ ବର୍ଷାରେ ଦୌଡ଼ି ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛି। ଏଥିସହ ଜଣେ ସନ୍ଦିଗ୍ଧ ହତ୍ୟାକାରୀଙ୍କୁ ମଧ୍ୟ ଧରିବାକୁ ସକ୍ଷମ ହୋଇଛି। କର୍ଣ୍ଣାଟକାର ଡାଭନାଗେରେ ଠାରେ ଏପରି ଘଟଣା ଘଟିଛି।

ଗୁରୁବାର ସନ୍ଥବେନ୍ନୁର ସ୍ଥିତ ବଡ ରୋଡ ପେଟ୍ରୋଲ ପମ୍ପ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ପୁଲିସ୍‌ର ଗୋଟିଏ ପ୍ୟାଟ୍ରୋଲିଂ ଟିମ ମୃତଦେହକୁ ଦେଖିବା ପରେ ବରିଷ୍ଠ ଅଧିକାରୀଙ୍କୁ ଖବର ଦେଇଥିଲେ।

ଏସପି ଉମା ପ୍ରଶାନ୍ତ ଖବର ପାଇବ ପରେ ତୁଙ୍ଗା ୨ ଓ ତା’ର ହ୍ୟାଣ୍ଡେଲର କନଷ୍ଟେବଲ ଶାଫିଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ। ଡୋବେରମ୍ୟାନ ପ୍ରଜାତିର ତୁଙ୍ଗା ୨ ପ୍ରଥମେ ମୃତ ବ୍ୟକ୍ତିଙ୍କୁ ସୁଙ୍ଘି ଥିଲା। ଏହାପରେ ଚଣାପୁରା ଆଡ଼େ ଦୌଡ଼ିବା ଆରମ୍ଭ କରିଥିଲା।

Also Read

ତୁଙ୍ଗା ୨ ଓ ତା’ର ହ୍ୟାଣ୍ଡେଲର ନନଷ୍ଟପ ବର୍ଷାରେ ୮କିମି ବାଟ ଦୌଡ଼ିଥିଲେ। ଏହାପରେ ଗୋଟିଏ ଘର ନିକଟରେ ସେ ଅଟକି ଯାଇଥିଲା। ଉକ୍ତ ଘରୁ ପ୍ରବଳ ପାଟିତୁଣ୍ଡର ଶବ୍ଦ ଶୁଣିବାକୁ ମିଳିଥିଲା।

ପୁଲିସ୍‌ ଘରେ ଭିତରେ ପଶିଲା ବେଳକୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ପିଟୁଥିବା ଦେ‌ଖିବାକୁ ପାଇଥିଲା। ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ଏମିତି ମାଡ଼ ମାରିଥିଲେ ଯେ ସେ ପୂରା ଅଚେତ ଅବସ୍ଥାକୁ ଚାଲି ଯିବାକୁ ବସିଥିଲେ। ପୁଲିସ୍‌ ଠିକଣା ସମୟରେ ପହଞ୍ଚି ଉଦ୍ଧାର କରିଥିବାରୁ ସେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ତୁଙ୍ଗା ୨ ପାଇଁ ତାଙ୍କୁ ନୂଆ ଜୀବନ ମିଳିଛି। ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ହେଲେ ରୂପା। ପୁଲିସ୍‌ ତାଙ୍କୁ ମାଡ଼ ମାରିଥିବା ରଙ୍ଗାସ୍ୱାମୀଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ପୁଲିସ୍‌ ଯେଉଁ ହତ୍ୟାକାରୀଙ୍କୁ ଖୋଜୁଥିଲା ସେ ରଙ୍ଗାସ୍ୱାମୀ ବୋଲି କୁହାଯାଉଛି।

ରାସ୍ତା କଡ଼ରୁ ମିଳିଥିବା ମୃତ ବ୍ୟକ୍ତି ଜଣଙ୍କ ହେଲେ ୩୩ ବର୍ଷୀୟ ସନ୍ତୋଷ। ରଙ୍ଗାସ୍ୱାମୀ ତାଙ୍କୁ ପେଟ୍ରୋଲ ପମ୍ପ ନିକଟରେ ହାଣି ହତ୍ୟା କରିଥିଲେ। ସନ୍ତୋଷ ଓ ରୂପାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସେ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ସନ୍ତୋଷଙ୍କୁ ସୁଙ୍ଘିବା ପରେ ରଙ୍ଗାସ୍ୱାମୀଙ୍କ ବାସ୍ନା ତୁଙ୍ଗା ୨ ଅନୁଭବ କରିପାରିଥିଲା। ଏହାପରେ ସେ ପୁଲିସ୍‌ ଟିମ ସହ ସିଧା ତାଙ୍କ ଘରେ ପହଞ୍ଚିଥିଲା।

ପୁଲିସ କହିଛି ଯେ ସନ୍ତୋଷଙ୍କୁ ହତ୍ୟା କରିବା ପରେ ରଙ୍ଗାସ୍ୱାମୀ ସିଧା ନିଜ ଗାଁ ଚଣାପୁରାକୁ ଯାଇଥିଲା। ସେ ପତ୍ନୀ ରୂପାଙ୍କୁ ମାରିବାକୁ ଚାହିଁଥିଲା। କିନ୍ତୁ ତୁଙ୍ଗା ୨ର ସତର୍କତା ଯୋଗୁ ରୂପାଙ୍କ ଜୀବନ ବଞ୍ଚି ଯାଇଛି।

ପୁଲିସ୍‌ ଗୁରୁତର ଅବସ୍ଥାରେ ରୂପାଙ୍କୁ ସନ୍ଥବେନ୍ନୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ଏବେ ଚାରିଆଡ଼େ ତୁଙ୍ଗା ୨ର ଏପରି କାମକୁ ପ୍ରଶଂସା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story