Advertisment

କନଷ୍ଟେବଳ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବିକ୍ରି କରୁଥିଲେ ମହିଳା ପୁଲିସ୍‌, ବନ୍ଧା ହେଲେ

ପ୍ରାୟ ୬୦ ହଜାର ପଦ ନିମନ୍ତେ ଲକ୍ଷାଧିକ ଆଶାୟୀ ପରିକ୍ଷା ଦେଉଛନ୍ତି। ପରୀକ୍ଷାକୁ ସ୍ୱଚ୍ଛ ଓ ଅବାଧ କରିବାକୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହାମଧ୍ୟରେ ବି ଆସିଛି ପ୍ରଶ୍ନପତ୍ର ବିକ୍ରି ଅଭିଯୋଗ ।

author-image
Niharika Rout
Police

Police

ଉତ୍ତରପ୍ରଦେଶରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଆୟୋଜିତ ହେଉଛି ପୁଲିସ୍‌ କନଷ୍ଟେବଳ ପରୀକ୍ଷା। ପ୍ରାୟ ୬୦ ହଜାର ପଦ ନିମନ୍ତେ ଲକ୍ଷାଧିକ ଆଶାୟୀ ପରିକ୍ଷା ଦେଉଛନ୍ତି। ପରୀକ୍ଷାକୁ ସ୍ୱଚ୍ଛ ଓ ଅବାଧ କରିବାକୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହାମଧ୍ୟରେ ବି ଆସିଛି ପ୍ରଶ୍ନପତ୍ର ବିକ୍ରି ଅଭିଯୋଗ । ଆଉ ଏହି ଅଭିଯୋଗରେ ବନ୍ଧା ହୋଇଛନ୍ତି ଜଣେ ମହିଳା ସିପାହୀଙ୍କ ସମେତ ଦୁଇ ଜଣ ।

Advertisment

ଗିରଫଦ୍ୱୟ ହେଲେ ମହିଳା ସିପାହୀ ପିଙ୍କି ସୋନକର ଓ ଦେବ ପ୍ରତାପ ସିଂ । ଦେବ ପ୍ରତାପ ଦିଲ୍ଲୀର ଯୁବକ ବୋଲି ଜଣାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍‌ ତୁରନ୍ତ ମହିଳା ସିପାହୀ ପିଙ୍କି ସୋନକରଙ୍କୁ ଗୋରଖପୁରରୁ ଧରିଥିଲା। ତାଙ୍କ ମୋବାଇଲ ଯାଞ୍ଚ କରିବାରୁ ସେଥିରୁ କିଛି ପରିକ୍ଷାର୍ଥୀଙ୍କ ଆଡମିଟ କାର୍ଡ ମିଳିବା ସହ ଟଙ୍କା ଲେଣଦେଶ କରାଯାଇଥିବା ଜଣାପଡ଼ିଲା।

Advertisment

ପୁଲିସ୍‌ ତୁରନ୍ତ ସମ୍ପୃକ୍ତ ମହିଳା ସିପାହୀଙ୍କ ସମେତ ତାଙ୍କୁ ଏଥିରେ ସହଯୋଗ କରିଥିବା ଦିଲ୍ଲୀର ଜଣେ ଯୁବକଙ୍କୁ ବାନ୍ଧିଛି। ଗିରଫ ଯୁବକଙ୍କ ନାମ ଦେବ ପ୍ରତାପ ସିଂ। କନଷ୍ଟେବଳ ପରୀକ୍ଷାର ପ୍ରଶ୍ନପତ୍ର ଦେବାର ପ୍ରଲୋଭନ ଦେଖାଇ ଦେବ ପ୍ରତାପ ପରିକ୍ଷାର୍ଥୀଙ୍କଠାରୁ ଟଙ୍କା ଲୁଟୁଥିଲେ। ଏହାପରେ ଉଭୟ ତାହାକୁ ଭାଗବଣ୍ଟା କରୁଥିଲେ।

ଏହି ଘଟଣାରେ ପୁଲିସ୍‌ ଅଧିକ ଖୋଳତାଡ଼ ଜାରି ରଖିଥିବା ବେଳେ ଉଭୟ ପିଙ୍କି ଓ ଦେବ ପ୍ରତାପଙ୍କୁ ପଚରାଉଚରା କରୁଛି।

Uttar Pradesh Police