Advertisment

ପ୍ରଚାର କରୁଥିଲେ ଓଓ୍ୱେସି, ମଞ୍ଚ ଉପରେ ପୁଲିସ ଧରାଇଲା ନୋଟିସ୍‌

ନିର୍ବାଚନ ପ୍ରଚାର ରାଲିରେ ଯୋଗ ଦେଇଥିବା ବେଳେ ପୁଲିସ ଏଆଇଏମ୍‌ଆଇଏମ୍‌ ନେତାଙ୍କୁ ମଞ୍ଚ ଉପରେ ନୋଟିସ୍‌ ଧରାଇଛି।

Asaduddin Owaisi

Asaduddin Owaisi

Advertisment

ଆସନ୍ତା ୨୦ ତାରିଖରେ ପଡ଼ିବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ। ୨୩ରେ ଆସିବ ଫଳାଫଳ। ଏହି ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଏହି ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସି ମହାରାଷ୍ଟ୍ରର ସୋଲାପୁରରେ ପହଞ୍ଚିଥିଲେ। ସେଠାରେ ନିର୍ବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ମଞ୍ଚ ଉପରେ ତାଙ୍କୁ ପୁଲିସ ନୋଟିସ୍‌ ଧରାଇଛି।

Advertisment

ବାସ୍ତବରେ, ବୁଧବାର ଦିନ ଅସଦୁଦ୍ଦିନ ଓଓ୍ୱେସି ସୋଲାପୁର କେନ୍ଦ୍ରୀୟ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଫାରୁକ୍ ଶାବଡିଙ୍କ ପ୍ରଚାର ରାଲିରେ ଯୋଗଦେବାକୁ ଆସିଥିଲେ। ଏହି ସମୟରେ ମହାରାଷ୍ଟ୍ର ପୁଲିସ୍ କର୍ମଚାରୀମାନେ ମଞ୍ଚ ଉପରେ ଓଓ୍ୱେସିଙ୍କୁ ନୋଟିସ୍ ଦେଇଥିଲେ। ଏହି ନୋଟିସ୍‌ ଜାରିଆରେ ନିଜ ଭାଷଣରେ କୌଣସି ବି ସମ୍ପ୍ରଦାୟର ଭାବନାକୁ ଆଘାତ ପହଞ୍ଚାଇବା କିମ୍ବା ହେଟ୍‌ସ୍ପିଚ୍‌ ନ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଏନଏସର ଧାରା ୧୬୮ ଅନୁଯାୟୀ ଓଓ୍ୱେସିଙ୍କୁ ପୁଲିସ ଏହି ନୋଟିସ ଦେଇଛି।

ଏହାପୂର୍ବରୁ ଅସଦୁଦ୍ଦିନ ଓଓ୍ୱେସି ଛତ୍ରପତି ସାମ୍ବାଜୀନଗରରେ ପହଞ୍ଚିଥିଲେ, ଯେଉଁଠାରୁ ସେ ଔରଙ୍ଗାବାଦର ନାମ ବଦଳାଇବା ପାଇଁ ମହାୟୁତୀ ଏବଂ ମହାବିକାଶ ଅଘାଡିଙ୍କୁ ଟାର୍ଗେଟ କରିଥିଲେ। ସେହିପରି ମୁମ୍ବାଇର ଭାୟଖଲାରେ ମଧ୍ୟ ପ୍ରଚାର ବେଳେ ଓଓ୍ୱେସି ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ ଓ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ ଏମାନେ ମୋର ମୁକାବିଲା କରିପାରିବେ ନାହିଁ।

Advertisment
Asaduddin Owaisi AIMIM Maharashtra Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe