Advertisment

ପୁଲିସକୁ ବଡ଼ ସଫଳତା, ଏନ୍‌କାଉଣ୍ଟର୍‌ରେ ୪ ନକ୍ସଲ ସଫା

ସେହିପରି ନକ୍ସଲ ଗୁଳିରେ ଜଣେ ପୁଲିସକର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

author-image
Madhupriya Mistry
Naxal Encounter

Naxal Encounter

ପୁଲିସକୁ ମିଳିଲା ବଡ଼ ସଫଳତ। ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ପୁଲିସ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି।

Advertisment

ଗଡ଼ଚିରୋଲିର ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ C60 କମାଣ୍ଡୋ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ୩ରୁ ୪ ନକ୍ସଲ ନିହତ ହୋଇଥିବା କୁହାଯାଇଛି। ସେହିପରି ନକ୍ସଲ ଗୁଳିରେ ଜଣେ ପୁଲିସକର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। 

ସୂଚନା ମୁତାବକ, ଭାମରାଗଡର କୋପରି ଜଙ୍ଗଲରେ ପୁଲିସ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଏହି ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ପୂରା ଅଞ୍ଚଳରେ ପୁଲିସ ଫୋର୍ସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲେ। C60 କମାଣ୍ଡୋର ୬୦ଟି ଫୋର୍ସ ଏହି ସର୍ଚ୍ଚ ଅପରେସନ୍‌ରେ ସାମିଲ ଅଛନ୍ତି।

Advertisment
Maharashtra Police Naxal Attack Police Encounter