Advertisment

ଏମରଜେନ୍ସି ୱାର୍ଡରେ ଭର୍ତ୍ତି ଥିଲେ ରୋଗୀ, ପଶିଗଲା ପୁଲିସ୍‌ ଜିପ୍‌

ଅଭିଯୁକ୍ତଙ୍କୁ ଧରିବାକୁ ହସ୍ପିଟାଲରେ ପଶିଲା ପୁଲିସ୍‌ କାର୍‌ । ହସ୍ପିଟାଲର ଏମରଜେନ୍ସି ୱାର୍ଡରେ ପଶିଗଲା ପୁଲିସ୍‌ ଜିପ୍‌ । ହସ୍ପିଟାଲ ଗାର୍ଡ ହୁଇସିଲ୍‌ ଫୁଙ୍କି ଷ୍ଟ୍ରେଚର ହଟାଇବା ପରେ ଅଭିଯୁକ୍ତଙ୍କୁ ଧରି ପୁଲିସ୍‌ ସେଠାରୁ ଚାଲି ଯାଇଥିଲା।

author-image
Niharika Rout
Police Jeep in Hospital

Police Jeep in Hospital

ଅଭିଯୁକ୍ତଙ୍କୁ ଧରିବାକୁ ହସ୍ପିଟାଲରେ ପଶିଲା ପୁଲିସ୍‌ କାର୍‌ । ହସ୍ପିଟାଲର ଏମରଜେନ୍ସି ୱାର୍ଡରେ ପଶିଗଲା ପୁଲିସ୍‌ ଜିପ୍‌ । ହସ୍ପିଟାଲ ଗାର୍ଡ ହୁଇସିଲ୍‌ ଫୁଙ୍କି ଷ୍ଟ୍ରେଚର ହଟାଇବା ପରେ ଅଭିଯୁକ୍ତଙ୍କୁ ଧରି ପୁଲିସ୍‌ ସେଠାରୁ ଚାଲି ଯାଇଥିଲା। ଏପରି ଏକ ଅଭାବନୀୟ ଘଟଣା ଋଷିକେଶର AIIMSରେ ଦେଖିବାକୁ ମିଳିଛି।

Advertisment

ଉତ୍ତରାଖଣ୍ଡ ଋଷିକେଶସ୍ଥିତ AIIMSରେ ଜଣେ ମହିଳା ଡାକ୍ତରଙ୍କୁ ନର୍ସିଂ ଅଫିସର ସତୀଶ କୁମାର ଅପରେନ ଥିଏଟରରରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାକୁ ନେଇ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଡାକ୍ତରମାନେ ଧାରଣାରେ ବସିଥିଲେ। ଏପରିକି AIIMS ଡାକ୍ତରମାନେ ଡିନ୍‌ଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ।

ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ନର୍ସିଂ ଅଫିସର ସତୀଶଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହାପରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ୍‌ ହସ୍ପିଟାଲରେ ପହଞ୍ଚିଥିବା ବେଳେ ଉତ୍ତେଜନା ଆଶଙ୍କାରେ ଜିପ୍‌କୁ ଏମରଜେନ୍ସି ୱାର୍ଡରେ ପଶାଇ ଦେଇଥିଲା।

Advertisment

ଉକ୍ତ ସମୟରେ ଏମରଜେନ୍ସି ୱାର୍ଡରେ ରୋଗୀ ଭର୍ତ୍ତି ହୋଇଥିଲ। ଫଳରେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କୁ ସାଇଡ କରିବା ପରେ ଗାଡ଼ି ଭିତରୁ ପୁଲିସ୍‌ ଅଧିକାରୀ ବାହାରି ହସ୍ପିଟାଲରୁ ସତୀଶଙ୍କୁ ଗିରଫ କରିଥିଲେ।

ଏନେଇ ପୁଲିସ୍‌ ଅଧିକାରୀ କହିଛନ୍ତି , ଗତ ୧୯ ତାରିଖରେ ଅଭିଯୁକ୍ତଜଣକ ଟ୍ରମା ଓଟିରେ ପୀଡ଼ିତା ଡାକ୍ତରଙ୍କୁ ଶାରୀରିକ ଉତ୍ପୀଡ଼ନ କରିଥିଲେ। ଏନେଇ ପୀଡ଼ିତା ମହିଳା ଡାକ୍ତର ଗତ ୨୧ ତାରିଖରେ ଅଭିଯୋଗ କରିଥିଲେ। ଏହାପରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Police AIIMS Uttarakhand