Advertisment

ପୁନଃ ପରୀକ୍ଷା ଦାବି କରୁଥିବା ଶିକ୍ଷାର୍ଥୀଙ୍କୁ ପିଟିଲା ପୁଲିସ୍‌, ମାଡ଼ କଲା ପାଣି

ବାପୁ ପରୀକ୍ଷା ପରିସର ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ କରି ହଜାର ହଜାର ଶିକ୍ଷାର୍ଥୀ ୧୦ ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି।

Police

Police

Advertisment

ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି) ଆଶାୟୀଙ୍କ ଉପରେ ପୁଲିସ୍‌ର ବର୍ବରତା ସବୁ ସୀମା ଟିପଛି। ଶିକ୍ଷାର୍ଥୀମାନେ ୭୦ତମ ଯୁଗ୍ମ ପ୍ରବେଶିକା ପରୀକ୍ଷା (ସିସିଇ) ପୁଣି କରିବାକୁ ପାଟନାରେ ନିଜର ଆନ୍ଦୋଳନ ତୀବ୍ର କରିଛନ୍ତି। ଶିକ୍ଷାର୍ଥୀମାନେ ପୁନଃ ପରୀକ୍ଷା ଦାବି କରୁଥିବା ବେଳେ ପୁଲିସ୍‌ ସେମାନଙ୍କ ଉପରେ ଲାଠିଚାର୍ଜ କରିଛି। ଶୀତୁଆ ସନ୍ଧ୍ୟାରେ ସେମାନଙ୍କୁ ପାଣି ମାଡ଼ କରାଯାଇଛି।

Advertisment

ଡିସେମ୍ବର ୧୩ରେ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ହଜାର ହଜାର ଶିକ୍ଷାର୍ଥୀ ଗାନ୍ଧି ମୈଦାନ ନିକଟରେ ଏକାଠି ହୋଇଥିଲେ। ଏହାପରେ ସେମାନେ ଜେପି ଗୋଲାମ୍ବର ଅଭିମୁଖେ ଶୋଭାଯାତ୍ରାରେ ବାହାରି ଥିଲେ।

ଶିକ୍ଷାର୍ଥୀଙ୍କ ଆନ୍ଦୋଳନକୁ ଦେଖି ବ୍ୟାରିକେଡ କରାଯିବା ସହ ବିପୁଳ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ଶିକ୍ଷାର୍ଥୀମାନେ ଆଗକୁ ବଢ଼ିବାରୁ ସେମାନଙ୍କୁ ପୁଲିସ୍‌ ପ୍ରବଳ ପିଟିବା ସହ ପାଣି ମାଡ଼ କରିଛନ୍ତି। ଏହାର ଭୟଙ୍କର ଦୃଶ୍ୟ ସବୁ ସାମ୍ନାକୁ ଆସିଛି।

Advertisment

ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ମଧ୍ୟ ଆନ୍ଦୋଳନରେ ସାମିଲ ହୋଇ ଶିକ୍ଷାର୍ଥୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ସେ ମଧ୍ୟ ଶିକ୍ଷାର୍ଥୀଙ୍କ ସହ ମିଶି ଜେପି ଗୋଲାମ୍ବର ଶୋଭାଯାତ୍ରା କରିଥିଲେ। ୫ ଜଣିଆ ଛାତ୍ର ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ସେମାନଙ୍କ ଦାବି ଉପସ୍ଥାପନ କରିବେ ବୋଲି ସେ ଘୋଷଣା କରିଥିଲେ।

ବାପୁ ପରୀକ୍ଷା ପରିସର ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ କରି ହଜାର ହଜାର ଶିକ୍ଷାର୍ଥୀ ୧୦ ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି। ବିପିଏସ୍‌ସି ଉକ୍ତ ପରୀକ୍ଷା କେନ୍ଦ୍ରରେ ପୁନଃ ପରୀକ୍ଷା କରିଥିବା ବେଳେ ଅନିୟମିତତା ସୀମିତ ଥିବାରୁ ପୂରା ପରୀକ୍ଷାକୁ ବାତିଲ କରାଯିବାର ଆବଶ୍ୟକ ନାହିଁ ବୋଲି କମିଶନ କହିଛନ୍ତି।

ତେବେ ପୁନଃ ପରୀକ୍ଷା ଦାବିରେ ଶିକ୍ଷାର୍ଥୀମାନେ ଆଜି ଆନ୍ଦୋଳନ କରୁଥିବା ବେଳେ ପୁଲିସ୍‌ ସହ ମୁହାଁମୁହିଁ ହୋଇଛନ୍ତି।

Police Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe