Advertisment

ରିଲ୍ସ ନିଶା, ୟୁନିଫର୍ମରେ ଭିଡିଓ କରି କନଷ୍ଟେବଳ ସସପେଣ୍ଡ

ଇନଷ୍ଟାଗ୍ରାମରେ ବାଇକ୍ ଷ୍ଟଣ୍ଟ ପ୍ରଦର୍ଶନ କରି ଚାକିରି ହରାଇଲେ କନଷ୍ଟେବଳ।

author-image
Debibandita Barick
Constable bike Stunt

Constable bike Stunt

ମାଦକ, ଧଳା ଜହର ଭଳି ନିଶାଦ୍ରବ୍ୟ ପରେ ଏବେ ଆଉ ଏକ ନିଶାରେ ମସଗୁଲ୍ ଯୁବପିଢି। ଏବେର ଯୁବପିଢିଙ୍କୁ ଘାରିଛି ରିଲ୍ସ ନିଶା। ସ୍ଥାନ-କାଳ-ପାତ୍ର କୌଣସି କ୍ଷେତ୍ରକୁ ଧ୍ୟାନ ନାହିଁ, ଏକଦମ୍ ବେଖାତିର। ଏପରିକି ଜୀବନକୁ ମଧ୍ୟ ବାଜିରେ ଲଗାଇବାକୁ ପଛାଉ ନାହାନ୍ତି। ଏହି ନିଶା ନିକଟରେ ଜଣେ ଯବାନଙ୍କ ଜୀବନ ନେଇଥିବା ବେଳେ ଏବେ ଜଣେ ପୁଲିସ କର୍ମଚାରୀଙ୍କ ଚାକିରି ନେଇଯାଇଛି। 

Advertisment

ଇନଷ୍ଟାଗ୍ରାମରେ ବାଇକ୍ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଜଣେ କନଷ୍ଟେବଳଙ୍କୁ ନିଲମ୍ବନ ହେବାକୁ ପଡିଛି। ସୂଚନା ଅନୁସାରେ ଏହି ଯୁବକ ଜଣକ ଉତ୍ତର ପ୍ରଦେଶ ପୁଲିସ ବିଭାଗରେ କାର୍ଯ୍ୟରତ ଥିଲେ। ସେ ବାଇକରେ ପୁଲିସ ପୋଷାକ ପିନ୍ଧି ରିଲ୍ସ କରୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଥିବା ଅଭିଯୋଗ ହୋଇଥିଲା। ଏହା ପରେ ବରିଷ୍ଠ ପୁଲିସ ଅଧୀକ୍ଷକ(SSP) ଭିଡିଓର ପୁଙ୍ଖାନୁପଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ କନଷ୍ଟେବଳ ସନ୍ଦୀପ କୁମାର ଚୌବେ ନିଜେ ଏହି ବାଇକ୍ ଷ୍ଟଣ୍ଟ ଭିଡିଓ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ପ୍ରମାଣିତ ହୋଇଥିଲା। ପରେ ବରିଷ୍ଠ ପୁଲିସ ଅଧୀକ୍ଷକ ତାଙ୍କୁ ନିଲମ୍ବନ କରିଛନ୍ତି।

ଭିଡିଓରେ କନଷ୍ଟେବଳ ସନ୍ଦୀପ କୁମାର ତାଙ୍କ ୟୁନିଫର୍ମ ପିନ୍ଧି ଏକ ରେସିଂ ବାଇକରେ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓ ସହିତ, ସେ ଏକ ସଂଳାପ ମଧ୍ୟ ଅନ୍ତର୍ଭୁକ୍ତ କରିଥିଲେ ଯେଉଁଥିରେ ଜଣେ ଝିଅ ପଚାରୁଛନ୍ତି, "ତୁମେ ତୁମର ଶତ୍ରୁମାନଙ୍କୁ ଭୟ କରୁନ କି?" ଯାହାର ଉତ୍ତରରେ ସେ କହୁଛନ୍ତି, "କାହିଁକି ଶତ୍ରୁମାନଙ୍କୁ ଭୟ କରିବା... ମୃତ୍ୟୁ କ’ଣ... ଆଜି ନୁହେଁ ତ କାଲି ନିଶ୍ଚୟ ମରିବା। ଯଦି ଡରିବାର ଅଛି, ତେବେ ଭଗବାନଙ୍କୁ ଡର... ଏ କୀଟ ପତଙ୍ଗଙ୍କୁ ଡରି ଲାଭ କଣ?"

Advertisment

SSP ଡ. ଗୌରବ ଗ୍ରୋଭର କହିଛନ୍ତି, ଉତ୍ତର ପ୍ରଦେଶ ପୁଲିସ 8 ଫେବୃଆରୀ 2023 ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲା, କୌଣସି ପୁଲିସ କର୍ମଚାରୀ ଯେପରି ସୋଶାଲ୍ ମିଡିଆରେ ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ପୋଷ୍ଟ ନ କରନ୍ତି, ସେଥିପାଇଁ ବାରଣ କରାଯାଇଥିଲା। ଏହି ନିର୍ଦ୍ଦେଶ ସତ୍ତ୍ୱେ କନଷ୍ଟେବଳ ସନ୍ଦୀପ କୁମାର ଚୌବେ ତାଙ୍କ ଭିଡିଓ ପୋଷ୍ଟ କରି ନିର୍ଦ୍ଦେଶର ଉଲ୍ଲଂଘନ କରିଛନ୍ତି। ଯାହାର ଫଳ ସ୍ୱରୂପ ତାଙ୍କୁ ନିଲମ୍ୱନ କରାଯାଇଛି ବୋଲି SSP କହିଛନ୍ତି।

Police Man Suspended Posting Reels Video Viral Video Police Man Suspend News Reels