Advertisment

ସହକର୍ମୀଙ୍କ ସହ ପ୍ରେମରେ ମାତିଥିଲେ ଇନ୍ସପେକ୍ଟର, କବାଟ ଭାଙ୍ଗି ପହଞ୍ଚିଲେ ପତ୍ନୀ

ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ୍‌ କର୍ମୀ ସ୍ଥିତିକୁ ଆୟତ୍ତ କରିବା ବଦଳରେ ଏହାର ଭିଡିଓ କରିବାକୁ ଲାଗିଲେ। ଫଳରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ୬ ପୁଲିସ୍‌ କର୍ମୀଙ୍କ ସସ୍‌ପେଣ୍ଡ କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Police

Police

ମହିଳା ସହକର୍ମୀଙ୍କ ସହ ପ୍ରେମ, ପ୍ରଣୟରେ ମାତିଥିଲେ ପୁଲିସ୍‌ ଇନ୍ସପେକ୍ଟର। ବିବାହିତ ହୋଇ ବି ପ୍ରେମିକାଙ୍କ ନିକଟକୁ ବାରମ୍ବାର ଦୌଡ଼ି ଯାଉଥିଲେ ଓ ଉଭୟ ଏକାନ୍ତରେ ସମୟ ଅତିବାହିତ କରୁଥିଲେ। ମାତ୍ର ଏକଥା ଇନ୍ସପେକ୍ଟରଙ୍କ ପତ୍ନୀଙ୍କ କାନରେ ପଡ଼ିବାରୁ ହେଲା ମହାଭାରତ । ପ୍ରେମିକାଙ୍କ ସହ ସ୍ୱାମୀଙ୍କୁ ପାଇବା ପରେ ହିତାହିତ ଜ୍ଞାନ ହରାଇ ବସିଲେ ପତ୍ନୀ ଓ ନିର୍ଧୂମ ଛେଚିବାକୁ ଲାଗିଲେ।

Advertisment

ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ୍‌ କର୍ମୀ ସ୍ଥିତିକୁ ଆୟତ୍ତ କରିବା ବଦଳରେ ଏହାର ଭିଡିଓ କରିବାକୁ ଲାଗିଲେ। ଫଳରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ୬ ପୁଲିସ୍‌ କର୍ମୀଙ୍କ ସସ୍‌ପେଣ୍ଡ କରାଯାଇଛି। ଏପରି ଏକ ଘଟଣା ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି।

ଉଭୟ ଇନ୍ସପେକ୍ଟର ନୋଏଡ଼ାରେ ଏକତ୍ର କାମ କରିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏହାପରେ ଉଭୟଙ୍କର ଭିନ୍ନ ଭିନ୍ନ ଥାନାରେ ପୋଷ୍ଟିଂ ହୋଇଥିଲା। ଏହାପରେ ଛୁଟି ନେଇ ଉଭୟ ପରସ୍ପର ସହ ସମୟ କାଟୁଥିଲେ।

Advertisment

କିଛି ଦିନ ପୂର୍ବେ ଇନ୍ସପେକ୍ଟରଜଣକ ଛୁଟି ନେଇ ଆଗ୍ରାସ୍ଥିତ ମହିଳା ଇନ୍ସପେକ୍ଟରଙ୍କ ଘରକୁ ଯାଇଥିଲେ। ଏକଥା ଇନ୍ସପେକ୍ଟରଙ୍କ ପତ୍ନୀଙ୍କ କାନରେ ପଡ଼ିଥିଲା। ସେ ସ୍ୱାମୀଙ୍କ ପିଛା କରି ନିଜର କିଛି ସମ୍ପର୍କୀୟଙ୍କୁ ଧରି ସେଠାରେ ପହଞ୍ଚିଥିଲେ।

ଏହାପରେ ଉଭୟ ପ୍ରେମୀଯୁଗଳ କବାଟ ଖୋଲିବାକୁ ମନା କରିବାରୁ ଇନ୍ସପେକ୍ଟରଙ୍କ ପତ୍ନୀ ଓ ତାଙ୍କ ସମ୍ପର୍କୀୟମାନେ କବାଟ ଭାଙ୍ଗି ଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହେବା ସହ ସେମାନେ ତାଙ୍କୁ ପ୍ରବଳ ମାରଧର କରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ସେଠାରେ ପୁଲିସ୍‌ କର୍ମଚାରୀ ପହଞ୍ଚିଥିଲେ ବି ସେମାନେ ତୁରନ୍ତ ଘଟଣାକୁ ସମାଧାନ କରିବା ପରିବର୍ତ୍ତେ ଦେଖଣାହାରୀ ପାଲଟିଥିଲେ। ଏପରିକି ସେମାନେ ଏହାର ଭିଡିଓ କରିବାକୁ ପଛାଇ ନଥିଲେ।

ଏହି ଘଟଣାର ତଦନ୍ତ କରି ଆଗ୍ରା ପୁଲିସ୍‌ କମିଶନର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥାଇ ବି ଏହି ମାମଲାକୁ ସମାଧାନ କରିବାକୁ କୌଣସି ପଦକ୍ଷେପ ଉଠାଇ ନ ଥିବା ୬ ପୁଲିସ୍‌ କର୍ମୀଙ୍କୁ ସେ ତୁରନ୍ତ ସସ୍‌ପେଣ୍ଡ କରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ସବ୍‌ଇନ୍ସପେକ୍ଟର ବି ଅଛନ୍ତି।

Uttar Pradesh Police