Advertisment

ବିବାଦରେ ‘ଆଦିପୁରୁଷ’, ମନୋଜଙ୍କୁ ସୁରକ୍ଷା ଯୋଗାଇଲା ପୁଲିସ

ଜୀବନ ପ୍ରତି ବିପଦ ଅଛି କହି ସୁରକ୍ଷା ଯୋଗାଇ ଦେବାକୁ ମୁମ୍ବାଇ ପୁଲିସକୁ ଅନୁରୋଧ କରିଥିଲେ ମନୋଜ।

Manoj Muntashir

Manoj Muntashir

Advertisment

ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ବଢୁଥିବା ବେଳେ ଏହାର ସଂଳାପ ଲେଖକ ମନୋଜ ମୁନ୍ତଶିର ଶୁକ୍ଳାଙ୍କ ମୁମ୍ବାଇ ପୁଲିସ ସୁରକ୍ଷା ଯୋଗାଇ ଦେଇଛି। ତାଙ୍କ ଜୀବନ ପ୍ରତି ବିପଦ ଅଛି କହି ସୁରକ୍ଷା ଯୋଗାଇ ଦେବାକୁ ମନୋଜ ମନ୍ତଶିର ମୁମ୍ବାଇ ପୁଲିସକୁ ଅନୁରୋଧ କରିଥିଲେ। ପୁଲିସ୍ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ ଘଟଣାର ତଦନ୍ତ ମଧ୍ୟ କରୁଛି।

Advertisment

‘ଆଦିପୁରୁଷ’ର କିଛି ସିନ୍ ଓ ସଂଳାପକୁ ନେଇ ବିବାଦ ଦେଖାଯାଇଛି। ଦେଶର ବିଭିନ୍ନ ଭାଗରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ଏମିତିକି ଫିଲ୍ମଟିକୁ ବ୍ୟାନ କରିବାକୁ ଅନେକ ଦାବି କରିଛନ୍ତି।

ବିବାଦୀୟ ସଂଳାପ ଉପରେ ପୂର୍ବରୁ ମନୋଜ ମୁନ୍ତଶିର ସଫେଇ ଦେଇଥିଲେ। ସେ କହିଥିଲେ ଯେ ସେ କିଛି ଭୁଲ କରି ନାହାନ୍ତି। ସବୁ କିଛି ଧ୍ୟାନପୂର୍ବକ କରାଯାଇଥିଲା। ଫିଲ୍ମରେ ସବୁ ଚରିତ୍ର ଗୋଟିଏ ଭାଷା କେମିତି କହିବେ ବୋଲି ସେ କହିଥିଲେ। ସେହିପରି ବିବାଦ ବଢ଼ୁଥିବା ଦେଖି ପରେ ସେ କହିଥିଲେ ଯେ ଫିଲ୍ମର କୌଣସି ସଂଳାପଗୁଡ଼ିକ ଲୋକଙ୍କୁ ଭଲ ଲାଗୁ ନାହିଁ, ତା’ହେଲେ ସେଗୁଡ଼ିକୁ ବଦଳାଇ ଦିଆଯିବ।

Advertisment

ନେପାଳରେ ‘ଆଦିପୁରୁଷ’କୁ ବ୍ୟାନ କରି ଦିଆଯାଇଛି। ଏବେ ଉତ୍ତର ପ୍ରଦେଶରେ ଏହାକୁ ବ୍ୟାନ କରିବା ପାଇଁ ଦାବି ଉଠିଛି। ଫିଲ୍ମ ନିର୍ମାତା ହିନ୍ଦୁ ଲୋକଙ୍କ ଧାର୍ମିକ ମନୋଭାବ ପ୍ରତି ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି।

Manoj Muntashir Adipurush
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe