Advertisment

ପପୁ ଯାଦବଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ; ପ୍ରଚାର ଗାଡ଼ିକୁ ଟେକି ନେଲା ପୁଲିସ୍‌

ପୁଲିସ୍‌ ତାଙ୍କୁ ସୁରକ୍ଷା ଯୋଗାଉ ନ ଥିବା ବେଳେ ତାଙ୍କ ପ୍ରଚାର ଗାଡ଼ିକୁ ଥାନାକୁ ଟେକି ନେଇ ଯାଇଥିବା ଅଭିଯୋଗ କରିଛନ୍ତି ପପୁ ଯାଦବ ।

author-image
Niharika Rout
Pappu Yadav

Pappu Yadav

ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ସେତିକି ରୋଚକ ହେଉଛି ବିହାର ରାଜନୀତି। ଏଠାକାର ପୂର୍ଣ୍ଣିୟା ଲୋକସଭା ସିଟ୍‌ରୁ ନିର୍ବାଚନ ଲଢ଼ିବାକୁ ଜିଦ୍‌ ଧରି ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପପୁ ଯାଦବ ଏବେ ନିଜ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ତାଙ୍କ କାର୍ଯ୍ୟାଳୟ ତଥା ରାଲି ଉପରେ ଚଢ଼ାଉ ହେଉଥିବା ନେଇ ନୀତୀଶ କୁମାରଙ୍କ ସରକାର ଉପରେ ଅଭିଯୋଗ କରିଛନ୍ତି। ଏପରିକି ପୁଲିସ୍‌ ତାଙ୍କୁ ସୁରକ୍ଷା ଯୋଗାଉ ନ ଥିବା ବେଳେ ତାଙ୍କ ପ୍ରଚାର ଗାଡ଼ିକୁ ଥାନାକୁ ଟେକି ନେଇ ଯାଇଥିବା ଅଭିଯୋଗ କରିଛନ୍ତି ପପୁ ଯାଦବ ।

Advertisment

ଏନେଇ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି ପପୁ ଯାଦବ ଅଭିଯୋଗ କରିଛନ୍ତି ଯେ, ତାଙ୍କ ରାଲି ବେଳେ ପୁଲିସ୍‌ ଚଢ଼ାଉ କରିଛି। ମାତ୍ର ବିହାର ପୁଲିସ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛି।

ଏନେଇ ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ବିହାର ସରକାର ଆଉ କେତେ ତଳକୁ ଯାଇ ପାରିବ । ପୂର୍ଣ୍ଣିୟାର ପୁଅକୁ ସରକାର ଆଉ କେତେ ହଇରାଣ କରିବ । ଏହାର ଜବାବ ଜନତା ଦେବ । ମୋତେ Y ଶ୍ରେଣୀର ସୁରକ୍ଷା ଦେବାକୁ ଏମାନଙ୍କ ପାଖରେ ପୁଲିସ୍‌ ନାହିଁ। ମାତ୍ର ଚଢ଼ାଉ ନିମନ୍ତେ ଫୋର୍ସ ପଠାଇ ଦେଉଛନ୍ତି।

Advertisment

ଏହି ପୋଷ୍ଟ ସହ ପପୁ ଯାଦବ ଯେଉଁ ଭିଡିଓ ଶେଆର କରିଛନ୍ତି ସେଥିରେ ବହୁ ସଂଖ୍ୟାର ପୁଲିସ୍‌ ଫୋର୍ସ ଓ ସୁରକ୍ଷା ବଳ ନଜର ଆସିଛନ୍ତି। ସେମାନେ ଏକ ଡିଜେ ଲାଗିଥିବା ଗାଡ଼ିକୁ ଜବତ କରି ନେଇ ଯାଉଥିବା ବେଳେ ପପୁ ଯାଦବଙ୍କ ସମର୍ଥକ ପୁଲିସ୍‌ ବିରୋଧରେ ନାରାବାଜି କରୁଥିବା ଦେଖାଯାଉଛି।

ଖବର ପାଇ ପପୁ ଯାଦବ ନିଜ କାର୍ଯ୍ୟାଳୟରେ ପହଞ୍ଚି ଚଢ଼ାଉର କାରଣ କ’ଣ ବୋଲି ପଚାରିଥିଲେ। ପ୍ରଚାର ପାଇଁ ଉଦ୍ଦିଷ୍ଟ ଗାଡ଼ି ପାଇଁ ପରମିଶନ ନ ଥିବା ପୁଲିସ୍‌ ଅଧିକାରୀ କହିଛନ୍ତି। ତେଣୁ ଏହାର ଯାଞ୍ଚ କରାଯାଉଥିବା ପୁଲିସ୍‌ ଅଧିକାରୀ କହିଥିଲେ।

ପପୁ ଯାଦବ କହିଛନ୍ତି, ମୁଁ ଯେତେବେଳେ କଂଗ୍ରେସରେ ସାମିଲ ହେଲି ମୋ’ ସୁରକ୍ଷା ହଟାଇଦେଲେ। ମାତ୍ର ଏହାପରେ ମୁଁ ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଥିବା ବେଳେ ପୁଲିସ୍‌ ଆସି ମୋ’ ଗାଡ଼ି ଉଠାଇ ନେଲା। ବିହାର ସରକାର ଜାଣିଶୁଣି ମୋତେ ମାନସିକ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଯେତେବେଳେ ବିହାରରେ ଇଣ୍ଡିଆ ଆଲାଇନ୍ସରେ ସିଟ୍ ବଣ୍ଟନ ହୋଇଥିଲା ସେତେବେଳେ ପୂର୍ଣ୍ଣିଆ ସିଟ୍ ଆରଜେଡି ଖାତାକୁ ଆସିଥିଲା। କିନ୍ତୁ ପପୁ ଯାଦବ ଏହି ଆସନ ଛାଡିବାକୁ ପ୍ରସ୍ତୁତ ନାହାନ୍ତି। ପପୁ ଯାଦବ ଏହି ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଜିଦ୍ ଧରିଛନ୍ତି। ଗୋଟିଏ ପଟେ ଆରଜେଡି ପ୍ରାର୍ଥୀ ବିମା ଭାରତୀ ନାମାଙ୍କନ ଦାଖଲ କରିଥିବାବେଳେ କଂଗ୍ରେସ ନେତା ପପୁ ଯାଦବ ମଧ୍ୟ ସ୍ୱାଧୀନ ଭାବେ ନିଜ ନାମାଙ୍କନ ଦାଖଲ କରିଛନ୍ତି। ମୋ’ ପାଖରେ ଗାଡ଼ି ନାହିଁ, ସୁରକ୍ଷା ବଳ ନାହାନ୍ତି। ମୋତେ ମାନସିକ ଭାବେ ନିର୍ଯାତନା ଦିଆଯାଉଛି।

Bihar Papu Yadav