Kejriwal
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଆଣି ପୁଣିଥରେ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି। ତାଙ୍କୁ ପୁଣି ଥରେ ଆଜି ନୋଟିସ୍ ଦେବା ପାଇଁ କ୍ରିଇମ୍ବ୍ରାଞ୍ଚର ଏକ ଟିମ୍ ତାଙ୍କ ଘରକୁ ଯାଇଛି। କେଜ୍ରିୱାଲ ଆଣିଥିବା ଅଭିଯୋଗର ସତ୍ୟତା ଜାଣିବାକୁ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କୁ ବ୍ୟକ୍ତିଗତ ରୂପେ ନୋଟିସ୍ ଦେବାକୁ ଯାଇଛି। ଏହାପୂର୍ବରୁ ଶୁକ୍ରବାର ମଧ୍ୟ କ୍ରାଇମବ୍ରାଞ୍ଚ ଟିମ ନୋଟିସ ଦେବାକୁ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲା। କିନ୍ତୁ ନୋଟିସ ଗ୍ରହଣ ନ କରିବାରୁ ଦିଲ୍ଲୀ ପୁଲିସ ରାତିରେ ସେଠାରୁ ଫେରି ଆସିଥିଲା।
ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ ଟିମ ଶୁକ୍ରବାର ରାତିରେ ମନ୍ତ୍ରୀ ଆତିଶୀଙ୍କ ବାସଭବନରେ ମଧ୍ୟ ନୋଟିସ ନେଇ ପହଞ୍ଚିଥିଲେ। ସେଠାରେ ମଧ୍ୟ କେହି ଗ୍ରହଣ କରିନଥିଲେ। ଏଭଳି ପରିସ୍ଥିତିରେ ଉଭୟ ସ୍ଥାନରୁ କ୍ରାଇମବ୍ରାଞ୍ଚ ଟିମ ଖାଲି ହାତରେ ଫେରି ଆସିଥିଲା।
ପ୍ରକୃତରେ ୭ ଆପ୍ ବିଧାୟକଙ୍କୁ ବିଜେପି ପ୍ରଲ୍ଲୋଭିତ କରିଥିବା ଓ କିଣିବାକୁ ଯୋଜନା କରୁଥିବା ନେଇ ଅଭିଯୋଗ କରିଥିଲେ କେଜ୍ରିୱାଲ। ତାଙ୍କ କହିବା କଥା ହେଲା ତାଙ୍କର ୨୧ ବିଧାୟକଙ୍କୁ ଭାଙ୍ଗିବାକୁ ଯୋଜନା ଚାଲିଛି। ଏହି ଅଭିଯୋଗର ସତ୍ୟତା ପ୍ରମାଣ ପାଇବାକୁ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଚଳାଇଛି। ଗତକାଲି ମଧ୍ୟ ଏନେଇ ଦିଲ୍ଲୀ ପୁଲିସ ପହଞ୍ଚି ଆବଶ୍ୟକ ପ୍ରମାଣ ଦେବାକୁ କହିଥିଲେ।
ମନ୍ତ୍ରୀ ଆତିଶୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭଳି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କରିଥିଲେ ଯେ ବିଜେପି ଆମ୍ ଆଦମୀ ପାର୍ଟି ବିଧାୟକମାନଙ୍କୁ ୨୫-୨୫ କୋଟି ଟଙ୍କା ଦେଉଛି। ୭ ବିଧାୟକଙ୍କୁ ଭାଙ୍ଗିବାକୁ ଉଦ୍ୟମ ହୋଇଥିଲା। ଠିକ୍ ସମୟ ଆସିଲେ ଆମେ ଏକ ଅଡିଓ କ୍ଲିକ୍ ଜାରି କରିବୁ ବୋଲି ସେ କହିଥିଲେ। ଏହା ପରେ ବିଜେପି ଦିଲ୍ଲୀ ପୁଲିସ କମିଶନରଙ୍କୁ ଭେଟି ଆମ୍ ଆଦମୀ ପାର୍ଟି ଆଣିଥିବା ଅଭିଯୋଗର ତଦନ୍ତ ଦାବି କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Kejriwal_1706941891.jpg)