Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ୨ IPSଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ

ଜଗନ ମୋହନ ରେଡ୍ଡୀ ଓ ଅନ୍ୟ ୪ ଜଣଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ଉଦ୍ୟମ ମାମଲା। ଗୁଣ୍ଟୁର ଜିଲ୍ଲା ନଗରାମପାଲେମ ପୁଲିସ୍‌ ପକ୍ଷରୁ ଏପରି ମାମଲା ରୁଜୁ କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Jagan

Jagan

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସର ମୁଖ୍ୟ ଜଗନ ମୋହନ ରେଡ୍ଡୀ ଓ ଅନ୍ୟ ୪ ଜଣଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ଉଦ୍ୟମ ମାମଲା। ଗୁଣ୍ଟୁର ଜିଲ୍ଲା ନଗରାମପାଲେମ ପୁଲିସ୍‌ ପକ୍ଷରୁ ଏପରି ମାମଲା ରୁଜୁ କରାଯାଇଛି।

Advertisment

ଜଗନଙ୍କ ବ୍ୟତୀତ ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକ(ଗୁଇନ୍ଦା ବିଭାଗ) ପିଏସ୍‌ଆର ଅଞ୍ଜନୟୁଲୁ, ସିଆଇଡିର ପୂର୍ବତନ ଅତିରିକ୍ତ ଏସ୍‌ପି ସୁନୀଲ କୁମାର ଓ ଗୁଣ୍ଟୁର ଜେନାଲରାଲ ହସ୍ପିଟାଲର ପୂର୍ବତନ ସୁପରିନଟେଣ୍ଡେଣ୍ଟ ଡାକ୍ତର ଜି ପ୍ରଭାତୀଙ୍କ ନାଁରେ ପୁଲିସ୍‌ ହତ୍ୟା ଉଦ୍ୟମ ମାମଲା କରିଛି।

ଉଣ୍ଡିର ଟିଡିପି ବିଧାୟକ କେ ରଘୁରାମ କ୍ରିଷ୍ଣାମ ରାଜୁ(RRR)ଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଏପରି ପଦକ୍ଷେପ ଗ୍ରହଣ କରିଛି। ବିଧାୟକ ଆରଆରଆର ହତ୍ୟା ଉଦ୍ୟମ, ହେପାଜତରେ ରଖି ନିର୍ଯାତନା ଦେବା ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଅଭିଯୋଗ ୨ ଆଇପିଏସ ଓ ଜଗନ ମୋହନଙ୍କ ବିରୋଧରେ ଆଣିଛନ୍ତି।

Advertisment

ଜଗନଙ୍କ ଶାସନ ସମୟରେ ଆରଆରଆରଙ୍କୁ ପୁଲିସ୍‌ ଅଟକ ରଖି ଶାରୀରିକ ଭାବେ ନିର୍ଯାତନା ଦେଇଥିଲା। ତାଙ୍କୁ ଥାନା ହାଜତରେ ମାଡ଼ ମରାଯିବା ସହ ଛାତିରେ ବସି ଅଣନିଃଶ୍ୱାସୀ କରିଦିଆଯାଇଥିଲା। ଏବେ ଟିଡିପି କ୍ଷମତାକୁ ଆସିବା ପରେ ଆରଆରଆର ପୁଲିସ୍‌ରେ ଏନେଇ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ୧୨୦ବି, ୧୬୬, ୧୬୭, ୧୯୭, ୩୦୭, ୩୨୬, ୪୬୫, ୫୦୬ ଭଳି ଦଫାରେ ମାମଲା ରୁଜୁ କରିଛି।

୨୦୨୧ ମସିହା ମେ’ ମାସରେ ଆନ୍ଧ୍ର ପ୍ରଦେଶ ସିଆଇଡି ତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ହାଇଦ୍ରାବାଦର ସ୍ଥାନୀୟ କୋର୍ଟରେ ହାଜର କରି ଟ୍ରାଞ୍ଜିଟ ଆରେଷ୍ଟ ୱାରେଣ୍ଟ ସିଆଇଡି ଆଣିବା କଥା। କିନ୍ତୁ ଆରଆରଆରଙ୍କୁ ସିଆଇଡି ଅଧିକାରୀମାନେ ସିଧା ଗୁଣ୍ଟୁର ନେଇ ଯାଇଥିଲେ।

ଏହାପରେ ତାଙ୍କୁ ସିଆଇଡି ଅଫିସର ପିଭି ସୁନୀଲ କୁମାର, ପିଏସ୍‌ଆର ଅଞ୍ଜନୟୁଲୁ ଓ ଆଉ କିଛି ଅଧିକାରୀ ବେଲ୍ଟ ଏବଂ ଲାଠିରେ ମାଡ଼ ମାରିଥିଲେ। ତାଙ୍କୁ ହୃଦଘାତ ସମ୍ପର୍କିତ ମେଡିସିନ ମଧ୍ୟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନଙ୍କ ନିର୍ଦ୍ଦେଶରେ ଦିଆଯାଇ ନଥିଲା।

ପୁଲିସ ଅଧିକାରୀମାନେ ତାଙ୍କୁ ମାରି ଦେବାକୁ ଉଦ୍ୟମ କରିଥିଲେ। ତାଙ୍କ ଠାରୁ ମୋବାଇଲ ଛଡ଼ା ନେଇ ଯାଇଥିଲେ ଓ ପାସ୍‌ୱାର୍ଡ ନ ଦେବା ଯାଏ ତାଙ୍କ ମାଡ଼ ମରା ଯାଇଥିଲା ବୋଲି ଆରଆରଆର ଅଭିଯୋଗ କରିଛନ୍ତି।

Andhra Pradesh YS Jagan Mohan Reddy Jagan Mohan Reddy