Advertisment

ସେବାୟତଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ପତ୍ନୀ ହିଁ ଥିଲେ ମାଷ୍ଟରମାଇଣ୍ଡ

ଏହି ଘଟଣାର ତଦନ୍ତ କରୁଥିବା ପୁଲିସ୍‌ ଟିମ୍‌ ଗୁରୁବାର ରାତିରେ ଲୁଟେରାଙ୍କୁ କାବୁ କରିଥିଲା। ତେବେ ସେମାନେ ଯାହା କହିଲେ ପୁଲିସ୍ ବ ଲାଗିଛି ଜୋରଦାର ଝଟକା।

spot

spot

Advertisment

କିଛି ଦିନ ତଳେ ଉତ୍ତରପ୍ରଦେଶର ମଥୁରା ସହରରେ ଥିବା ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରର ସେବାୟତଙ୍କ ଘରେ କଳାକନା ବୁଲାଇଥିଲେ ଲୁଟେରା। ଲୁଟେରାମାନେ ସେବାୟତ ଅନନ୍ତ ଗୋସ୍ୱାମୀଙ୍କ ଘରୁ ଲକ୍ଷାଧୀକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ।

Advertisment

ଏହି ଘଟଣାର ତଦନ୍ତ କରୁଥିବା ପୁଲିସ୍‌ ଟିମ୍‌ ଗୁରୁବାର ରାତିରେ ଲୁଟେରାଙ୍କୁ କାବୁ କରିଥିଲା। ତେବେ ସେମାନେ ଯାହା କହିଲେ ପୁଲିସ୍‌କୁ ବି ଲାଗିଛି ଜୋରଦାର ଝଟକା। କାରଣ ଲୁଟେରାଙ୍କ କହିବାନୁଯାୟୀ, ଏହି ଲୁଟ୍‌ ପଛର ମାଷ୍ଟର ମାଇଣ୍ଡ ହେଉଛନ୍ତି ଖୋଦ ସେବାୟତଙ୍କ ପତ୍ନୀ। ନିଜ ଟଙ୍କା ଆବଶ୍ୟକତା ମେଣ୍ଟାବାକୁ ସେ ଖୋଦ ଏହି ଲୁଟ୍‌ ନାଟକ ରଚିଥିବା କହିଛନ୍ତି ଲୁଟେରା। ଏହାପରେ ପୁଲିସ୍‌ ସେବାୟତଙ୍କ ପତ୍ନୀଙ୍କୁ ପଚରାଉଚରା କରୁଛି।

ଗତ ରାତିରେ ଲୁଟେରାମାନେ ବୁଲୁଥିବା ଖବର ପାଇ ପୁଲିସ୍‌ ସେମାନଙ୍କୁ କାବୁ କରିବାକୁ ପହଞ୍ଚିଥିଲା। ଏହାପରେ ଉଭୟ ପକ୍ଷ ପକ୍ଷରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍‌ ସହ ମୁହାଁମୁହିଁ ବେଳେ ୨ ଲୁଟେରା ଆହତ ହୋଇଥିବା ବେଳେ ସେମାନଙ୍କୁ ଗିରଫ କରି ମେଡିକାଲରେ ଭର୍ତ୍ତି କରିଥିଲା ପୁଲିସ୍‌। ଏହାପରେ ପୁଲିସ୍‌ ସେମାନଙ୍କୁ ପଚରାଉଚରା କରିଥିବା ବେଳେ ସେମାନେ ଏପରି ଖୁଲାସା କରିଛନ୍ତି। ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment
Loot Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe