Advertisment

ଗାଡ଼ି ଚେକିଂ ବେଳେ ବାହାରିଲା ୩ କୋଟି, ଟଙ୍କା ଗଣି ଗଣି ପୁଲିସ୍‌ ହାଲିଆ

ଏକ କାର୍‌ ଚେକିଂ କରୁ କରୁ ପୁଲିସ୍‌ ପାଇଲା ପୁଳା ପୁଳା ଟଙ୍କା। ଗାଡ଼ିରୁ ଏତେ ମାତ୍ରାରେ ଟଙ୍କା ବାହାରିଲା ଯେ, ତାହାକୁ ଗଣିବାକୁ ପୁଲିସ୍‌କୁ ଟଙ୍କା ଗଣା ମେଶିନ ମଗାଇବାକୁ ପଡ଼ିଲା।

ଅଦ୍ୟତନ ହୋଇଛି
car

car

Advertisment

ଗାଡ଼ି ଚେକିଂ କରୁ କରୁ ପୁଲିସ୍‌କୁ ମିଳିଲା ବଡ଼ ସଫଳତା। ଏକ କାର୍‌ ଭିତରୁ ବାହାରିଲା ପୁଳା ପୁଳା ଟଙ୍କା। ଗାଡ଼ିରୁ ଏତେ ମାତ୍ରାରେ ଟଙ୍କା ବାହାରିଲା ଯେ, ତାହାକୁ ଗଣିବାକୁ ପୁଲିସ୍‌କୁ ଟଙ୍କା ଗଣା ମେଶିନ ମଗାଇବାକୁ ପଡ଼ିଲା। ଶେଷରେ କାର୍‌ ଭିତରୁ ମୋଟ ୩ କୋଟି ଟଙ୍କା ଜବତ ହୋଇଥିବା ଜଣାଯାଇଛି। ଏତେ ପରିମାଣର ଟଙ୍କା ରାଜସ୍ଥାନରୁ ଗୁଜରାଟ ଯାଉଥିବା ଏକ ଗାଡ଼ିରୁ ଜବତ ହୋଇଛି।

Advertisment

ରାଜସ୍ଥାନର ଆବୁ ରୋଡ଼ର ରିକୋ ଥାନା ଅଞ୍ଚଳରେ ଥିବା ମାବଲ ଛକରେ ପୁଲିସ୍‌ ଗତକାଲି କଡ଼ାକଡ଼ି ଚେକିଂ କରୁଥିଲା। ଏହି ସମୟରେ ଡ୍ୟୁଟିରେ ଥିବା ସବ୍‌ଇନ୍ସପେକ୍ଟରଙ୍କ ନଜର ପଞ୍ଜାବ ନମ୍ବର ଥିବା ଏକ କ୍ରେଟା କାର୍‌ ଉପରେ ପଡ଼ିଲା। କାର୍‌ରେ ଥିବା ୨ ଯୁବକଙ୍କ ଆଚରଣ ସନ୍ଦେହ ହେବାରୁ ସେ କାର୍‌ ନିକଟକୁ ଯାଇଥିଲେ।

ଏହାପରେ କାର୍‌କୁ ଯାଞ୍ଚ କରିବା ଆରମ୍ଭ କରିଥିଲେ। ଧିରେ ଧିରେ ଯାହା ଦେଖିଲେ ତାଙ୍କ ଆଖି ଖୋସି ହୋଇଗଲା। କାରଣ କାର୍‌ର ଆଗ୍‌ ସିଟ୍‌ ତଳେ ହୋଇଥିଲା ପାର୍ଟିସନକୁ ଖୋଲିବାରୁ ସେଥିରୁ ପୁଳା ପୁଳା ଟଙ୍କା ବାହାରିବାକୁ ଲାଗିଲା। ଟଙ୍କାର ପରିମାଣ ଏତେ ଥିଲା ଯେ, ତାହାକୁ ଗଣି ଗଣି ପୁଲିସ୍‌ କର୍ମୀ ହାଲିଆ ହୋଇଗଲେ। ତେଣୁ ଶେଷରେ ଏକ ଟଙ୍କାଗଣା ମେଶିନ ଘଟଣାସ୍ଥଳକୁ ମଗାଯାଇଥିଲା। ଦୀର୍ଘ ସମୟ ପରେ ଜବତ ଟଙ୍କାର ପରିମାଣ ୩ କୋଟି ୯୫ ହଜାର ଟଙ୍କା ବୋଲି ଜଣାପଡ଼ିଲା।

Advertisment

ପୁଲିସ୍‌ କାର୍‌ରେ ଥିବା ୨ ଯୁବକଙ୍କୁ ଗିରଫ କରି ଏନେଇ ଇନକମ୍‌ ଟ୍ୟାକ୍ସ ବିଭାଗକୁ ଖବର ଦେଇଥିଲା। ପଚରାଉଚରା ସମୟରେ ଉକ୍ତ ୨ ଯୁବକ ଗୁଜରାଟର ପାଟଣ ଅଞ୍ଚଳର ବାସିନ୍ଦା ବୋଲି କହିବା ସହ ଏହି ଟଙ୍କା ସେମାନେ ଉଦୟପୁରରୁ ଅହମ୍ମଦାବାଦ ନେଇ ଯାଉଥିବା କହିଥିଲେ।

ରିକୋ ଥାନା ଅଞ୍ଚଳ ରାଜସ୍ଥାନ ଓ ଗୁଜରାଟର ସୀମା ଅଞ୍ଚଳ ହୋଇଥିବାରୁ ଏହି ବାଟ ଦେଇ ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ଚାଲାଣ କରାଯାଇଥାଏ। ତେଣୁ ଏଠାରେ ପୁଲିସ୍‌ ଯାଞ୍ଚକୁ କଡ଼ାକଡ଼ି କରାଯାଉଛି। କିଛି ମାସ ପୂର୍ବେ ଏହି ରାସ୍ତା ଦେଇ ଚାଲାଣ ହେଉଥିବା କୋଟି କୋଟି ଟଙ୍କା ପୁଲିସ୍‌ ଜବତ କରିଥିଲା।

Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe