Advertisment

ଥମୁନି ବିବିସି ଡକ୍ୟୁମେଣ୍ଟାରୀ ବିବାଦ, ଦିଲ୍ଲୀ ଓ ଆମ୍ବେଦକର ୟୁନିର୍ଭସିଟିରେ ହଙ୍ଗାମା

ଛାତ୍ର ସଙ୍ଗଠନ ବିଶ୍ୱବିଦ୍ୟାଳୟରେ ପହଞ୍ଚି ଗଣ୍ଡଗୋଳ କରିଛନ୍ତି। ଫଳରେ ଛାତ୍ରଛାତୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ଉତ୍ତେଜନା ଅଧିକ ହେବାରୁ ଦିଲ୍ଲୀ ପୁଲିସ ପକ୍ଷରୁ ୟୁନିର୍ଭସିଟିରେ ୧୪୪ ଧାରା ଲାଗୁ କରାଯାଇଛି।

police students clash

police students clash

Advertisment

ପ୍ରଧାନମନ୍ତ୍ରୀଙ୍କ ଉପରେ ତିଆରି ହୋଇଥିବା ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ବଢ଼ୁଛି ବିବାଦ। ଦିନକୁ ଦିନ ଏହା ଉଗ୍ର ରୂପ ନେବାରେ ଲାଗିଛି। ଜେଏନୟୁ ଏବଂ ଜାମିଆ ୟୁନିର୍ଭସିଟି ପରେ ଦିଲ୍ଲୀ ଓ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ମଧ୍ୟ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ହଙ୍ଗାମା ଦେଖାଦେଇଛି ।

Advertisment

କିଛି ଛାତ୍ର ସଙ୍ଗଠନ ବିଶ୍ୱବିଦ୍ୟାଳୟରେ ପହଞ୍ଚି ଗଣ୍ଡଗୋଳ କରିଛନ୍ତି। ଫଳରେ ଛାତ୍ରଛାତୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ଉତ୍ତେଜନା ଅଧିକ ହେବାରୁ ଦିଲ୍ଲୀ ପୁଲିସ ପକ୍ଷରୁ ୟୁନିର୍ଭସିଟିରେ ୧୪୪ ଧାରା ଲାଗୁ କରାଯାଇଛି। ଏହାସହ ପ୍ରଦର୍ଶନକାରୀଙ୍କୁ ପୁଲିସ ହେପାଜତକୁ ନେଇଛି। ଘଟଣାସ୍ଥଳରେ ପରିସ୍ଥିତି ଉପରେ ନଜର ରଖାଯାଇ ପୋଲିସ ମୁତୟନ ହୋଇଛନ୍ତି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଅଧିକାରୀଙ୍କ କହିବା ମୁତାବକ, ବିବାଦୀୟ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରିବା ପାଇଁ ଭିମ୍‌ ଆର୍ମି ଷ୍ଟୁଡେଣ୍ଟ ଫେଡେରେସନ୍‌ ଘୋଷଣା କରିଥିଲା। ଏନଏସୟୁଆଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆର୍ଟ ଫାକଲ୍ଟି ବାହାରେ ୪ଟା ବେଳେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରିବାକୁ ଘୋଷଣା ହୋଇଥିଲା। ଯାହାକୁ ନେଇ ପୁଲିସ ଆର୍ଟ ଫାକଲ୍ଟି ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏହାକୁ ସୁରକ୍ଷାକର୍ମୀ ବିରୋଧ କରିଥିଲେ। ଏହାପରେ ଛାତ୍ରଛାତ୍ରୀମା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସୁରକ୍ଷାକର୍ମୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

Advertisment

ସେହିପରି ବିଆର୍‌ ଆମ୍ୱେଦକର ୟୁନିର୍ଭସିଟିରେ ମଧ୍ୟ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି। ଏହାକୁ ନେଇ ଏବିଭିପି ଓ ଆଇସା ସମର୍ଥକ ଛାତ୍ରଙ୍କ ମଧ୍ୟରେ ଝଗଡା ହୋଇଥିଲା। ଆନ୍ଦୋଳନ କରିବା ସହ ଦିଲ୍ଲୀ ପୁଲିସ ଗୋ ବ୍ୟାକ, ଗୋ ବ୍ୟାକ ନାରାରେ କ୍ୟାମ୍ପସ କମ୍ପି ଉଠିଥିଲା। ସୁରକ୍ଷାକର୍ମୀମାନେ ଏହାକୁ ନିୟନ୍ତ୍ରଣ କରିବା ବେଳେ ମାର୍‌ପିଟ୍‌ ହୋଇଥିଲା। ତେବେ ପୁଲିସ କହିବା ଅନୁଯାୟୀ, ଯେହେତୁ ଏହି ସ୍ଥାନରେ ବାରମ୍ବାର ଧାରଣା ପ୍ରଦର୍ଶନ ହେଉଛି ତେଣୁ ୨୦୨୨ ମସିହା ଡିସେମ୍ବର ମାସରୁ ହିଁ ଏହି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି ।

BBC Controversy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe