Advertisment

NIA ଅଧିକାରୀଙ୍କୁ ସମନ, କ୍ଷତିଗ୍ରସ୍ତ ଗାଡି ଆଣିବାକୁ କହିଲା ପୁଲିସ

ଶନିବାର ଦିନ ୨୦୨୨ରେ ହୋଇଥିବା ଏକ ବିସ୍ପୋରଣ ମାମଲାରେ ସମ୍ପୃକ୍ତ ଥିବା ଦୁଇ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ ଏନ୍‌ଆଇଏର ଏକ ଟିମ୍‌ ବିଳମ୍ବିତ ରାତିରେ ମେଦିନିପୁର ଜିଲ୍ଲାର ଭୂପତିନଗରକୁ ଯାଇଥିଲେ।

NIA Team Attacked

NIA Team Attacked

Advertisment

ଜାତୀୟ ତଦନ୍ତକାରୀ ସଂସ୍ଥା ତଥା ଏନ୍‌ଆଇଏ ଅଧିକାରୀଙ୍କୁ ସମନ ଜାରି କଲା ପୁଲିସ। ଗତ ସପ୍ତାହରେ ଚଢ଼ାଉ ବେଳେ ଏନ୍‌ଆଇଏ ଟିମ୍‌ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ଏନ୍‌ଆଇଏ ଅଧିକାରୀ ଆହତ ହୋଇଥିଲେ। ଏବେ ସେହି ଆହତ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ପୁଲିସ ସମନ ଜାରି କରିଛି। ଏଥିସହ କ୍ଷତିଗ୍ରସ୍ତ ଗାଡିକୁ ମଧ୍ୟ ସାଙ୍ଗରେ ଆଣିବାକୁ କହିଛି ପୁଲିସ।

Advertisment

ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲାରେ ଗତ ସପ୍ତାହରେ ବିଳମ୍ବିତ ରାତିରେ ଚଢ଼ାଉ କରିବା ପାଇଁ ଏନ୍‌ଆଇଏର ଏକ ଟିମ୍‌ ଯାଇଥିଲା। ତେବେ ଏହି ସମୟରେ ତଦନ୍ତ ଅଧିକାରୀଙ୍କ ଗାଡି ଉପରକୁ ସ୍ଥାନୀୟ ଲୋକେ ଆକ୍ରମଣ କରିଥିଲେ। ଏଥିରେ ଜଣେ ଏନ୍‌ଆଇଏ ଅଧିକାରୀ ଆହତ ହୋଇଥିଲେ। ଏବେ ଏହି ମାମଲାର ତଦନ୍ତ କରିବାକୁ ଯାଇ ପୁଲିସ ଉକ୍ତ ଅଧିକାରୀଙ୍କୁ ଏପ୍ରିଲ ୧୧ ତାରିଖ ଦିନ ଯାଞ୍ଚ ଅଧିକାରୀଙ୍କ ସାମ୍ନାରେ ହାଜର ହେବାକୁ ସମନ ଜାରି କରିଛି।

ଏଥିସହ ଆକ୍ରମଣ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଗାଡିକୁ ମଧ୍ୟ ନିଜ ସାଙ୍ଗରେ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ଗାଡିର ଫରେନ୍‌ସିକ ଯାଞ୍ଚ ହେବ ବୋଲି ପୁଲିସ କହିଛି। ଏନ୍‌ଆଇଏ ଅଧିକାରୀଙ୍କ ସମେତ ଆକ୍ରମଣ ସମ୍ବନ୍ଧରେ ଭୂପତିନଗରର ତିନି ଜଣ ବାସିନ୍ଦାଙ୍କୁ ମଧ୍ୟ ପଚରାଉଚରା କରିବାକୁ ପୁଲିସ ଡାକିଛି।

Advertisment

କହିରଖୁ ଯେ, ଶନିବାର ଦିନ ୨୦୨୨ରେ ହୋଇଥିବା ଏକ ବିସ୍ପୋରଣ ମାମଲାରେ ସମ୍ପୃକ୍ତ ଥିବା ଦୁଇ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ ଏନ୍‌ଆଇଏର ଏକ ଟିମ୍‌ ବିଳମ୍ବିତ ରାତିରେ ମେଦିନିପୁର ଜିଲ୍ଲାର ଭୂପତିନଗରକୁ ଯାଇଥିଲେ। କିନ୍ତୁ ଏତିକି ବେଳେ ସେଠାକାର ଲୋକେ ଯାଞ୍ଚ ଅଧିକାରୀଙ୍କ ଟିମ୍‌ ଉପରକୁ ଆକ୍ରମଣ କରିଥିଲେ। ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗାଁ ଲୋକଙ୍କ ଉପରେ ଯାଞ୍ଚ ଅଧିକାରୀମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ରାଜନୈତିକ ବିବାଦ ଲାଗି ରହିଛି। 

West Bengal NIA Team Attacked
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe