Advertisment

ଦେଶରେ ପୁଲିସ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି: ରାହୁଲ ଗାନ୍ଧି

ଆଜି ଭାରତ ଯୋଡ଼ୋ ଯାତ୍ରା କଶ୍ମୀରରେ ପ୍ରବେଶ କରିବା ପରେ ବନିହାଲ୍‌ରେ ଜମ୍ମୁ ଓ କଶ୍ମୀର ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌ ନେତା ଓମାର୍‌ ଅବ୍ଦୁଲ୍ଲା ରାହୁଲ୍‌ ଗାନ୍ଧୀଙ୍କ ସହିତ ମିଶି ପଦଯାତ୍ରା କରିଛନ୍ତି।

undefined

Rahul Gandhi

Advertisment

ଏବେ ଜମ୍ମୁ-କଶ୍ମୀରରେ ପ୍ରବେଶ କରିଛି ଭାରତ ଯୋଡ଼ୋ ଯାତ୍ରା। କଂଗ୍ରେସ ପକ୍ଷରୁ ଜାରି ରହିଥିବା ଏହି ଯାତ୍ରା ଜମ୍ମୁ ଏବଂ କଶ୍ମୀରିର ବାନିହାଲର କ୍ୱାଜିଗୁଣ୍ଡରେ ୨୦ ମିନିଟ୍‌  ବିଳମ୍ବରେ ଆରମ୍ଭ ହୋଇଥିଲା। ତେବେ ଏହି ବିଳମ୍ବ ପାଇଁ ସୁରକ୍ଷା ତ୍ରୁଟିକୁ ଦାୟୀ କରିଛନ୍ତି କଂଗ୍ରେସ ନେତା କେସି ଭେନୁଗୋପାଲ। ସୁଚକ୍ଷାଜନିତ ତ୍ରୁଟିକୁ ନେଇ ଅଭିଯୋଗ ହେବା ପରେ ରାହୁଲ ଗାନ୍ଧିଙ୍କୁ ଏକ କାରରେ ଫେରାଇ ନିଆଯାଇଥିଲା।  ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆ ନଯିବାରୁ ଭାରତ ଯୋଡ଼ୋ ଯାତ୍ରାକୁ ବନ୍ଦ କରିବାକୁ ପଡ଼ିଥିଲା ବୋଲି କଂଗ୍ରେସ କହିଛି।  ଯଦି ଆଗକୁ ସୁରକ୍ଷ୍ୟା ଯୋଗାଇ ଦିଆ ନଯାଏ ତେବେ କଂଗ୍ରେସ ଏହି ଯାତ୍ରାକୁ ବାଧ୍ୟ ହୋଇ ବନ୍ଦ କରିବ ବୋଲି ଦଳ କହିଛି।  ଭାରତ ଯୋଡ଼ୋ ଯାତ୍ରାରେ କୌଣସି ସୁରକ୍ଷା ନାହିଁ।

Advertisment

ଆମେ ରାହୁଲ ଗାନ୍ଧୀଙ୍କୁ ସୁରକ୍ଷା ବିନା ଆଗକୁ ଯିବାକୁ ଦେଇ ପାରିବୁ ନାହିଁ। ଯଦିଓ ସେ ଚାଲିବାକୁ ଚାହାଁନ୍ତି, ଆମେ ଏହାକୁ ଅନୁମତି ଦେଇ ପାରିବୁ ନାହିଁ। ବରିଷ୍ଠ ସୁରକ୍ଷା  ଅଧିକାରୀମାନଙ୍କୁ ଏଠାକୁ ଆସିବାକୁ ପଡ଼ିବ ବୋଲି କଂଗ୍ରେସର ବରିଷ୍ଠ ନେତା କେସି ଭେନୁଗୋପାଲ କହିଛନ୍ତି। ଆଜି ଭାରତ ଯୋଡ଼ୋ ଯାତ୍ରା କଶ୍ମୀରରେ ପ୍ରବେଶ କରିବା ପରେ ବନିହାଲ୍‌ରେ ଜମ୍ମୁ ଓ କଶ୍ମୀର ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌ ନେତା ଓମାର୍‌ ଅବ୍ଦୁଲ୍ଲା ରାହୁଲ୍‌ ଗାନ୍ଧୀଙ୍କ ସହିତ ମିଶି ପଦଯାତ୍ରା କରିଛନ୍ତି।

ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍‌ ଅବ୍ଦୁଲ୍ଲା କହିଛନ୍ତି ଯେ, ଜମ୍ମୁ ଓ କଶ୍ମୀରର ‘ସ୍ପେସାଲ୍‌ ଷ୍ଟାଟସ୍‌’ ଫେରାଇ ଆଣିବାକୁ କଂଗ୍ରେସର ମତ ଉପରେ ଅଧିକ କିଛି ଯୋଡ଼ିବାକୁ ଚାହୁଁନାହିଁ। ଶ୍ରୀନଗରଠାରୁ ୧୨୦ କିଲୋମିଟର୍‌ ଦୂର ଏହି ରାଜପଥ ନଗରୀରେ ପହଞ୍ଚିବା ପରେ ଅବ୍ଦୁଲ୍ଳା କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରାର ଉଦ୍ଦେଶ୍ୟ ରାହୁଲ ଗାନ୍ଧିଙ୍କ ଭାବମୂର୍ତ୍ତି ନୁହେଁ, ଦେଶର ପରିସ୍ଥିତିକୁ ଉନ୍ନତ କରିବା। ଦେଶର ଭାବମୂର୍ତ୍ତି ପ୍ରତି ଅଧିକ ଚିନ୍ତିତ ଥିବାରୁ ସେ ଏହି ଯାତ୍ରାରେ ଯୋଗ ଦେଇଛନ୍ତି। ଆଜି ବାନିହାଲରୁ ଏହି ଯାତ୍ରା କାଜିମୁଣ୍ଡ ଦେଇ କାଶ୍ମୀର ଉପତ୍ୟକାକୁ ପ୍ରବେଶ କରି ଅନନ୍ତନାଗ ଜିଲ୍ଲାର ଖାନାବଲ ଅଞ୍ଚଳରେ ପହଞ୍ଚିବାର ଥିଲା।  ତେବେ କ୍ୱାଜିଗୁଣ୍ଡ ନିକଟରେ ଯାତ୍ରା ଅଟକି ରହିଥିବା ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଛନ୍ତି ଯେ ଯେ, ଦେଶରେ ପୁଲିସ  ବ୍ୟବସ୍ଥା ଭୁଶୁଡି ପଡିଛି। ମୋର ସୁରକ୍ଷାକର୍ମୀମାନେ  ଆବଶ୍ୟକ ବ୍ୟବସ୍ଥା କରି ନଥିବାରୁ  ମୁଁ ମୋର ପଦଯାତ୍ରା ବାତିଲ କରିଥିଲି।

Advertisment
Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe