Advertisment

ହାଇୱେ ଲୁଟେରାଙ୍କୁ ଧରିବାକୁ ରାତିସାରା ଗଛରେ ବସିଲେ ପୁଲିସ୍‌ କର୍ମଚାରୀ

ଯମୁନା ଏକ୍ସପ୍ରେସ ୱେରେ ବାରମ୍ବାର ଲୁଟ ହେବାରୁ ସାଧାରଣ ଲୋକ ଭୟଭୀତ ହେବାରେ ଲାଗିଥିଲେ। ରାତିରେ ଲୋକମାନେ ଉକ୍ତ ଏକ୍ସପ୍ରେସ ୱେ ଯିବା ଆସିବା କରିବାକୁ ପଛ ଘୁଞ୍ଚା ମଧ୍ୟ ଦେଇଥିଲେ।

author-image
Hemant Lenka
Yamuna expressway

Yamuna expressway

ଲୁଟେରାଙ୍କୁ ଧରିବାକୁ ପୁଲିସ୍‌ର ଅଭିନବ ଯୋଜନା। ବାରମ୍ବାର ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ ୱେରେ ଲୁଟ ହେବାରୁ ଅଜବ ପଦକ୍ଷେପ ନେଇଛି ପୁଲିସ୍‌। ଲୁଟେରାଙ୍କୁ ଧରିବା ପାଇଁ ରାତି ସାରା ସାଦା ପୋଷାକରେ ଗଛ ଉପରେ ଲୁଚି ବସିଛନ୍ତି ପୁଲିସ୍‌ କର୍ମଚାରୀ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଯମୁନା ଏକ୍ସପ୍ରେସ ୱେରେ ବାରମ୍ବାର ଲୁଟ ହେବାରୁ ସାଧାରଣ ଲୋକ ଭୟଭୀତ ହେବାରେ ଲାଗିଥିଲେ। ରାତିରେ ଲୋକମାନେ ଉକ୍ତ ଏକ୍ସପ୍ରେସ ୱେ ଯିବା ଆସିବା କରିବାକୁ ପଛ ଘୁଞ୍ଚା ମଧ୍ୟ ଦେଇଥିଲେ।

ଲୋକଙ୍କ ଏପରି ଭୟକୁ ଦୃଷ୍ଟିରେ ରଖି ମଥୁରା ପୁଲିସ୍‌ ମାଷ୍ଟର ପ୍ଲାନ ଦ୍ୱାରା ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଥିଲା। ଏଥିପାଇଁ ‌ଏକ୍ସପ୍ରେସ ୱେ କଡ଼ରେ ଲାଗିଥିବା ଗଛରେ ପୁଲିସ କର୍ମଚାରୀମାନେ ସାଦା ପୋଷାକରେ ଲୁଚି ରହି ଲୁଟେରାଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲେ।

Advertisment

ବ୍ଲକିଂ ଚେକିଂ କରାଯିବା ସହ ଟୋଲ ପ୍ଲାଜାରେ ଲାଗିଥିବା ଲାଉଡ ସ୍ପିକରେ ଲୋକଙ୍କୁ ସତର୍କ ମଧ୍ୟ କରାଯାଉଛି। ହାଇସ୍ପିଡ ରୋଡ ୱେରେ ଯିବା ବେଳେ ଲୋକମାନେ ଆଦୌ ମଝିରେ କାହାକୁ ଦେଖି ଅଟକିବା ଦରକାର ନାହିଁ ବୋଲି ପୁଲିସ୍‌ ଲାଉଡ ସ୍ପିକରରେ ବାରମ୍ବାର ଘୋଷଣା ମଧ୍ୟ କରିଛି।

ମେ’ ୨୯ରେ ଦିଲ୍ଲୀର ଜଣେ ଇଞ୍ଜିନିୟର ତାଙ୍କ ପତ୍ନୀ ଓ ଡ୍ରାଇଭରଙ୍କ ସହ ଏକ୍ସପ୍ରେସ ୱେରେ ଯାଉଥିଲେ। ତେବେ ଲୁଟେରାମାନେ ସେମାନଙ୍କୁ ମଝି ରାସ୍ତାରେ ଅଟକାଇ କ୍ୟାଶ ଓ ଦାମୀ ଅଳଙ୍କାର ସବୁ ନେଇ ଯାଇଥିଲେ। ଏହାର କିଛି ଦିନ ପରେ ଜଣେ ଗ୍ରସରୀ ଡିଲରଙ୍କ ପରିବାର ମଧ୍ୟ ଲୁଟର ଶିକାର ହୋଇଥିଲେ।

ସେହିପରି ଲୁଟେରାମାନେ ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ପଥର ମାଡ଼ କରୁଥିବା ଅଭିଯୋଗ ହୋଇଛି। ଏଥିରେ ଜଣେ ମହିଳା ମଧ୍ୟ ଆହତ ହୋଇଥିଲେ। ଏହି ସବୁ ଘଟଣା ପରେ ମଥୁରା ପୁଲିସ୍‌ର ୧୦୦ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଜାତୀୟ ରଜପଥରେ ମୁତୟନ କରାଯାଇଛି। ସେମାନେ ପ୍ରତି ୨ କିମି ରାସ୍ତାରେ ଛିଡ଼ା ହୋଇ ଯାଞ୍ଚ କରୁଛନ୍ତି।

ସେମାନେ ସାଦା ପୋଷାକରେ ରହିଥିବା ବେଳେ ହାତରେ ବନ୍ଧୁକ ଓ ବାଇନାକୁଲାର୍ସ ମଧ୍ୟ ଧରିଛନ୍ତି। ପୁଲିସ୍‌ କର୍ମଚାରୀମାନେ ଗଛ ଉପରେ ଓ ଏକ୍ସପ୍ରେସ ୱେକୁ ଲାଗିଥିବା ପଡ଼ିଆରେ ଲୁଚି ରହି ଲୁଟେରାଙ୍କ ଉପରେ ନଜର ରଖୁଛନ୍ତି।

Uttar Pradesh Police Mathura