Advertisment

ବରଯାତ୍ରୀଙ୍କ ଉତୁରିଗଲା ଷ୍ଟଣ୍ଟ ନିଶା, ଗଣିଲେ ୪ ଲକ୍ଷ ଫାଇନ୍‌

କନ୍ୟା ଆଣିବାକୁ ଯାଉଥିଲେ ବରଯାତ୍ରୀ, କିନ୍ତୁ ଷ୍ଟଣ୍ଟ ଯୋଗୁ ଥାନାକୁ ଯିବାକୁ ପଡିଛି।

Stunt in Noida road

Stunt in Noida road

Advertisment

ଷ୍ଟଣ୍ଟ ଦେଖାଇଲେ ବରଯାତ୍ରୀ। ବିଚ୍‌ ରାସ୍ତାରେ ଗାଡ଼ି ଉପରେ ଚଢ଼ି ଉଡାଇଲେ ପୁଳା ପୁଳା ଟଙ୍କା। କେବଳ ସେତିକି ନୁହେଁ ବଜାଇଲେ ଜୋରଦାର ସାଇରନ୍‌। ଏଭଳି କରିବା ଏବେ ଏହି ବରଯାତ୍ରୀଙ୍କୁ ମହଙ୍ଗା ପଡିଛି। ବରଯାତ୍ରୀ ଷ୍ଟଣ୍ଟ ନିଶା ଉତାରି ଦେଇଛି ପୁଲିସ। କନ୍ୟା ଆଣିବାକୁ ଯାଉଥିଲେ ବରଯାତ୍ରୀ, କିନ୍ତୁ ଷ୍ଟଣ୍ଟ ଯୋଗୁ ଥାନାକୁ ଯିବାକୁ ପଡିଛି। ଏକାଥରକେ ୧୨ଟି ଗାଡ଼ି ନାଁରେ ଚାଲାଣ କଟିଛି।

Advertisment

ଦିଲ୍ଲୀରୁ ଆସିଥିଲେ ବରଯାତ୍ରୀ। ନଏଡାର ସେକ୍ଟର ୩୭ ରାସ୍ତା ଦେଇ ଗ୍ରେଟର ନଏଡା ଓ୍ୱେଷ୍ଟରେ ବରଯାତ୍ରୀ ପହଞ୍ଚିଥିଲା। ବର ସହ ପୂରା ବରଯାତ୍ରୀ ଗ୍ୟାଙ୍ଗ ବାହାରିଥିଲେ। ଏହି ସମୟରେ ମୁଖ୍ୟ ରାସ୍ତା ଉପରେ ବରଯାତ୍ରୀ ଉତ୍ପାତ ଦେଖାଇଥିଲେ। ପୂରାପୁରି ଟସନ୍‌ ମୁଡ୍‌ରେ ମୁଖ୍ୟ ରାସ୍ତା ଉପରେ କରିଥିଲେ ଷ୍ଟଣ୍ଟ। ଜୋରଦାର୍‌ରେ ଗାଡିର ସାଇରନ୍‌ ବଜାଇ ନୋଟ୍ ଉଡାଇଥିଲେ। ଏହି ଘଟଣାର ଏକ ଭିଡିଓ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହୋଇଛି।

ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ୍‌କୁ ଆସିଛି ନଏଡା ପୁଲିସ। ଏହି ମାମଲାରେ ୫ଟି ବରଯାତ୍ରୀ ଗାଡ଼ିକୁ ଜବତ କରାଯାଇଛି। ଏଥିସହ ୧୨ଟି ଗାଡି ନାଁରେ ଚାଲାଣ କଟିଛି। ପ୍ରତିଟି ଗାଡ଼ି ପିଛା ୩୩ ହଜାର ଟଙ୍କା ଲେଖାଏଁ ଫାଇନ୍‌ ପଡିଛି। ଫଳରେ ଯାତ୍ରୀଙ୍କୁ ମୋଟ ୩ ଲକ୍ଷ ୯୬ ହଜାର ଟଙ୍କା ଫାଇନ୍‌ ଗଣିବାକୁ ପଡିଛି। ବିସରଖ ପୁଲିସ ଥାନରେ ଏହି ମାମଲାରେ ଏଫ୍ଆଇଆର୍‌ ରୁଜୁ କରି ୫ ଜଣଙ୍କୁ ଗିରଫ କରାଯାଇଛି।

Advertisment
Viral Video Noida Car Stunt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe