Advertisment

ଉତୁରିଗଲା ରିଲ୍ସ ନିଶା, ଘରୁ ଉଠାଇ ନେଲା ପୁଲିସ

ଏଥିସହ ମୋଟା ଅଙ୍କର ଫାଇନ୍‌ ମଧ୍ୟ କାଟିଛି ପୁଲିସ।

Girl in custosy

Girl in custosy

Advertisment

ପିଲା ଠାରୁ ଆରମ୍ଭ କରି ବୁଢ଼ା ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା। ସୋଶାଲ ମିଡିଆରେ ଫେମସ ହେବା ପାଇଁ ଏବେ ସମସ୍ତେ କିଛି ନା କିଛି ନୂଆ ଫଣ୍ଡା ଆପଣାଉଛନ୍ତି। କିଏ କେଉଁ ଗୀତରେ ଡ୍ୟାନ୍ସ କରୁଛି ତ ଆଉ କିଏ ଡାଏଲଗ୍‌ ଲିପ୍ସିଂ କରୁଛି। ସେହିରପି କିଏ କୋଠା ଉପରେ ଚଢ଼ି ଯାଉଛି ତ ଆଉ କିଏ ଦେଖାଉଛନ୍ତି ଭୟାନକ ଷ୍ଟଣ୍ଟ। କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ଖୋଲାଖୋଲି ଅସ୍ତ୍ରଶସ୍ତ୍ର ଦେଖାଇ ମଧ୍ୟ କରୁଛନ୍ତି ରିଲ୍ସ ଭିଡିଓ। ତେବେ ଏଭଳି କରିବା ଏବେ ଜଣେ ଝିଅଙ୍କୁ ମହଙ୍ଗା ପଡିଛି। ଉତୁରି ଯାଇଛି ତାଙ୍କ ରିଲ୍ସ କରିବା ନିଶା। ତାଙ୍କୁ ଘରୁ ଉଠାଇ ନେଇଛି ପୁଲିସ।

Advertisment

ବିହାରର ମୁଜଫର୍‌ପୁର। ଏଠାକାର ଜଣେ ନାବାଳିକା ହାତରେ ବନ୍ଧୁକ ଧରି ରିଲ୍ସ ଭିଡିଓ ତିଆରି କରିଛନ୍ତି। ଏହି ରିଲ୍‌ ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ 'ଐସା କୋଇ ଜିଲ୍ଲା ନହିଁ ଜୋ ମୁଜପରଫୁର ବାଲୋ ସେ ହିଲା ନହିଁ' ଡଏଲଗ ଶୁଣିବାକୁ ମିଳିଛି। କେବଳ ସେତିକି ନୁହେଁ ସେ ବାଇକ୍‌ ଉପରେ ବସି ଭୟାନକ ଷଣ୍ଟ ଦେଖାଇ ରିଲ୍ ଭିଡିଓ ମଧ୍ୟ କରିଛନ୍ତି। ଏଭଳି ଷ୍ଟଣ୍ଟ ଦେଖାଇବା ଏବେ ଏହି ନବାଳିକା ଜଣକୁ ମହଙ୍ଗା ପଡିଛି। ଭିଡିଓ ଭାଇରାଲ ହେବା ପରେ ଘରୁ ଏହି ନାବାଳିକାକୁ ପୁଲିସ ଉଠାଇ ନେଇଛି। ଏଥିସହ ମୋଟା ଅଙ୍କର ଫାଇନ୍‌ ମଧ୍ୟ କାଟିଛି ପୁଲିସ। 

ମୁଜାଫରପୁରର କମ୍ପାନୀବାଗ ସ୍ଥିତ ସିଟି ପାର୍କରେ ଝିଅଟି ହାତରେ ବନ୍ଧୁକ ଧରି ଏକ ରିଲ ତିଆରି କରିଥିଲା। ଚାରି ଦିନ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏହି ଭିଡିଓ ବୁଧବାର ଦିନ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ କରିଥିଲା। ଏହାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବନ୍ଧୁକ ସହିତ ରିଲ ତିଆରି କରିଥିବା ଉକ୍ତ ଝିଅକୁ ପୁଲିସ ମାଦିପୁରରୁ ଗିରଫ କରିଛି। ଏଥିସହ ତାଙ୍କ ଘରେ ଚଢ଼ାଉ କରି ପୁଲିସ ଏକ ବନ୍ଧୁକ ମଧ୍ୟ ଜବତ କରିଛି। ତାଙ୍କ ପାଖକୁ ବନ୍ଧୁକ କେଉଁଠୁ ଆସିଲା ସେ ନେଇ ପୁଲିସ ନାବାଳିକାଙ୍କୁ ପଚରାଉଚରା ଜାରି ରଖିଛି।

Advertisment

ଗିରଫ ହୋଇଥିବା ନାବାଳିକା ଜଣକ ଇଫତ୍ତ ଏକ୍ସ-କୁଇନ୍‌ ନାଁରେ ଇଂନ୍‌ଷ୍ଟାଗ୍ରାମରେ ସକ୍ରିୟ ଅଛିନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୧୩୦୦ ଫଲୋଅର୍ସ ଥିବା ସହ ୩୧ଟି ଭିଡିଓ ଅପ୍‌ଲୋଡ୍ ହୋଇଛି। ସେ ସୋଶାଲ ମିଡିଆରେ 'ରିଭଲବର୍‌ ରାଣୀ' ନାଁରେ ଭାଇରାଲ ହୋଇଛନ୍ତି। 

Bihar Police Reels Instagram Reel Minor Girl
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe